ପଦବୀ ହରାଇଲେ ଗୁମିକିଆ ସରପଞ୍ଚ
ଦାରିଙ୍ଗବାଡି,୯ା୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗୁମିକିଆ ପଞ୍ଚାୟତ ସରପଞ୍ଚ ତ୍ରିନାଥ ପ୍ରଧାନ ତାଙ୍କ ପଦବୀ ହରାଇଛନ୍ତି। ୫ ସନ୍ତାନ ଥିବାରୁ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ତ୍ରିନାଥଙ୍କ ସରପଞ୍ଚ ପଦବୀକୁ ଅସିଦ୍ଧ ଘୋଷଣା କରିଛନ୍ତି। ନିର୍ବାଚନରେ ପଞ୍ଚାୟତ ଅଧିନିୟମକୁ ଉଲଂଘନ କରି ତ୍ରିନାଥ ବିଜୟୀ ହୋଇଥିଲେ। ତାଙ୍କର ୨ରୁ ଅଧିକ ସନ୍ତାନ ଥିବା ନେଇ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ସୁରୁଲାଇ ଗ୍ରାମର ପିତର ପ୍ରଧାନ ଅଭିଯୋଗ କରିଥିଲେ। ଏହାର […] The post ପଦବୀ ହରାଇଲେ ଗୁମିକିଆ ସରପଞ୍ଚ appeared first on Dharitri Odia News.
ଦାରିଙ୍ଗବାଡି,୯ା୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗୁମିକିଆ ପଞ୍ଚାୟତ ସରପଞ୍ଚ ତ୍ରିନାଥ ପ୍ରଧାନ ତାଙ୍କ ପଦବୀ ହରାଇଛନ୍ତି। ୫ ସନ୍ତାନ ଥିବାରୁ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ତ୍ରିନାଥଙ୍କ ସରପଞ୍ଚ ପଦବୀକୁ ଅସିଦ୍ଧ ଘୋଷଣା କରିଛନ୍ତି।
ନିର୍ବାଚନରେ ପଞ୍ଚାୟତ ଅଧିନିୟମକୁ ଉଲଂଘନ କରି ତ୍ରିନାଥ ବିଜୟୀ ହୋଇଥିଲେ। ତାଙ୍କର ୨ରୁ ଅଧିକ ସନ୍ତାନ ଥିବା ନେଇ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ସୁରୁଲାଇ ଗ୍ରାମର ପିତର ପ୍ରଧାନ ଅଭିଯୋଗ କରିଥିଲେ। ଏହାର ତଦନ୍ତ ଅନୁସାରେ ଅଙ୍ଗନୱାଡି ସମେତ ଜନ୍ମ ପଞ୍ଜିକୃତ ରେକର୍ଡ, ଆଧାର କାର୍ଡ ଆଦିରୁ ତ୍ରିନାଥଙ୍କ ୧୯୯୪ ପ୍ରଥମ ସନ୍ତାନ, ୧୯୯୮ରେ ଦ୍ୱିତୀୟ, ୨୦୦୨ରେ ତୃତୀୟ,୨୦୦୬ରେ ଚତୁର୍ଥ ଏବଂ ୨୦୦୯ରେ ପଞ୍ଚମ ସନ୍ତାନ ଜନ୍ମ ଗ୍ରହଣ କରିଥିବା ଜଣାପଡିଥିଲା। ସୂଚନାଯୋଗ୍ୟ, ୨୦୨୨ ପଞ୍ଚାୟତ ନିର୍ବାଚନରେ ତ୍ରିନାଥ ମିଥ୍ୟା ସତ୍ୟପାଠ ଦେଇ ସରପଞ୍ଚ ନିର୍ବାଚିତ ହୋଇଥିଲେ। ୨୦୨୩ରେ ତାଙ୍କ ବିରୋଧରେ ୫ ସନ୍ତାନ ଥିବା ନେଇ ଅଭିଯୋଗ ଆସିଥିଲା।
The post ପଦବୀ ହରାଇଲେ ଗୁମିକିଆ ସରପଞ୍ଚ appeared first on Dharitri Odia News.