ସ୍ବର ବଦଳାଇ ପଡୋଶୀଙ୍କଠୁ ୬ ଲକ୍ଷ ଲୁଟ୍: ଅପରାଧରେ ସହାୟକ ହେଲା ଏଆଇ ଟେକ୍ନୋଲୋଜି
ଠାଣେ,୩୦।୬: ମହାରାଷ୍ଟ୍ରର ଠାଣେରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ ମହିଳା କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଭଏସ ଟେକ୍ନୋଲୋଜିକୁ ବ୍ୟବହାର କରି ତାଙ୍କ ପଡ଼ୋଶୀଙ୍କଠାରୁ ୬.୬ ଲକ୍ଷ ଟଙ୍କା ଲୁଟିବାରେ ସଫଳ ହୋଇଛନ୍ତି। ତେବେ ଘଟଣା ସମ୍ପର୍କରେ ଅଭିଯୋଗ ମିଳିବା ପରେ ଶନିବାର ଏହି ଅଭିଯୁକ୍ତ ମହିଳାଙ୍କୁ ପୋଲିସ ଗିରଫ କରିଛି। ମହାରାଷ୍ଟ୍ରର ଠାଣେ ଜିଲାର କାଶିମିରା ଅଞ୍ଚଳର ରଶ୍ମି କର ନାମ୍ନୀ ଜଣେ ମହିଳା ଏଆଇ ଭଏସ ଟେକ୍ନୋଲୋଜିକୁ ବ୍ୟବହାର କରି ନିଜ ପଡୋଶୀଙ୍କଠାରୁ ୬.୬ […] The post ସ୍ବର ବଦଳାଇ ପଡୋଶୀଙ୍କଠୁ ୬ ଲକ୍ଷ ଲୁଟ୍: ଅପରାଧରେ ସହାୟକ ହେଲା ଏଆଇ ଟେକ୍ନୋଲୋଜି appeared first on Dharitri Odia News.
ଠାଣେ,୩୦।୬: ମହାରାଷ୍ଟ୍ରର ଠାଣେରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ ମହିଳା କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଭଏସ ଟେକ୍ନୋଲୋଜିକୁ ବ୍ୟବହାର କରି ତାଙ୍କ ପଡ଼ୋଶୀଙ୍କଠାରୁ ୬.୬ ଲକ୍ଷ ଟଙ୍କା ଲୁଟିବାରେ ସଫଳ ହୋଇଛନ୍ତି। ତେବେ ଘଟଣା ସମ୍ପର୍କରେ ଅଭିଯୋଗ ମିଳିବା ପରେ ଶନିବାର ଏହି ଅଭିଯୁକ୍ତ ମହିଳାଙ୍କୁ ପୋଲିସ ଗିରଫ କରିଛି।
ମହାରାଷ୍ଟ୍ରର ଠାଣେ ଜିଲାର କାଶିମିରା ଅଞ୍ଚଳର ରଶ୍ମି କର ନାମ୍ନୀ ଜଣେ ମହିଳା ଏଆଇ ଭଏସ ଟେକ୍ନୋଲୋଜିକୁ ବ୍ୟବହାର କରି ନିଜ ପଡୋଶୀଙ୍କଠାରୁ ୬.୬ ଲକ୍ଷ ଟଙ୍କାର ଠକେଇ କରିଥିଲେ। ରଶ୍ମି ନିଜ ମହିଳା ପଡୋଶୀଙ୍କୁ କଲ୍ କରି ନିଜକୁ ଜଣେ ପୁରୁଷ ଭାବରେ ପରିଚିତ କରାଇଥିଲେ। କଲ୍ ସମୟରେ ରଶ୍ମି ଏଆଇ ଟେକ୍ନୋଲୋଜିକୁ ବ୍ୟବହାର କରି ନିଜ ସ୍ବରକୁ ଜଣେ ପୁରୁଷଙ୍କ ସ୍ବରରେ ପରିବର୍ତ୍ତନ କରିଥିଲେ। କଲ୍ରେ କଥାବାର୍ତ୍ତା ସମୟରେ ସେ ତାଙ୍କ ମହିଳା ପଡୋଶୀଙ୍କୁ ବିଭିନ୍ନ କିସ୍ତିରେ ଲକ୍ଷାଧିକ ଟଙ୍କା ଦେବାକୁ ଧମକ ଦେଇଥିଲେ। ପୀଡ଼ିତା ମହିଳା ଜଣକ ଜଣେ ପୁରୁଷଙ୍କ ସହ କଥା ହେଉଥିବା ଭାବି ଭୟରେ ଡିଜିଟାଲ୍ ପ୍ଲାଟ୍ଫର୍ମ ମାଧ୍ୟମରେ ବିଭିନ୍ନ କିସ୍ତିରେ ରଶ୍ମିଙ୍କୁ ୬.୬ ଲକ୍ଷ ଟଙ୍କା ଦେଇଥିଲେ। ତେବେ କଲ୍ ଯୋଗେ କଥା ହେଉଥିବା ଉକ୍ତ ପୁରୁଷଙ୍କୁ କେବେ ମଧ୍ୟ ଭେଟି ନ ଥିବା ପୋଲିସ ସମ୍ମୁଖରେ ଉକ୍ତ ପୀଡ଼ିତା କହିଛନ୍ତି। ରବିବାର ପଚରାଉଚରାବେଳେ ରଶ୍ମି ପୋଲିସକୁ କହିଛନ୍ତି, ତାଙ୍କୁ ତୁରନ୍ତ ୬ ଲକ୍ଷ ଟଙ୍କା ଦରକାର ଥିଲା, ତେଣୁ ସେ କଲ୍ ସମୟରେ ସ୍ବର ବଦଳାଇବା ପାଇଁ ଏଆଇ ଟେକ୍ନୋଲୋଜି ବ୍ୟବହାର କରି ନିଜ ପଡୋଶୀଙ୍କୁ ଠକି ଚାଲିଥିଲେ। ପୀଡିତାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ରଶ୍ମିଙ୍କୁ ଶନିବାର ଗିରଫ କରିଛି। ସୂଚନା ପ୍ରଯୁକ୍ତି ବିଦ୍ୟା(ଆଇଟି) ଅଧିନିୟମ ଅନୁଯାୟୀ ପୋଲିସ ରଶ୍ମିଙ୍କ ବିରୋଧରେ ମାମଲା ରୁଜୁ କରିଛି।
The post ସ୍ବର ବଦଳାଇ ପଡୋଶୀଙ୍କଠୁ ୬ ଲକ୍ଷ ଲୁଟ୍: ଅପରାଧରେ ସହାୟକ ହେଲା ଏଆଇ ଟେକ୍ନୋଲୋଜି appeared first on Dharitri Odia News.