କାର୍‌,ବାଇକ ଓ ସାଇକେଲକୁ ଧକ୍କା ଦେଲା ଭ୍ୟାନ, ୩ ଗୁରୁତର ମେଡିକାଲରେ ଭର୍ତ୍ତି

ଆଠଗଡ ୧୩/୭: କଟକ-ନରସିଂହପୁର ମୁଖ୍ୟ ରାସ୍ତା ୬୫ ନମ୍ବର ରାଜ୍ୟ ରାଜପଥ ଗୋପାଳପୁର ଛକ ନିକଟରେ ସିରିଜ ଦୁର୍ଘଟଣା । ଏକ ପିକ୍‌ଅପ୍‌ ଭ୍ୟାନ ଦ୍ରୁତ ଗତିରେ ଆସି କାର,ବାଇକ ଓ ଜଣେ ଦିବ୍ୟାଙ୍ଗଙ୍କ ୩ ଚକିଆ ସାଇକେଲକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଡ୍ରାଇଭର । ୩ ଜଣ ଆହତଙ୍କୁ ବଡମ୍ବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରି ତଦନ୍ତ କରୁଛି ପୋଲିସ ।  