ନିଆଁ ଲାଗିବା ଶୁଣି ସାସାରାମ-ରାଞ୍ଚୀ ଇଣ୍ଟରସିଟି ଏକ୍ସପ୍ରେସ୍ ରୁ ଡେଇଁ ପଡିଲେ ଯାତ୍ରୀ, ୩ ମୃତ, ଅନେକ ଆହତ

ଲାତେହାର ୧୪।୬: ଝାଡ଼ଖଣ୍ଡ ଲାତେହାରରେ ସାସାରାମ-ରାଞ୍ଚୀ ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ନିଆଁ ଲାଗିବା ପ୍ରଚାରିତ ହେବା ଯୋଗୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।  ଇଣ୍ଟରସିଟି ଏକ୍ସପ୍ରେସ୍ କୁମଣ୍ଡିହ ଷ୍ଟେସନ ନିକଟରେ ପହଞ୍ଚିବା ବେଳକୁ କେହି ଜଣେ ଟ୍ରେନ ଇଞ୍ଜିନରେ ନିଆଁ ଲାଗିଯାଇଥିବାର ଚିଲ୍ଲାଇଥିଲେ। ଏଥିରେ ଯାତ୍ରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଯିଏ ଯେଉଁବାଟେ ପାରିଲେ ଟ୍ରେନରୁ ଓହ୍ଲାଇ ପଳାଉଥିବା ବେଳେ ବିପରୀତ ଦିଗରୁ ଏକ ଗୁଡସ୍ ଟ୍ରେନ୍‌ ଆସିଯାଇଥିଲା। ଫଳରେ ଅନେକ ଯାତ୍ରୀ ହତାହତ ହୋଇଛନ୍ତି। କୁହାଯାଉଛି ଏହି ଦୁର୍ଘଟଣାରେ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବାର କୁହାଯାଉଛି। ମୃତ ଯାତ୍ରୀଙ୍କ ଚିହ୍ନଟ ହୋଇ ପାରି ନାହିଁ। ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ଏଣୁ କୁହାଯାଉଛି ମୃତ୍ୟୁ ସଂଖ୍ୟା ବଢିପାରେ। ଦୁର୍ଘଟଣା ସୂଚନା ପାଇ ରେଲୱେ ଅଧିକାରୀ ଓ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣା ନେଇ ରେଳବାଇ ପକ୍ଷରୁ କୁହାଯାଇଛି ଯେ ଧାନବାଦ ମଣ୍ଡଳର କୁମଣ୍ଡିହ ଷ୍ଟେସନରେ ସାସାରାମ ଇଣ୍ଟରସିଟି ଏକ୍ସପ୍ରେସ୍‌ (୧୮୬୩୫)ରେ ନିଆଁ ଲାଗିଥିବା ପ୍ରଚାରିତ ହୋଇଥିଲା। ଗୁଜବ ଯୋଗୁ ଟ୍ରେନ ଯାତ୍ରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଅଚାନକ ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ପଡି ପଳାଇବାକୁ ଲାଗିଥିଲେ। ଏଥିର

ନିଆଁ ଲାଗିବା ଶୁଣି ସାସାରାମ-ରାଞ୍ଚୀ ଇଣ୍ଟରସିଟି ଏକ୍ସପ୍ରେସ୍ ରୁ ଡେଇଁ ପଡିଲେ ଯାତ୍ରୀ, ୩ ମୃତ, ଅନେକ ଆହତ

ଲାତେହାର ୧୪।୬: ଝାଡ଼ଖଣ୍ଡ ଲାତେହାରରେ ସାସାରାମ-ରାଞ୍ଚୀ ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ନିଆଁ ଲାଗିବା ପ୍ରଚାରିତ ହେବା ଯୋଗୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।  ଇଣ୍ଟରସିଟି ଏକ୍ସପ୍ରେସ୍ କୁମଣ୍ଡିହ ଷ୍ଟେସନ ନିକଟରେ ପହଞ୍ଚିବା ବେଳକୁ କେହି ଜଣେ ଟ୍ରେନ ଇଞ୍ଜିନରେ ନିଆଁ ଲାଗିଯାଇଥିବାର ଚିଲ୍ଲାଇଥିଲେ। ଏଥିରେ ଯାତ୍ରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଯିଏ ଯେଉଁବାଟେ ପାରିଲେ ଟ୍ରେନରୁ ଓହ୍ଲାଇ ପଳାଉଥିବା ବେଳେ ବିପରୀତ ଦିଗରୁ ଏକ ଗୁଡସ୍ ଟ୍ରେନ୍‌ ଆସିଯାଇଥିଲା। ଫଳରେ ଅନେକ ଯାତ୍ରୀ ହତାହତ ହୋଇଛନ୍ତି। 

କୁହାଯାଉଛି ଏହି ଦୁର୍ଘଟଣାରେ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବାର କୁହାଯାଉଛି। ମୃତ ଯାତ୍ରୀଙ୍କ ଚିହ୍ନଟ ହୋଇ ପାରି ନାହିଁ। ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ଏଣୁ କୁହାଯାଉଛି ମୃତ୍ୟୁ ସଂଖ୍ୟା ବଢିପାରେ। ଦୁର୍ଘଟଣା ସୂଚନା ପାଇ ରେଲୱେ ଅଧିକାରୀ ଓ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣା ନେଇ ରେଳବାଇ ପକ୍ଷରୁ କୁହାଯାଇଛି ଯେ ଧାନବାଦ ମଣ୍ଡଳର କୁମଣ୍ଡିହ ଷ୍ଟେସନରେ ସାସାରାମ ଇଣ୍ଟରସିଟି ଏକ୍ସପ୍ରେସ୍‌ (୧୮୬୩୫)ରେ ନିଆଁ ଲାଗିଥିବା ପ୍ରଚାରିତ ହୋଇଥିଲା। 

ଗୁଜବ ଯୋଗୁ ଟ୍ରେନ ଯାତ୍ରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଅଚାନକ ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ପଡି ପଳାଇବାକୁ ଲାଗିଥିଲେ। ଏଥିରେ ବିପରୀତ ଦିଗରୁ ଆସୁଥିବା ଗୁଡସ୍ ଟ୍ରେନ ଆସିଯାଇଥିଲା। ଫଳରେ ଗୁଡସ୍ ଟ୍ରେନ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିବା ରେଳବାଇ ଅଧିକାରୀ କହିଛନ୍ତି। ଆହତ ୪ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଛି।