ଟ୍ରମ୍ପ୍ ଟାଇମ ମାଗାଜିନର ‘ପର୍ସନ ଅଫ୍ ଦି ଇୟର’
ଓ୍ବାଶିଂଟନ, ୧୩।୧୨:ଟାଇମ ମାଗାଜିନ ପକ୍ଷରୁ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୨୦୨୪ ପାଇଁ ‘ପର୍ସନ ଅଫ୍ ଦି ଇୟର’ ଭାବେ ନାମିତ କରାଯାଇଛି। ଏହି ସମ୍ମାନ ଟ୍ରମ୍ପଙ୍କୁ ଦ୍ୱିତୀୟ ଥର ପାଇଁ ମିଳିଛି। ପୂର୍ବରୁ ୨୦୧୬ରେ ମଧ୍ୟ ଟାଇମ ମାଗାଜିନ ପକ୍ଷରୁ ଟ୍ରମ୍ପଙ୍କୁ ‘ପର୍ସନ ଅଫ୍ ଦି ଇୟର’ ଭାବେ ନାମିତ ହୋଇଥିଲେ। ଗତ ବର୍ଷ ଏହି ସମ୍ମାନ ଆମେରିକୀୟ ଗାୟିକା ତଥା ପପ୍ ଆଇକନ୍ ଟେଲର ସ୍ବେଫ୍ଟଙ୍କୁ ମିଳିଥିଲା। ଟାଇମ ମାଗାଜିନର ମୁଖ୍ୟ ସମ୍ପାଦକ […] The post ଟ୍ରମ୍ପ୍ ଟାଇମ ମାଗାଜିନର ‘ପର୍ସନ ଅଫ୍ ଦି ଇୟର’ appeared first on Dharitri Odia News.
ଓ୍ବାଶିଂଟନ, ୧୩।୧୨:ଟାଇମ ମାଗାଜିନ ପକ୍ଷରୁ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୨୦୨୪ ପାଇଁ ‘ପର୍ସନ ଅଫ୍ ଦି ଇୟର’ ଭାବେ ନାମିତ କରାଯାଇଛି। ଏହି ସମ୍ମାନ ଟ୍ରମ୍ପଙ୍କୁ ଦ୍ୱିତୀୟ ଥର ପାଇଁ ମିଳିଛି। ପୂର୍ବରୁ ୨୦୧୬ରେ ମଧ୍ୟ ଟାଇମ ମାଗାଜିନ ପକ୍ଷରୁ ଟ୍ରମ୍ପଙ୍କୁ ‘ପର୍ସନ ଅଫ୍ ଦି ଇୟର’ ଭାବେ ନାମିତ ହୋଇଥିଲେ। ଗତ ବର୍ଷ ଏହି ସମ୍ମାନ ଆମେରିକୀୟ ଗାୟିକା ତଥା ପପ୍ ଆଇକନ୍ ଟେଲର ସ୍ବେଫ୍ଟଙ୍କୁ ମିଳିଥିଲା। ଟାଇମ ମାଗାଜିନର ମୁଖ୍ୟ ସମ୍ପାଦକ ସାମ ଜାକବ୍ସ କହିଛନ୍ତି, ଟ୍ରମ୍ପ୍ ଚଳିତ ବର୍ଷର ଚର୍ଚ୍ଚିତ ବ୍ୟକ୍ତିତ୍ୱ ଥିଲେ। ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ତାଙ୍କର ହତ୍ୟା ଉଦ୍ୟମ ମଧ୍ୟ ହୋଇଥିଲା। ଟ୍ରମ୍ପ୍ଙ୍କ ନିର୍ବାଚନୀ ପ୍ରଚାର ଆମେରିକା ରାଷ୍ଟ୍ରପତି ପଦର ମହତ୍ତ୍ୱକୁ ବଢ଼ାଇଥିବାରୁ ତାଙ୍କୁ ଏହି ସମ୍ମାନ ମିଳିଛି। ତେବେ ଟ୍ରମ୍ପ୍ଙ୍କଠାରୁ ପରାସ୍ତ ହୋଇଥିବା ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ କମଲା ହ୍ୟାରିସ୍ ଚଳିତ ବର୍ଷର ଏହି ସମ୍ମାନ ପାଇଁ ୫ ଫାଇନାଲିଷ୍ଟଙ୍କ ମଧ୍ୟରେ ସାମିଲ ଥିଲେ।
The post ଟ୍ରମ୍ପ୍ ଟାଇମ ମାଗାଜିନର ‘ପର୍ସନ ଅଫ୍ ଦି ଇୟର’ appeared first on Dharitri Odia News.