ପୋର୍ଟବ୍ଲେୟାର ନାଁ ପରିବର୍ତ୍ତନ କଲେ କେନ୍ଦ୍ର ସରକାର, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୩।୯: ଭାରତ ସରକାର ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାରର ନାମ ପରିବର୍ତ୍ତନ କରିଛନ୍ତି। ସରକାର ପୋର୍ଟ ବ୍ଲେୟାରର ନାମକୁ ‘ଶ୍ରୀ ବିଜୟପୁରମ୍’ ରେ ପରିବର୍ତ୍ତନ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଗୃହମନ୍ତ୍ରୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶକୁ ଦାସତ୍ୱର ସମସ୍ତ ପ୍ରତୀକରୁ ମୁକ୍ତ କରିବା ପାଇଁ ସଂକଳ୍ପବଦ୍ଧ ହୋଇ ଶୁକ୍ରବାର ଗୃହ ମନ୍ତ୍ରଣାଳୟ ପୋର୍ଟ ବ୍ଲେୟାରକୁ ‘ଶ୍ରୀ […] The post ପୋର୍ଟବ୍ଲେୟାର ନାଁ ପରିବର୍ତ୍ତନ କଲେ କେନ୍ଦ୍ର ସରକାର, ଜାଣନ୍ତୁ କାହିଁକି appeared first on Dharitri Odia News.

ପୋର୍ଟବ୍ଲେୟାର ନାଁ ପରିବର୍ତ୍ତନ କଲେ କେନ୍ଦ୍ର ସରକାର, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୩।୯: ଭାରତ ସରକାର ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାରର ନାମ ପରିବର୍ତ୍ତନ କରିଛନ୍ତି। ସରକାର ପୋର୍ଟ ବ୍ଲେୟାରର ନାମକୁ ‘ଶ୍ରୀ ବିଜୟପୁରମ୍’ ରେ ପରିବର୍ତ୍ତନ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଗୃହମନ୍ତ୍ରୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶକୁ ଦାସତ୍ୱର ସମସ୍ତ ପ୍ରତୀକରୁ ମୁକ୍ତ କରିବା ପାଇଁ ସଂକଳ୍ପବଦ୍ଧ ହୋଇ ଶୁକ୍ରବାର ଗୃହ ମନ୍ତ୍ରଣାଳୟ ପୋର୍ଟ ବ୍ଲେୟାରକୁ ‘ଶ୍ରୀ ବିଜୟପୁରମ୍’ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛି।

ଶାହା ଲେଖିଛନ୍ତି, ‘ଚୋଳ ସାମ୍ରାଜ୍ୟରେ ନୌସେନାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ଦ୍ୱୀପ ଆଜି ଦେଶର ସୁରକ୍ଷା ତଥା ବିକାଶକୁ ତ୍ୱରାନ୍ୱିତ କରିବାକୁ ପ୍ରସ୍ତୁତ। ଭାରତ ମାତାର ସ୍ୱାଧୀନତା ଲାଗି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୀଙ୍କ ଦ୍ୱାରା ପ୍ରଥମ ତ୍ରିରଙ୍ଗା ଉତ୍ତୋଳନ ଠାରୁ ଆରମ୍ଭ କରି ସେଲୁଲାର ଜେଲରେ ଥିବା ସବରକର ଏବଂ ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କର ଏହା ଏହା ସଂଘର୍ଷର ସ୍ଥାନ।

ଏପରିକି ୨୦୧୮ ରେ, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଆଣ୍ଡାମାନ ଏବଂ ନିକୋବରରେ ପହଞ୍ଚିଥିଲେ, ସେତେବେଳେ ସେ ତିନୋଟି ଦ୍ୱୀପପୁଞ୍ଜର ନାମ ପରିବର୍ତ୍ତନ କରିବାକୁ ଘୋଷଣା କରିଥିଲେ। ସେ ହାଭେଲକ୍ ଦ୍ୱୀପ, ନିଲ୍ ଦ୍ୱୀପ ଏବଂ ରସ୍ ଦ୍ୱୀପର ନାମ ପରିବର୍ତ୍ତନ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ହାଭେଲକ ଦ୍ୱୀପ ବର୍ତ୍ତମାନ ସ୍ୱରାଜ ଦ୍ୱିପ, ନିଲ ଦ୍ୱୀପକୁ ସହିଦ ଦ୍ୱିପ ଏବଂ ରସ ଦ୍ୱୀପ ନେତାଜୀ ସୁଭାଷ ଚନ୍ଦ୍ର ଦ୍ୱିପ ନାମରେ ପରିଚିତ ହେବ।

The post ପୋର୍ଟବ୍ଲେୟାର ନାଁ ପରିବର୍ତ୍ତନ କଲେ କେନ୍ଦ୍ର ସରକାର, ଜାଣନ୍ତୁ କାହିଁକି appeared first on Dharitri Odia News.