ପାଟଣାଗଡ଼ ଶିଶୁ ବିକ୍ରି ଘଟଣା : ସ୍ବାସ୍ଥ୍ୟକର୍ମୀ, ଛୁଆ ରଖିଥିବା ବ୍ୟକ୍ତି ସହ ମଧ୍ୟସ୍ଥିକୁ ବନ୍ଧିଲା ପୋଲିସ

ପାଟଣାଗଡ ୨୩।୧୧: ପାଟଣାଗଡ ଶିଶୁ ବିକ୍ରି ଘଟଣାରେ ୩ ଜଣଙ୍କୁ ଗିରଫ କଲା ପୋଲିସ । ସୁନାମୁଦି ସ୍ବାସ୍ଥ୍ୟକର୍ମୀ, ଛୁଆ ରଖିଥିବା ବ୍ୟକ୍ତିଙ୍କ ସହ ମଧ୍ୟସ୍ଥିଙ୍କୁ ଗିରଫ କରାଯାଇଛି । ଗିରଫ ପରେ ୩ ଜଣଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ୍ ଲାଠୋର ଥାନା ଅନ୍ତର୍ଗତ ସାନଗୁର୍ଜିଭ ନବଜାତ ଶିଶୁ କନ୍ୟାକୁ ପର ହାତରେ ଟେକିଦେଇଥିବା ଘଟଣା ସାମ୍ନାକୁ ଆସିଥିଲା । ଘଟଣାରେ ଶୁକ୍ରବାର ସୁନାମୁଦି ସାସ୍ଥ୍ୟକର୍ମୀ ମମତା ଭୋଇଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା । ଶନିବାର ଦିନ ପିଲାକୁ ରଖିଥିବା ବ୍ୟକ୍ତି ଓ ମଧ୍ୟସ୍ଥି ସହ ସ୍ବାସ୍ଥ୍ୟକର୍ମୀ ମମତାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ଏହି ଘଟଣାରେ ପରିବାରକୁ ଗତ ରାତିରେ ସରଜମିନ ତଦନ୍ତ ପାଇଁ ବଲାଙ୍ଗିର ଜିଲ୍ଲାପାଳ, ଏସ୍‌ପି ସାନଗୁରଜିଭଟା ଗାଁରେ ପହଞ୍ଚି ପରିବାରକୁ ଭେଟି ତଦନ୍ତ କରିଥିଲେ । ଘଟଣାରେ ସମ୍ପୃକ୍ତ ସ୍ବାସ୍ଥ୍ୟକର୍ମୀ ପିଲାକୁ ଅନ୍ୟ କାହାକୁ ଦେବାରେ ସହଯୋଗ କରିଥିବା ଲାଠୋର ଗାଁର ଆଲୋକ ଅଗ୍ରୱାଲ ଓ ପିଲାକୁ ରଖିଥିବା ଅଭିଯୋଗରେ ରାଜକୁମାର ମିତ୍ତଲକୁ ଗିରଫ କରିଛି ପୋଲିସ । ଗିରଫ ପରେ ୩ ଜଣଙ୍କୁ ପାଟଣାଗଡ଼ କୋର୍ଟ ଚାଲାଣ କରିଛି ପୋଲିସ । ଏଭଳି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ବର ଭାବେ ନେଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଗତ ୧୯ ତାରିଖରେ ଶିଶୁର ମା’ ଅରୁଣାବତୀ ନାଗଙ୍କ ଘରକୁ

ପାଟଣାଗଡ଼ ଶିଶୁ ବିକ୍ରି ଘଟଣା : ସ୍ବାସ୍ଥ୍ୟକର୍ମୀ, ଛୁଆ ରଖିଥିବା ବ୍ୟକ୍ତି ସହ ମଧ୍ୟସ୍ଥିକୁ ବନ୍ଧିଲା ପୋଲିସ

ପାଟଣାଗଡ ୨୩।୧୧: ପାଟଣାଗଡ ଶିଶୁ ବିକ୍ରି ଘଟଣାରେ ୩ ଜଣଙ୍କୁ ଗିରଫ କଲା ପୋଲିସ । ସୁନାମୁଦି ସ୍ବାସ୍ଥ୍ୟକର୍ମୀ, ଛୁଆ ରଖିଥିବା ବ୍ୟକ୍ତିଙ୍କ ସହ ମଧ୍ୟସ୍ଥିଙ୍କୁ ଗିରଫ କରାଯାଇଛି । ଗିରଫ ପରେ ୩ ଜଣଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ୍ ଲାଠୋର ଥାନା ଅନ୍ତର୍ଗତ ସାନଗୁର୍ଜିଭ ନବଜାତ ଶିଶୁ କନ୍ୟାକୁ ପର ହାତରେ ଟେକିଦେଇଥିବା ଘଟଣା ସାମ୍ନାକୁ ଆସିଥିଲା । ଘଟଣାରେ ଶୁକ୍ରବାର ସୁନାମୁଦି ସାସ୍ଥ୍ୟକର୍ମୀ ମମତା ଭୋଇଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା । ଶନିବାର ଦିନ ପିଲାକୁ ରଖିଥିବା ବ୍ୟକ୍ତି ଓ ମଧ୍ୟସ୍ଥି ସହ ସ୍ବାସ୍ଥ୍ୟକର୍ମୀ ମମତାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । 

ସେପଟେ ଏହି ଘଟଣାରେ ପରିବାରକୁ ଗତ ରାତିରେ ସରଜମିନ ତଦନ୍ତ ପାଇଁ ବଲାଙ୍ଗିର ଜିଲ୍ଲାପାଳ, ଏସ୍‌ପି ସାନଗୁରଜିଭଟା ଗାଁରେ ପହଞ୍ଚି ପରିବାରକୁ ଭେଟି ତଦନ୍ତ କରିଥିଲେ । ଘଟଣାରେ ସମ୍ପୃକ୍ତ ସ୍ବାସ୍ଥ୍ୟକର୍ମୀ ପିଲାକୁ ଅନ୍ୟ କାହାକୁ ଦେବାରେ ସହଯୋଗ କରିଥିବା ଲାଠୋର ଗାଁର ଆଲୋକ ଅଗ୍ରୱାଲ ଓ ପିଲାକୁ ରଖିଥିବା ଅଭିଯୋଗରେ ରାଜକୁମାର ମିତ୍ତଲକୁ ଗିରଫ କରିଛି ପୋଲିସ । ଗିରଫ ପରେ ୩ ଜଣଙ୍କୁ ପାଟଣାଗଡ଼ କୋର୍ଟ ଚାଲାଣ କରିଛି ପୋଲିସ । 

ଏଭଳି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ବର ଭାବେ ନେଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଗତ ୧୯ ତାରିଖରେ ଶିଶୁର ମା’ ଅରୁଣାବତୀ ନାଗଙ୍କ ଘରକୁ ଯାଇ ଘଟଣା ବିଷୟରେ ପଚାରି ବୁଝିଥିଲେ । ଘଟଣାରେ ସଂପୃକ୍ତ ଥିବା ସମସ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । 

You Can Read:

ଷଣ୍ଢ ଲଢେଇ ବେଳେ ଅଘଟଣ, ଆକ୍ରମଣରେ ଦୁଇ ଯୁବତୀ ଆହତ