୨୫ ହଜାରରୁ ଅଧିକ ସଭ୍ୟ ସଂଗ୍ରହ ଲକ୍ଷ୍ୟ

ଭବାନୀପାଟଣା,୯ା୧୦ (ଉତ୍ତମ କୁମାର ଦାଶ): ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବୁଧବାର ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀଠାରୁ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି। ଭୁବନେଶ୍ବର ଶଙ୍ଖ ଭବନଠାରେ ଆୟୋଜିତ ସଭାରେ ନବୀନ ପଟ୍ଟନାୟକ ଯୋଗଦେଇ ବିଜେଡିର ପ୍ରଥମ ସଦସ୍ୟତା ନେବା ସହ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ। ଭବାନୀପାଟଣା ଟାଉନ ହଲଠାରେ କଳାହାଣ୍ଡି ବିଜେଡି ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି। ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଭାସୀ […] The post ୨୫ ହଜାରରୁ ଅଧିକ ସଭ୍ୟ ସଂଗ୍ରହ ଲକ୍ଷ୍ୟ appeared first on Dharitri Odia News.

୨୫ ହଜାରରୁ ଅଧିକ ସଭ୍ୟ ସଂଗ୍ରହ ଲକ୍ଷ୍ୟ

ଭବାନୀପାଟଣା,୯ା୧୦ (ଉତ୍ତମ କୁମାର ଦାଶ): ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବୁଧବାର ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀଠାରୁ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି। ଭୁବନେଶ୍ବର ଶଙ୍ଖ ଭବନଠାରେ ଆୟୋଜିତ ସଭାରେ ନବୀନ ପଟ୍ଟନାୟକ ଯୋଗଦେଇ ବିଜେଡିର ପ୍ରଥମ ସଦସ୍ୟତା ନେବା ସହ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ। ଭବାନୀପାଟଣା ଟାଉନ ହଲଠାରେ କଳାହାଣ୍ଡି ବିଜେଡି ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି। ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଏହାର ଶୁଭାରମ୍ଭ କରିଥିଲେ। କଳାହାଣ୍ଡି ଜିଲାର ୫ ବିଧାନସଭା କ୍ଷେତ୍ରରେ ୨୫ ହଜାରରୁ ଅଧିକ ସଭ୍ୟ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଜିଲା କାର୍ଯ୍ୟକାରୀ ସଭାପତି ତଥା ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ନର୍ଲା ବିଧାୟକା ମନୋରମା ମହାନ୍ତି, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଗୋବର୍ଦ୍ଧନ ଦାଶ, ସମବାୟ ସଭାପତି ଗିରିଶ ଚନ୍ଦ୍ର ବେହେରା, ଜିଲା ପରିଷଦ ଉପାଧ୍ୟକ୍ଷ ସୁଧିର ମେହେର, ଜୁନାଗଡ଼ ବ୍ଲକ ଅଧ୍ୟକ୍ଷା ସବିତା ମେହେର, ବରିଷ୍ଠ ବିଜେଡ଼ି ନେତା ଭବାନୀ ଶଙ୍କର ମିଶ୍ର, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ଜିଲା ମହିଳା ସଭାନେତ୍ରୀ ଲଳିତା ନାଏକ ପ୍ରମୁଖ ଯୋଗଦେଇଥିଲେ।

The post ୨୫ ହଜାରରୁ ଅଧିକ ସଭ୍ୟ ସଂଗ୍ରହ ଲକ୍ଷ୍ୟ appeared first on Dharitri Odia News.