ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖି ଜେଲ ଗଲେ ଯୁବକ

ଜି.ଉଦୟଗିରି,୧୩ା୨(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକା (୧୩)ଙ୍କ ସହ ଶାରୀରିକ ସମ୍ପର୍କ ରଖି ଧରାପଡିବା ପରେ ଜଣେ ଯୁବକ ଜେଲ୍‌ ଯାଇଛନ୍ତି। ଖବରରୁ ଜଣାପଡିଛି, ଯୁବକ ଜଣକ ସମ୍ପୃକ୍ତା ନାବାଳିକାଙ୍କ ଘରେ ଓ ଦୋକାନରେ କାମ କରୁଥିଲେ। ପୀଡ଼ିତାଙ୍କ ମା’ ବାପାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସେ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଫଳରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ। ପରିବାର ଲୋକେ […] The post ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖି ଜେଲ ଗଲେ ଯୁବକ appeared first on Dharitri Odia News.

ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖି ଜେଲ ଗଲେ ଯୁବକ

ଜି.ଉଦୟଗିରି,୧୩ା୨(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକା (୧୩)ଙ୍କ ସହ ଶାରୀରିକ ସମ୍ପର୍କ ରଖି ଧରାପଡିବା ପରେ ଜଣେ ଯୁବକ ଜେଲ୍‌ ଯାଇଛନ୍ତି। ଖବରରୁ ଜଣାପଡିଛି, ଯୁବକ ଜଣକ ସମ୍ପୃକ୍ତା ନାବାଳିକାଙ୍କ ଘରେ ଓ ଦୋକାନରେ କାମ କରୁଥିଲେ। ପୀଡ଼ିତାଙ୍କ ମା’ ବାପାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସେ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଫଳରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ।

ପରିବାର ଲୋକେ ଗତ ୧୧ ତାରିଖରେ ଘଟଣା ସମ୍ପର୍କରେ ନାବାଳିକାଙ୍କଠାରୁ ଜାଣିବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ଥାନା ଅଧିକାରୀ ଭଗବାନ ପୂଜାରୀ ମାମଲା ରୁଜୁ କରି ଏସ୍‌ଆଇ ସିଏଚ୍‌ କାମରାଜ ରେଡ୍ଡୀଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ। ତଦନ୍ତରୁ ନାବାଳିକାଙ୍କ ସହ ଯୁବକଙ୍କ ସମ୍ପର୍କ ସ୍ପଷ୍ଟ ହେବା ପରେ ତାଙ୍କୁ ପୋକ୍‌ସୋ ଆଇନ ଅନୁଯାୟୀ ନଂ. ୨୮/୨୫ରେ ମାମଲା ରୁଜୁ କରି ବୁଧବାର ରାତିରେ ତାଙ୍କ ଘରୁ ଗିରଫ କରାଯାଇଥିଲା। ସମ୍ପୃକ୍ତ ଯୁବକଙ୍କୁ ଗୁରୁବାର ଫୁଲବାଣୀ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଯାଇଥିବା ଜଣାପଡିଛି। ନାବାଳିକାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କର ଫୁଲବାଣୀରେ ଡାକ୍ତରୀ ମାଇନା କରାଯାଇଥିବା ବେଳେ ଯୁବକଙ୍କ ଡାକ୍ତରୀ ମାଇନା ଜି.ଉଦୟଗିରି ସ୍ବାସ୍ଥ୍ୟକେନ୍ଦ୍ରରେ କରାଯାଇଛି। ଘଟଣାର ତଦନ୍ତ କରି ପୀଡିତାଙ୍କୁ ସେ ଉପଯୁକ୍ତ ନ୍ୟାୟ ଦେବେ ବୋଲି ବୁଧବାର ଥାନାରେ ଯୋଗ ଦେଇଥିବା ନୂତନ ଥାନା ଅଧିକାରୀ ତପନ ପତି କହିଛନ୍ତି।

 

The post ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖି ଜେଲ ଗଲେ ଯୁବକ appeared first on Dharitri Odia News.