ସିଏମସିର ଷ୍ଟାଣ୍ଡିଂ କମିଟି ନିର୍ବାଚନ ଶେଷ, ବିଜେଡି ହାତରେ ଅଧ୍ୟକ୍ଷ ପଦ
କଟକ: ସିଏମସିର ୭ଟି ଷ୍ଟାଣ୍ତିଂ କମିଟି ଲାଗି ସରିଛି ନିର୍ବାଚନ। ନିର୍ବାଚନରେ ପ୍ରାୟ ସମସ୍ତ କମିଟି ଅପରିବର୍ତ୍ତିତ ରହିଥିବା ନେଇ ସୂଚନା ମିଳିଥିବାବେଳେ, ଚଳିତ ଥର ବିରୋଧୀଙ୍କ ପଲ୍ଲା ଭାରି ରହିବ ବୋଲି ଯେଉଁ ଚର୍ଚ୍ଚା ଲାଗି ରହିଥିଲା, ତାହା ସେତେଟା ଫଳପ୍ରଦ ହୋଇନାହିଁ । ସଂଖ୍ୟା ଗରିଷ୍ଠତା ଆଧାରରେ ଷ୍ଟାଣ୍ତିଂ କମିଟି ଗୁଡ଼ିକର ଅଧ୍ୟକ୍ଷ ପଦ, ବିଜେଡି ନିଜ ହାତରେ ରଖିବାରେ ଏକ ପ୍ରକାର ସଫଳ ହୋଇଛି । କିନ୍ତୁ ବିଜେପି ପାଇଁ ସୁଯୋଗ ଥିଲେବି, ଦଳୀୟ କର୍ପୋରେଟରମାନେ ସେଭଳି କିଛି ଆଖିଦୃଶିଆ କାମ କରିନାହାଁନ୍ତି। କଂଗ୍ରେସର ମଧ୍ୟ ସମାନ ଅବସ୍ଥା । ତେବେ କେବଳ ଔପଚାରିକତା ଦୃଷ୍ଟିରୁ କଂଗ୍ରେସ କର୍ପୋରେଟର ଏହି ନିର୍ବାଚନକୁ ବିରୋଧ କରିଛନ୍ତି । ସୂଚନାଥାଉକି, ସିଏମ୍ସିର ୫୯ ଟି ୱାର୍ଡ ଭିତରୁ ୪୩ ଟି ୱାର୍ଡ ଦଖଲ କରିଛି ବିଜେଡି । ଆହୁରି ମଧ୍ୟ ଉଭୟ ମେୟର ଏବଂ ଡେପୁଟି ମେୟର ପଦକୁ ମଧ୍ୟ ବିଜେଡି ହାତରେ ରହିଛି। ତେବେ ରାଜ୍ୟରେ ସରକାର ବଦଳିବା ପରେ, ସିଏମସି କାଉନସିଲରେ କିଛିଟା ପରିବର୍ତ୍ତନ ହେବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ହୋଇନାହିଁ। ଯଦିଓ ଏଷ୍ଟାବ୍ଲିସମେଣ୍ଟ କମିଟିକୁ ହାତେଇବା ଲାଗି ପ୍ରତିପକ୍ଷ ମାନେ ଜୋରଦାର ଉଦ୍ୟମ କରିଛନ୍ତି । କିନ୍ତୁ ତାହା ମଧ୍ୟ ସମ୍ଭବ ହୋଇନାହିଁ । ସେପଟେ ନିର୍ବାଚନର ଫଳାଫଳ ଆସିବା ପରେ, ବିଜେତାଙ୍କୁ ଶୁଭେଛା ଜଣାଇଛନ୍ତି କର୍ପୋରେଟରମାନେ । ଅବଶ୍ୟ ଅନ୍ତିମ ଫଳାଫଳ ଜାରି ପାଇଁ ସମୟ
କଟକ: ସିଏମସିର ୭ଟି ଷ୍ଟାଣ୍ତିଂ କମିଟି ଲାଗି ସରିଛି ନିର୍ବାଚନ। ନିର୍ବାଚନରେ ପ୍ରାୟ ସମସ୍ତ କମିଟି ଅପରିବର୍ତ୍ତିତ ରହିଥିବା ନେଇ ସୂଚନା ମିଳିଥିବାବେଳେ, ଚଳିତ ଥର ବିରୋଧୀଙ୍କ ପଲ୍ଲା ଭାରି ରହିବ ବୋଲି ଯେଉଁ ଚର୍ଚ୍ଚା ଲାଗି ରହିଥିଲା, ତାହା ସେତେଟା ଫଳପ୍ରଦ ହୋଇନାହିଁ ।
ସଂଖ୍ୟା ଗରିଷ୍ଠତା ଆଧାରରେ ଷ୍ଟାଣ୍ତିଂ କମିଟି ଗୁଡ଼ିକର ଅଧ୍ୟକ୍ଷ ପଦ, ବିଜେଡି ନିଜ ହାତରେ ରଖିବାରେ ଏକ ପ୍ରକାର ସଫଳ ହୋଇଛି । କିନ୍ତୁ ବିଜେପି ପାଇଁ ସୁଯୋଗ ଥିଲେବି, ଦଳୀୟ କର୍ପୋରେଟରମାନେ ସେଭଳି କିଛି ଆଖିଦୃଶିଆ କାମ କରିନାହାଁନ୍ତି। କଂଗ୍ରେସର ମଧ୍ୟ ସମାନ ଅବସ୍ଥା । ତେବେ କେବଳ ଔପଚାରିକତା ଦୃଷ୍ଟିରୁ କଂଗ୍ରେସ କର୍ପୋରେଟର ଏହି ନିର୍ବାଚନକୁ ବିରୋଧ କରିଛନ୍ତି ।
ସୂଚନାଥାଉକି, ସିଏମ୍ସିର ୫୯ ଟି ୱାର୍ଡ ଭିତରୁ ୪୩ ଟି ୱାର୍ଡ ଦଖଲ କରିଛି ବିଜେଡି । ଆହୁରି ମଧ୍ୟ ଉଭୟ ମେୟର ଏବଂ ଡେପୁଟି ମେୟର ପଦକୁ ମଧ୍ୟ ବିଜେଡି ହାତରେ ରହିଛି। ତେବେ ରାଜ୍ୟରେ ସରକାର ବଦଳିବା ପରେ, ସିଏମସି କାଉନସିଲରେ କିଛିଟା ପରିବର୍ତ୍ତନ ହେବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ହୋଇନାହିଁ।
ଯଦିଓ ଏଷ୍ଟାବ୍ଲିସମେଣ୍ଟ କମିଟିକୁ ହାତେଇବା ଲାଗି ପ୍ରତିପକ୍ଷ ମାନେ ଜୋରଦାର ଉଦ୍ୟମ କରିଛନ୍ତି । କିନ୍ତୁ ତାହା ମଧ୍ୟ ସମ୍ଭବ ହୋଇନାହିଁ । ସେପଟେ ନିର୍ବାଚନର ଫଳାଫଳ ଆସିବା ପରେ, ବିଜେତାଙ୍କୁ ଶୁଭେଛା ଜଣାଇଛନ୍ତି କର୍ପୋରେଟରମାନେ । ଅବଶ୍ୟ ଅନ୍ତିମ ଫଳାଫଳ ଜାରି ପାଇଁ ସମୟ ରହିଛି।