ଜୁଲାଇରୁ କ୍ରେଡିଟ କାର୍ଡର ନୂଆ ନିୟମ : ବିବିପିଏସ୍‌ ଜରିଆରେ ପ୍ରୋସେସ୍‌ ହେବ କ୍ରେଡିଟ କାର୍ଡ ପେମେଣ୍ଟ

ନୂଆଦିଲ୍ଲୀ : କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର। ଜୁନ ମାସ ଶେଷ ପରେ ଅର୍ଥାତ ଜୁଲାଇ ପହିଲାରେ କ୍ରେଡିଟ କାର୍ଡ ସହ ଜଡିତ ଏକ ଏପରି ନିୟମ ଲାଗୁ ହେବାକୁ ଯାଉଛି ଯାହାର ସିଧାସଳଖ ପ୍ରଭାବ କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କ ଉପରେ ପଡିପାରେ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ୩୦ ଜୁନ ୨୦୨୪ ପରେ ସମସ୍ତ କ୍ରେଡିଟ କାର୍ଡ ପେମେଣ୍ଟସକୁ ଭାରତ ବିଲ ପେମେଣ୍ଟ ସିଷ୍ଟମ ବିବିପିଏସ ଜରିଆରେ ପ୍ରୋସେସ କରିବାକୁ ଯାଉଛି। ସୂଚନା ମୁତାବକ […]

ଜୁଲାଇରୁ କ୍ରେଡିଟ କାର୍ଡର ନୂଆ ନିୟମ : ବିବିପିଏସ୍‌ ଜରିଆରେ ପ୍ରୋସେସ୍‌ ହେବ କ୍ରେଡିଟ କାର୍ଡ ପେମେଣ୍ଟ
New rules for credit cards from July

ନୂଆଦିଲ୍ଲୀ : କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର। ଜୁନ ମାସ ଶେଷ ପରେ ଅର୍ଥାତ ଜୁଲାଇ ପହିଲାରେ କ୍ରେଡିଟ କାର୍ଡ ସହ ଜଡିତ ଏକ ଏପରି ନିୟମ ଲାଗୁ ହେବାକୁ ଯାଉଛି ଯାହାର ସିଧାସଳଖ ପ୍ରଭାବ କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କ ଉପରେ ପଡିପାରେ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ୩୦ ଜୁନ ୨୦୨୪ ପରେ ସମସ୍ତ କ୍ରେଡିଟ କାର୍ଡ ପେମେଣ୍ଟସକୁ ଭାରତ ବିଲ ପେମେଣ୍ଟ ସିଷ୍ଟମ ବିବିପିଏସ ଜରିଆରେ ପ୍ରୋସେସ କରିବାକୁ ଯାଉଛି।

ସୂଚନା ମୁତାବକ ଏପର୍ଯ୍ୟନ୍ତ ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଆକ୍ସିସ ବ୍ୟାଙ୍କ ଭଳି ବଡ ବ୍ୟାଙ୍କ ବିବିପିଏସ ଆକ୍ଟିଭ୍‌ କରିନାହାନ୍ତି। ଏହି ସମସ୍ତ ବ୍ୟାଙ୍କ ମିଶି ଗ୍ରାହକଙ୍କୁ ୫ କୋଟି କ୍ରେଡିଟ୍‌ କାର୍ଡ ଇସ୍ୟୁ କରିଛନ୍ତି।
ବ୍ୟାଙ୍କ କିମ୍ବା ଋଣଦାତା ଯେଉଁମାନେ ଏ ପର୍ଯ୍ୟନ୍ତ ନିର୍ଦ୍ଦେଶନାମା ଅନୁପାଳନ କରିନାହାଁନ୍ତି ସେମାନେ ମଧ୍ୟ ଜୁନ୍ ୩୦ ପରେ କ୍ରେଡିଟ୍ କାର୍ଡ ବିଲ୍ ପେମେଣ୍ଟ କରିପାରିବେ ନାହିଁ। ଫୋନିଫ୍‌ ଏବଂ କ୍ରେଡିଟ୍ ପରି ଫିଣ୍ଟେକ୍, ଯାହା ପୂର୍ବରୁ ବିବିପିଏସର ସଦସ୍ୟ, ସେମାନେ ମଧ୍ୟ ଜୁନ୍ ୩୦ ପର୍ଯ୍ୟନ୍ତ ଆରବିଆଇର ଏହି ନିର୍ଦ୍ଦେଶାବଳୀ ପାଳନ କରିବା ଆବଶ୍ୟକ।

ପେମେଣ୍ଟ ଶିଳ୍ପ ଶେଷ ସମୟସୀମାକୁ ୯୦ ଦିନ ବୃଦ୍ଧି କରିବାକୁ ଦାବି କରିଛି। ଏକ ରିପୋର୍ଟ ଅନୁଯାୟୀ, ଏ ପର୍ଯ୍ୟନ୍ତ କେବଳ ୮ ଟି ବ୍ୟାଙ୍କ ବିବିପିଏସ୍‌ରେ ବିଲ୍ ପେମେଣ୍ଟ ସେବାକୁ ଆକ୍ଟିଭ୍‌ କରିଛନ୍ତି। ସମୁଦାୟ ୩୪ଟି ବ୍ୟାଙ୍କ କ୍ରେଡିଟ୍ କାର୍ଡ ପ୍ରଦାନ କରିବାକୁ ଅନୁମୋଦିତ, କିନ୍ତୁ ଏହି ବ୍ୟାଙ୍କଗୁଡିକ ମଧ୍ୟରୁ କେବଳ ୮ଟି ବିବିପିଏସକୁ ଆକ୍ଟିଭ କରିଛନ୍ତି।