ରାଷ୍ଟ୍ରପତିଙ୍କ ଠାରୁ ଅର୍ଜୁନ ପୁରସ୍କାର ଗ୍ରହଣ କଲେ ଶାମି

ନୂଆଦିଲ୍ଲୀ,୯।୧: ଅର୍ଜୁନ ପୁରସ୍କାର ପାଇବାରେ ଭାରତୀୟ କ୍ରିକେଟର ମହମ୍ମଦ ଶାମି ୫୮ ତମ କ୍ରିକେଟର ହୋଇଛନ୍ତି। ଆଜି ତାଙ୍କୁ ଏହି ବଡ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଛନ୍ତି। କ୍ରିକେଟ ଜଗତରେ ପ୍ରଥମ ଥର ପାଇଁ ସଲିମ ଦୁରାନୀ ଏହି ପୁରସ୍କାର ଗ୍ରହଣ କରିଥିଲେ। ଏହି ପୁରସ୍କାର ପାଇଥିବା ଶେଷ କ୍ରିକେଟର ହେଉଛନ୍ତି ଶିଖର ଧାୱନ। ୨୦୨୧ରେ ଶିଖର ଏହି ସମ୍ମାନ ଗ୍ରହଣ କରିଥିଲେ। ଗତ ବର୍ଷ […] The post ରାଷ୍ଟ୍ରପତିଙ୍କ ଠାରୁ ଅର୍ଜୁନ ପୁରସ୍କାର ଗ୍ରହଣ କଲେ ଶାମି appeared first on Dharitri Odia News.

ରାଷ୍ଟ୍ରପତିଙ୍କ ଠାରୁ ଅର୍ଜୁନ ପୁରସ୍କାର ଗ୍ରହଣ କଲେ ଶାମି

ନୂଆଦିଲ୍ଲୀ,୯।୧: ଅର୍ଜୁନ ପୁରସ୍କାର ପାଇବାରେ ଭାରତୀୟ କ୍ରିକେଟର ମହମ୍ମଦ ଶାମି ୫୮ ତମ କ୍ରିକେଟର ହୋଇଛନ୍ତି। ଆଜି ତାଙ୍କୁ ଏହି ବଡ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଛନ୍ତି।

କ୍ରିକେଟ ଜଗତରେ ପ୍ରଥମ ଥର ପାଇଁ ସଲିମ ଦୁରାନୀ ଏହି ପୁରସ୍କାର ଗ୍ରହଣ କରିଥିଲେ। ଏହି ପୁରସ୍କାର ପାଇଥିବା ଶେଷ କ୍ରିକେଟର ହେଉଛନ୍ତି ଶିଖର ଧାୱନ। ୨୦୨୧ରେ ଶିଖର ଏହି ସମ୍ମାନ ଗ୍ରହଣ କରିଥିଲେ। ଗତ ବର୍ଷ ଏହି ପୁରସ୍କାର ପାଇଁ କୌଣସି କ୍ରିକେଟର ମନୋନୀତ ହୋଇ ନ ଥିବା ବେଳେ ଏଥର ଶାମିଙ୍କୁ ପରସ୍କାର ପ୍ରଦାନ କରାଯାଇଛି। ଶାମିଙ୍କ ସହ ଅନ୍ୟ ୨୩ ଖେଳାଳିଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି।

୨୦୨୩ ବର୍ଷ ୩୩ ବର୍ଷୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ପାଇଁ ଭଲ ଥିଲା। ବର୍ଷ ଶେଷରେ ଆୟୋଜିତ ଦିନିକିଆ ବିଶ୍ୱକପ୍‌ରେ ସେ ଏକ ଆଲୋଡ଼ନ ସୃଷ୍ଟି କରିଥିଲେ। ଟୁର୍ନାମେଣ୍ଟର ପ୍ରଥମ ୪ ମ୍ୟାଚ ଖେଳି ନ ଥିଲେ ମଧ୍ୟ ଶାମି ୨୪ ଉଇକେଟ୍‌ ନେଇ ଟୁର୍ନାମେଣ୍ଟରେ ସର୍ବାଧିକ ଉଇକେଟ୍‌ ନେଇଥିବା ବୋଲର ହୋଇଥିଲେ।

The post ରାଷ୍ଟ୍ରପତିଙ୍କ ଠାରୁ ଅର୍ଜୁନ ପୁରସ୍କାର ଗ୍ରହଣ କଲେ ଶାମି appeared first on Dharitri Odia News.