ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ୪୪ ଟପିଲା

ଭୁବନେଶ୍ୱର,୨୭।୪: ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ତତଲା କଡେଇରେ  ଭାଜି ହେବା ସହ ରାଜଧାନୀବାସୀ ଶନିବାର ପ୍ରବଳ ତାତିରେ ଆକ୍ତାମାକ୍ତା ହୋଇଛନ୍ତି। ସକାଳୁ ସକାଳୁ ଖରା ସମ୍ଭାଳି ହେଉନି। ଘରୁ ଗୋଡ କାଢିଲେ ଆକାଶରୁ ନିଆଁ ଖସିବା ପରି ଅନୁଭବ ହେଉଛି। ତେବେ ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ତାପମାତ୍ରା ୪୪ ଟପିିଛି। ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ରାଜଧାନୀ ଭୁବନେଶ୍ୱର ପରିଗଣିତ ହୋଇଛି। ପାଣିପାଗ ବିଭାଗ ସୂଚନାନୁସାରେ, ୫ […] The post ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ୪୪ ଟପିଲା appeared first on Dharitri Odia News.

ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ୪୪ ଟପିଲା

ଭୁବନେଶ୍ୱର,୨୭।୪: ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ତତଲା କଡେଇରେ  ଭାଜି ହେବା ସହ ରାଜଧାନୀବାସୀ ଶନିବାର ପ୍ରବଳ ତାତିରେ ଆକ୍ତାମାକ୍ତା ହୋଇଛନ୍ତି। ସକାଳୁ ସକାଳୁ ଖରା ସମ୍ଭାଳି ହେଉନି। ଘରୁ ଗୋଡ କାଢିଲେ ଆକାଶରୁ ନିଆଁ ଖସିବା ପରି ଅନୁଭବ ହେଉଛି। ତେବେ ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ତାପମାତ୍ରା ୪୪ ଟପିିଛି। ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ରାଜଧାନୀ ଭୁବନେଶ୍ୱର ପରିଗଣିତ ହୋଇଛି।

ପାଣିପାଗ ବିଭାଗ ସୂଚନାନୁସାରେ, ୫ ସହରରେ ପାରଦ ୪୨ ଡିଗ୍ରୀ ଟପିଛି। ଝାରସୁଗୁଡ଼ା ୪୩.୬, ରାଉରକେଲା ୪୨.୫, ଚାନ୍ଦବାଲି ୪୨.୪ ଡିଗ୍ରୀ, ସମ୍ବଲପୁର ୪୨.୧, ହୀରାକୁଦ ୪୧.୮, ବାଲେଶ୍ବର ୪୧.୭, କେନ୍ଦୁଝର ୪୧.୫, ଗୋପାଳପୁର ୩୫.୪ ଓ ପୁରୀ ୩୪.୭ ଡିଗ୍ରୀ ରେକର୍ଡ ହୋଇଛି।

The post ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ୪୪ ଟପିଲା appeared first on Dharitri Odia News.