ଗର୍ଲଫ୍ରେଣ୍ଡଙ୍କ ସହ ବାଗେଶ୍ୱର ବାବାଙ୍କ ଶରଣ ପଶିଲେ ଶିଖର ଧାଓ୍ବନ
ମୁମ୍ବାଇ,୧୬।୪: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ବର୍ତ୍ତମାନ ତାଙ୍କ ନୂତନ ପ୍ରେମିକାଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଧାୱନ ସୋଫି ସାଇନଙ୍କୁ ଡେଟ କରୁଛନ୍ତି। ଉଭୟଙ୍କୁ ଆଜିକାଲି ପ୍ରାୟତଃ ଏକାଠି ଦେଖାଯାଉଛି। ଧାୱନ ଏବେ ସୋଫିଙ୍କ ସହିତ ଶ୍ରୀ ବାଗେଶ୍ୱର ବାଲାଜୀ ସନାତନ ମଠ ମୁମ୍ବାଇରେ ପହଞ୍ଚି ଆଶୀର୍ବାଦ ନେଇଥିଲେ। ଧୀରେନ୍ଦ୍ର ଶାସ୍ତ୍ରୀ ଧାଓ୍ବନଙ୍କୁ ମଞ୍ଚକୁ ଡାକି କ୍ରିକେଟରେ ତାଙ୍କର ଅବଦାନ ଏବଂ ଏବେ ଅସହାୟ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଶଂସା କରିଥିଲେ। ଧାୱନଙ୍କ ସହ […] The post ଗର୍ଲଫ୍ରେଣ୍ଡଙ୍କ ସହ ବାଗେଶ୍ୱର ବାବାଙ୍କ ଶରଣ ପଶିଲେ ଶିଖର ଧାଓ୍ବନ appeared first on Dharitri Odia News.
ମୁମ୍ବାଇ,୧୬।୪: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ବର୍ତ୍ତମାନ ତାଙ୍କ ନୂତନ ପ୍ରେମିକାଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଧାୱନ ସୋଫି ସାଇନଙ୍କୁ ଡେଟ କରୁଛନ୍ତି। ଉଭୟଙ୍କୁ ଆଜିକାଲି ପ୍ରାୟତଃ ଏକାଠି ଦେଖାଯାଉଛି। ଧାୱନ ଏବେ ସୋଫିଙ୍କ ସହିତ ଶ୍ରୀ ବାଗେଶ୍ୱର ବାଲାଜୀ ସନାତନ ମଠ ମୁମ୍ବାଇରେ ପହଞ୍ଚି ଆଶୀର୍ବାଦ ନେଇଥିଲେ। ଧୀରେନ୍ଦ୍ର ଶାସ୍ତ୍ରୀ ଧାଓ୍ବନଙ୍କୁ ମଞ୍ଚକୁ ଡାକି କ୍ରିକେଟରେ ତାଙ୍କର ଅବଦାନ ଏବଂ ଏବେ ଅସହାୟ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଶଂସା କରିଥିଲେ।
ଧାୱନଙ୍କ ସହ ସୋଫି ମଧ୍ୟ ବାଗେଶ୍ୱର ଧାମର ପୀଠେଶ୍ୱର ଧିରେନ୍ଦ୍ରଙ୍କଠାରୁ ଆଶୀର୍ବାଦ ନେଇଥିଲେ। ଧୀରେନ୍ଦ୍ର ଶିଖର ଧାୱନଙ୍କୁ ଏକ ପଗଡ଼ି ପିନ୍ଧାଇ ସ୍ବାଗତ କରିଥିଲେ। ଏହାପରେ ଉଭୟ ନାଚିବା ସହ ଏକାଠି କ୍ରିକେଟ ଖେଳିଥିଲେ। ଧାୱନ ପ୍ରଥମେ ବ୍ୟାଟିଂ କରିଥିଲେ ଏବଂ ଧୀରେନ୍ଦ୍ର ତାଙ୍କୁ ବୋଲ୍ଡ କରିଥିଲେ। ଏହା ପରେ ଧୀରେନ୍ଦ୍ର ବ୍ୟାଟିଂ କରି କିଛି ସଟ ମାରିଥିଲେ।
ଶିଖର ଧାୱନଙ୍କୁ କିଛି ଦିନ ପୂର୍ବେ ଏକ ସାକ୍ଷାତକାରରେ ତାଙ୍କ ପ୍ରେମିକା ବିଷୟରେ ପଚରାଯାଇଥିଲା, ସେ କହିଥିଲେ ଯେ ସେ ନାମ କହିବେ ନାହିଁ କିନ୍ତୁ ଏହି ରୁମରେ ବସିଥିବା ସବୁଠାରୁ ସୁନ୍ଦର ଝିଅ ହେଉଛି ମୋ ପ୍ରେମିକା। ସେହି ସମୟରେ ସୋଫି ସାଇନ ସେଠାରେ ଥିଲେ, ଯେତେବେଳେ ଦୁହେଁ ପୂର୍ବରୁ ଅନେକ ଥର ଏକାଠି ଦେଖାଯାଇଛନ୍ତି। ଏବେ ଧାୱନ ତାଙ୍କ ଘରେ ତାଙ୍କ ସହିତ ଏକ ରିଲ ତିଆରି କରି ଶେୟାର କରିଛନ୍ତି।
ଶିଖର ଧାୱନଙ୍କ ପ୍ରେମିକା ସୋଫି ସାଇନ ଆୟରଲାଣ୍ଡର। ସେ ଚାମ୍ପିଅନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ଧାୱନଙ୍କ ସହିତ ଆସିଥିଲେ। ଏହା ପରେ, ଉଭୟଙ୍କୁ ବିମାନବନ୍ଦର ଏବଂ କାର୍ଯ୍ୟକ୍ରମରେ ମଧ୍ୟ ଏକାଠି ଦେଖିବାକୁ ମିଳିଥିଲା। ଦୁହେଁ ଇନଷ୍ଟାଗ୍ରାମରେ ପରସ୍ପରକୁ ଫଲୋ କରନ୍ତି।
The post ଗର୍ଲଫ୍ରେଣ୍ଡଙ୍କ ସହ ବାଗେଶ୍ୱର ବାବାଙ୍କ ଶରଣ ପଶିଲେ ଶିଖର ଧାଓ୍ବନ appeared first on Dharitri Odia News.