ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ଗୌତମ ଗମ୍ଭୀର, ସୂଚାନା ଦେଲେ ବିସିସିଆଇ ସମ୍ପାଦକ ଜୟ ଶାହ
ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ଗୌତମ ଗମ୍ଭୀର । ସୂଚାନା ଦେଲେ ବିସିସିଆଇ ସମ୍ପାଦକ ଜୟ ଶାହ । ରାହୁଲ ଦ୍ରାବିଡଙ୍କ ପରେ କିଏ? ଆଜି ମିଳିଲା ଉତ୍ତର । ପୂର୍ବରୁ ଚର୍ଚ୍ଚା ହେଉଥିଲା ଭାରତୀୟ ପୁରୁଷ କ୍ରିକେଟ ଦଳର ପରିବର୍ତ୍ତୀ ହେଡ୍ କୋଚ୍ ରେସରେ ଗୌତମ ଗମ୍ଭୀର ଆଗରେ ଅଛନ୍ତି । ଆଜି ବିସିସିଆଇ ମୋହର ଲାଗିଗଲା। ଭାରତୀୟ ପୁରୁଷ କ୍ରିକେଟ ଦଳର ହେଡ୍ କୋଚ୍ ଭାବେ ଗୌତମ ଗମ୍ଭୀରଙ୍କୁ ସ୍ବାଗତ କରି ଅତ୍ୟନ୍ତ […] The post ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ଗୌତମ ଗମ୍ଭୀର, ସୂଚାନା ଦେଲେ ବିସିସିଆଇ ସମ୍ପାଦକ ଜୟ ଶାହ appeared first on KNews Odisha.

ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ଗୌତମ ଗମ୍ଭୀର । ସୂଚାନା ଦେଲେ ବିସିସିଆଇ ସମ୍ପାଦକ ଜୟ ଶାହ । ରାହୁଲ ଦ୍ରାବିଡଙ୍କ ପରେ କିଏ? ଆଜି ମିଳିଲା ଉତ୍ତର । ପୂର୍ବରୁ ଚର୍ଚ୍ଚା ହେଉଥିଲା ଭାରତୀୟ ପୁରୁଷ କ୍ରିକେଟ ଦଳର ପରିବର୍ତ୍ତୀ ହେଡ୍ କୋଚ୍ ରେସରେ ଗୌତମ ଗମ୍ଭୀର ଆଗରେ ଅଛନ୍ତି । ଆଜି ବିସିସିଆଇ ମୋହର ଲାଗିଗଲା। ଭାରତୀୟ ପୁରୁଷ କ୍ରିକେଟ ଦଳର ହେଡ୍ କୋଚ୍ ଭାବେ ଗୌତମ ଗମ୍ଭୀରଙ୍କୁ ସ୍ବାଗତ କରି ଅତ୍ୟନ୍ତ ଖୁସି ବୋଲି ସୋସିଆଲ ମଡିଆରେ ପୋଷ୍ଟ କରିଛନ୍ତି ବିସିସିଆଇ ସମ୍ପାଦକ ।
ଆଧୁନିକ କ୍ରିକେଟ ଦ୍ରୁତ ଗତିରେ ପରିବର୍ତ୍ତନ ହୋଇଛି । ସେହି ପରିବର୍ତ୍ତନକୁ ଅତି ନିକଟରୁ ଦେଖିଛନ୍ତି ଗୌତମ ଗମ୍ଭୀର। ତାଙ୍କ କ୍ୟାରିଆରରେ ସେ ବିଭିନ୍ନ ଭୂମିକାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି । ତେଣୁ ଜୟ ଶାହା ଲେକିଛନ୍ତି, ବିଶ୍ବାସ ରହିଛି ଭାରତୀୟ କ୍ରିକେଟକୁ ଗୌତମ ଗମ୍ଭୀର ଆଗକୁ ନେଇ ପାରିବେ । ଗୌତମଙ୍କ ଏ ନୂଆଯାତ୍ରାରେ ବିସିସିଆଇ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବ ।
ଗୌତମ ଗମ୍ଭୀର ମଧ୍ୟ ସୋସିଆଲ ମିଡିଆରେ ନିଜ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଭାରତ ମୋ ପରିଚୟ । ଦେଶର ସେବା କରିବା ମୋ ଜୀବନର ସବୁଠାରୁ ବଡ଼ ଗୌରବର କଥା । ଏବେ ପୁଣି ଫେରୁଛିି, ଅବଶ୍ୟ ଏକ ଭିନ୍ନ ଭୂମିକାରେ ବୋଲି ଲେଖିଛନ୍ତି ଗୌତମ ଗମ୍ଭୀର । ମେନ୍ ଇନ୍ ବ୍ଲୁ, ୧୪୦ କୋଟି ଭାରତୀୟଙ୍କ ସ୍ବପ୍ନ ବହନ କରୁଛନ୍ତି । ସେହି ସ୍ବପ୍ନକୁ ପୂରଣ କରିବାକୁ ମୁଁ ସବୁ କିଛି କରିବି ବୋଲି ଗମ୍ଭୀର କହିଛନ୍ତି।
ଗୌତମ ଗମ୍ଭୀର ୨୦୦୭ ଟି-ଟ୍ବେଣ୍ଟି ବିଶ୍ବକପ୍ ଓ ୨୦୧୧ ଦିନିକିଆ ବିଶ୍ବକପ୍ ବିଜୟୀ ଟିମର ସଦସ୍ୟ ଥିଲେ। ୨୦୧୨ ଓ ୨୦୧୪ରେ ଗମ୍ଭୀରଙ୍କ ନେତୃତ୍ବରେ ଆଇପିଏଲରେ ଚାମ୍ପିଅନ ହୋଇଥିଲା କେକେଆର ଦଳ। ୨୦୨୪ରେ କେକେଆରର ମେଣ୍ଟର ଥିଲେ ଗୌତମ ଗମ୍ଭୀର। ଆଉ କେକେଆର ଚାମ୍ପିଅନ ହୋଇଥିଲା। ଗୌତମ ଗମ୍ଭୀର ୫୮ଟି ଟେଷ୍ଟ ଖେଳି ୪ ହଜାର ୧୫୪ ରନ କରିଛନ୍ତି। ୧୪୭ଟି ଦିନିକିଆ ଖେଳି କରିଛନ୍ତି ୫ ହଜାର ୨୩୮ ରନ। ୩୭ଟି ଆନ୍ତର୍ଜାତିକ ଟି-ଟ୍ବେଣ୍ଟି ଖେଳି ୯୩୨ ରନ୍ କରିଛନ୍ତି। ୨୦୧୬ରେ ଗମ୍ଭୀର ଶେଷ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲେ।
The post ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ଗୌତମ ଗମ୍ଭୀର, ସୂଚାନା ଦେଲେ ବିସିସିଆଇ ସମ୍ପାଦକ ଜୟ ଶାହ appeared first on KNews Odisha.