ବାଇକ୍‌ରେ ଯାଉଥିଲେ ସ୍ବାମୀ-ସ୍ତ୍ରୀ: ଧକ୍କା ଦେଲା କାର୍‌…

ବନ୍ଧମୁଣ୍ଡା, ୨୩ା୧୧(ସୁବ୍ରତ ଦେ): ସୁନ୍ଦରଗଡ଼ ଜିଲା ବିଶ୍ରା ଥାନା ଅଧୀନ ଶାରୁବାହାଲ ଗାଁର ମୁଖ୍ୟ ରାସ୍ତାରେ ଏକ କାର୍‌ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାଇକରେ ଯାଉଥିବା ଦମ୍ପତି ଆହତ ହୋଇଥିଲେ। ହେଲେ ସ୍ଥାନୀୟ ଲୋକେ ଗଛ ଡାଳ ପକାଇ ଶାରୁବାହାଲ ଛକକୁ ଅବରୋଧ କରିଥିଲେ। ରାସ୍ତାରେ ଯାତାୟତ କିଛି ସମୟ ପାଇଁ ବ୍ୟାହତ ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ବିଶ୍ରା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ। ପରେ ରାସ୍ତା ଅବରୋଧ ହଟିଥିଲା। ଦୁର୍ଘଟଣା […] The post ବାଇକ୍‌ରେ ଯାଉଥିଲେ ସ୍ବାମୀ-ସ୍ତ୍ରୀ: ଧକ୍କା ଦେଲା କାର୍‌… appeared first on Dharitri Odia News.

ବାଇକ୍‌ରେ ଯାଉଥିଲେ ସ୍ବାମୀ-ସ୍ତ୍ରୀ: ଧକ୍କା ଦେଲା କାର୍‌…

ବନ୍ଧମୁଣ୍ଡା, ୨୩ା୧୧(ସୁବ୍ରତ ଦେ): ସୁନ୍ଦରଗଡ଼ ଜିଲା ବିଶ୍ରା ଥାନା ଅଧୀନ ଶାରୁବାହାଲ ଗାଁର ମୁଖ୍ୟ ରାସ୍ତାରେ ଏକ କାର୍‌ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାଇକରେ ଯାଉଥିବା ଦମ୍ପତି ଆହତ ହୋଇଥିଲେ।

ହେଲେ ସ୍ଥାନୀୟ ଲୋକେ ଗଛ ଡାଳ ପକାଇ ଶାରୁବାହାଲ ଛକକୁ ଅବରୋଧ କରିଥିଲେ। ରାସ୍ତାରେ ଯାତାୟତ କିଛି ସମୟ ପାଇଁ ବ୍ୟାହତ ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ବିଶ୍ରା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ। ପରେ ରାସ୍ତା ଅବରୋଧ ହଟିଥିଲା। ଦୁର୍ଘଟଣା ଘଟାଇଥିବା କାରକୁ ଧରିବା ପାଇଁ ଗ୍ରାମବାସୀ ପୋଲିସଙ୍କ ନିକଟରେ ଦାବି କରିଛନ୍ତି। ସୂଚନା ଅନୁଯାୟୀ, ଶାରୁବାହାଲ ଗାଁର ବଡ଼କାଟୋଲି ନିବାସୀ ମାତଲୁ ଓରାମ ତାଙ୍କ ସ୍ତ୍ରୀ ବାଇକ୍‌ରେ ଯାଉଥିବା ବେଳେ ଏକ କାର ଦ୍ରୁତ ଗତିରେ ଆସି ବାଇକକୁ ପଛରୁ ପିଟି ଦେଇଥିଲା।

The post ବାଇକ୍‌ରେ ଯାଉଥିଲେ ସ୍ବାମୀ-ସ୍ତ୍ରୀ: ଧକ୍କା ଦେଲା କାର୍‌… appeared first on Dharitri Odia News.