ହାଫିଜ୍ ସଇଦକୁ ଶକ୍ତ ଝଟକା, ଗୁଳିମାଡରେ ସହଯୋଗୀ ଅବଦୁଲ ରେହମାନ ମୃତ
ନୂଆଦିଲ୍ଲୀ ୩୧।୦୩; ପାକିସ୍ତାନରେ ଗୋଟିଏ ପରେ ଗୋଟିଏ ଆତଙ୍କବାଦୀ ନିପାତ ହେଉଛନ୍ତି। ଏବେ କରାଚୀରେ ହାଫିଜ୍ ସଇଦର ଆଉ ଜଣେ ଘନିଷ୍ଠ ସହଯୋଗୀଙ୍କୁ ହତ୍ୟା କରାଯାଇଛି। କରାଚୀରେ, ଲସ୍କର-ଏ-ତୈବା ପାଇଁ ପାଣ୍ଠି ସଂଗ୍ରହ କରୁଥିବା ଅବଦୁଲ ରେହମାନଙ୍କ ଉପରେ ଅଜଣା ବନ୍ଧୁକଧାରୀମାନେ ଆଖିବୁଜା ଗୁଳି ମାଡ କରିଥିଲେ । ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା । କୁହାଯାଉଛି ଯେ ଅବଦୁଲ ରହମାନ ଅହଲ-ଏ-ସୁନ୍ନତ ୱାଲ ଜମାତର ସ୍ଥାନୀୟ ନେତା ଥିଲେ। ସେ କରାଚୀରେ ଲସ୍କର ପାଇଁ ପାଣ୍ଠି ସଂଗ୍ରହ କରୁଥିଲେ। ତାଙ୍କର ଏଜେଣ୍ଟମାନେ ସମଗ୍ର ଅଞ୍ଚଳରୁ ପାଣ୍ଠି ଆଣି ତାଙ୍କ ପାଖରେ ଜମା କରୁଥିଲେ। ତା’ପରେ ସେ ହାଫିଜ୍ ସଇଦ ପାଖକୁ ପାଣ୍ଠି ପହଞ୍ଚାଉଥିଲେ।ଆକ୍ରମଣରେ ଅବଦୁଲ ରେହମାନଙ୍କ ବାପା ଆହତ ହାଫିଜ୍ ସଇଦର ଘନିଷ୍ଠ ସହଯୋଗୀଙ୍କ ଉପରେ ଏହି ଆକ୍ରମଣ ସେତେବେଳେ ହୋଇଥିଲା ଯେତେବେଳେ ସେ ତାଙ୍କ ବାପା ଏବଂ ଅନ୍ୟମାନଙ୍କ ସହିତ ଥିଲେ। ଆକ୍ରମଣରେ ତାଙ୍କ ବାପାଙ୍କ ସମେତ ତିନି ଜଣ ଗୁରୁତର ଆହତ ହୋଇଥିଲେ। ଯେଉଁଥିରେ ଅବଦୁଲ ରହମାନଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା।
ନୂଆଦିଲ୍ଲୀ ୩୧।୦୩; ପାକିସ୍ତାନରେ ଗୋଟିଏ ପରେ ଗୋଟିଏ ଆତଙ୍କବାଦୀ ନିପାତ ହେଉଛନ୍ତି। ଏବେ କରାଚୀରେ ହାଫିଜ୍ ସଇଦର ଆଉ ଜଣେ ଘନିଷ୍ଠ ସହଯୋଗୀଙ୍କୁ ହତ୍ୟା କରାଯାଇଛି। କରାଚୀରେ, ଲସ୍କର-ଏ-ତୈବା ପାଇଁ ପାଣ୍ଠି ସଂଗ୍ରହ କରୁଥିବା ଅବଦୁଲ ରେହମାନଙ୍କ ଉପରେ ଅଜଣା ବନ୍ଧୁକଧାରୀମାନେ ଆଖିବୁଜା ଗୁଳି ମାଡ କରିଥିଲେ । ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା ।
କୁହାଯାଉଛି ଯେ ଅବଦୁଲ ରହମାନ ଅହଲ-ଏ-ସୁନ୍ନତ ୱାଲ ଜମାତର ସ୍ଥାନୀୟ ନେତା ଥିଲେ। ସେ କରାଚୀରେ ଲସ୍କର ପାଇଁ ପାଣ୍ଠି ସଂଗ୍ରହ କରୁଥିଲେ। ତାଙ୍କର ଏଜେଣ୍ଟମାନେ ସମଗ୍ର ଅଞ୍ଚଳରୁ ପାଣ୍ଠି ଆଣି ତାଙ୍କ ପାଖରେ ଜମା କରୁଥିଲେ। ତା’ପରେ ସେ ହାଫିଜ୍ ସଇଦ ପାଖକୁ ପାଣ୍ଠି ପହଞ୍ଚାଉଥିଲେ।
ଆକ୍ରମଣରେ ଅବଦୁଲ ରେହମାନଙ୍କ ବାପା ଆହତ
ହାଫିଜ୍ ସଇଦର ଘନିଷ୍ଠ ସହଯୋଗୀଙ୍କ ଉପରେ ଏହି ଆକ୍ରମଣ ସେତେବେଳେ ହୋଇଥିଲା ଯେତେବେଳେ ସେ ତାଙ୍କ ବାପା ଏବଂ ଅନ୍ୟମାନଙ୍କ ସହିତ ଥିଲେ। ଆକ୍ରମଣରେ ତାଙ୍କ ବାପାଙ୍କ ସମେତ ତିନି ଜଣ ଗୁରୁତର ଆହତ ହୋଇଥିଲେ। ଯେଉଁଥିରେ ଅବଦୁଲ ରହମାନଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା।