ଫ୍ୟାଟ୍‌ ଜାତୀୟ ଖାଦ୍ୟ ଅଧିକ ଖାଉଥିଲେ ହୋଇଯାନ୍ତୁ ସାବଧାନ: ନଚେତ୍‌…

ମନଲୋଭା ଖାଦ୍ୟ ଦେଖିଲେ ତାହାକୁ ଖାଇବାକୁ ପ୍ରାୟ ଅନେକଙ୍କ ମନରେ ଆଗ୍ରହ ସୃଷ୍ଟି ହୋଇଥାଏ। ହେଲେ ନିଜକୁ ସୁସ୍ଥ ରଖିବା ପାଇଁ ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ନିହାତି ଜରୁରୀ। ଆପଣ ଅଧିକ ଫ୍ୟାଟ୍‌ଜାତୀୟ ଖାଦ୍ୟ ଖାଉଛନ୍ତି କି? ଯଦି ହଁ, ତେବେ ଏହାର ପରିମାଣକୁ ସୀମିତ କରନ୍ତୁ। ନ ହେଲେ ଏହାଦ୍ୱାରା ମସ୍ତିଷ୍କର କାର୍ଯ୍ୟଧାରା ପ୍ରଭାବିତ ହେବାର ଆଶଙ୍କା ରହିଛି। ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ନିକଟରେ ଏଭଳି ସତର୍କ ସୂଚନା ଦେଇଛନ୍ତି। ଏଭଳି ଖାଦ୍ୟ ନିୟମିତ ଖାଉଥିବା […] The post ଫ୍ୟାଟ୍‌ ଜାତୀୟ ଖାଦ୍ୟ ଅଧିକ ଖାଉଥିଲେ ହୋଇଯାନ୍ତୁ ସାବଧାନ: ନଚେତ୍‌… appeared first on Dharitri Odia News.

ଫ୍ୟାଟ୍‌ ଜାତୀୟ ଖାଦ୍ୟ ଅଧିକ ଖାଉଥିଲେ ହୋଇଯାନ୍ତୁ ସାବଧାନ: ନଚେତ୍‌…

ମନଲୋଭା ଖାଦ୍ୟ ଦେଖିଲେ ତାହାକୁ ଖାଇବାକୁ ପ୍ରାୟ ଅନେକଙ୍କ ମନରେ ଆଗ୍ରହ ସୃଷ୍ଟି ହୋଇଥାଏ। ହେଲେ ନିଜକୁ ସୁସ୍ଥ ରଖିବା ପାଇଁ ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ନିହାତି ଜରୁରୀ। ଆପଣ ଅଧିକ ଫ୍ୟାଟ୍‌ଜାତୀୟ ଖାଦ୍ୟ ଖାଉଛନ୍ତି କି? ଯଦି ହଁ, ତେବେ ଏହାର ପରିମାଣକୁ ସୀମିତ କରନ୍ତୁ। ନ ହେଲେ ଏହାଦ୍ୱାରା ମସ୍ତିଷ୍କର କାର୍ଯ୍ୟଧାରା ପ୍ରଭାବିତ ହେବାର ଆଶଙ୍କା ରହିଛି। ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ନିକଟରେ ଏଭଳି ସତର୍କ ସୂଚନା ଦେଇଛନ୍ତି। ଏଭଳି ଖାଦ୍ୟ ନିୟମିତ ଖାଉଥିବା କେତେକ ବ୍ୟକ୍ତିଙ୍କର ମସ୍ତିଷ୍କର କାର୍ଯ୍ୟଧାରାକୁ ସେମାନେ ତର୍ଜମା କରିବା ପରେ ଏଭଳି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ଏଭଳି ଖାଦ୍ୟକୁ ନିୟନ୍ତ୍ରଣରେ ରଖିଲେ ଆମେ ନିଜକୁ କେତେକ ମସ୍ତିଷ୍କଜନିତ ସସମ୍ୟା ଠାରୁ ମଧ୍ୟ ଦୂରେଇ ରଖିପାରିବା ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେଣୁ ସବୁବେଳେ ସନ୍ତୁଳିତ ତଥା ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଆନ୍ତୁ ଏବଂ ବ୍ୟାୟାମ, ଯୋଗ, ପ୍ରାଣାୟାମକୁ ନିଜର ଦୈନନ୍ଦିନ ଜୀବନଶୈଳୀରେ ସାମିଲ କରିବାକୁ ଉକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

The post ଫ୍ୟାଟ୍‌ ଜାତୀୟ ଖାଦ୍ୟ ଅଧିକ ଖାଉଥିଲେ ହୋଇଯାନ୍ତୁ ସାବଧାନ: ନଚେତ୍‌… appeared first on Dharitri Odia News.