ଜମ୍ମୁ-କାଶ୍ମୀର ଗାନ୍ଦରବଲରେ ହୀମସ୍ଖଳନ, ସାମ୍ନାକୁ ଆସିଲା ଡରାଇଦେବା ଭଳି Video

ନୂଆଦିଲ୍ଲୀ ୮।୨: ଭାରତର ସ୍ୱର୍ଗ କୁହାଯାଉଥିବା ଜମ୍ମୁ-କାଶ୍ମୀର ଉପତ୍ୟାକାରେ ଗତ ୧ ସପ୍ତାହ ହେଲା ଲଗାତାର ବରଫପାତ ହେଉଛି। ଏଥି ମଧ୍ୟରେ ଗୁରୁବାର ଜମ୍ମୁ-କାଶ୍ମୀର ଗାନ୍ଦରବଲ ଜିଲ୍ଲା ସରବଲ ଇଲାକାରେ ଏକ ବିଶାଳ ହୀମ ସ୍ଖଳନ ହୋଇଛି। ଏହି ହୀମ ସ୍ଖଳନର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ହୀମସ୍ଖଳନ ଏତେ ବିଶାଳ ଯେ ଏହାର ଭିଡିଓ ଦେଖିବାକୁ ମଧ୍ୟ ଭୟ ଲାଗୁଛି। ତେବେ ଏହି ହୀମ ସ୍ଖଳନ ଯୋଗୁ ସେପରି ଧନଜୀବନ ହାନୀର ସୂଚନା ନାହିଁ ବୋଲି ଜନୈକ ଅଧିକାରୀ ଗ୍ରେଟର କାଶ୍ମୀର ମିଡିଆ ହାଉସ୍‌କୁ କହିଛନ୍ତି। Today's Avalanche at Sarbal , Sonamarg Last winters too a big Avalanche reported in the same region pic.twitter.com/Oya8tBFjPT — Weatherman Shubham (@shubhamtorres09) February 8, 2024 ରିପୋର୍ଟ ଅନୁସାରେ ଏହି ଆଭଲାଞ୍ଚେ ଜୋଜିଲା ଟନେଲର ୱାର୍କସପ ନିକଟରୁ ବାହାରିଥିଲା। ଏହାକୁ ଦେଖି ଅଧିକାରୀମାନେ ତୁରନ୍ତ ସେମାନଙ୍କ କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥା କରିଥିଲେ। ଜମ୍ମୁ-କାଶ୍ମୀର ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣ ପକ୍ଷରୁ ଏପରି ହୀମସ୍ଖଳନ ନେଇ ପୂର୍ବରୁ ସତର୍କତା ଜାରି ହୋଇଥିଲା। ଏଣୁ ସମୟ ପୂର୍ବରୁ ସତର୍କତା ଅବଲମ୍ବନ କରାଯାଇଥିଲା। ଫଳରେ ହୀମ ସ୍ଖଳନ ଯୋଗୁ ହେବାକୁ ଥିବା କ୍ଷୟକ୍ଷତି ହ୍ରାସ ହୋଇଛି। Today's Avalanche at Sarbal , Son

ଜମ୍ମୁ-କାଶ୍ମୀର ଗାନ୍ଦରବଲରେ ହୀମସ୍ଖଳନ, ସାମ୍ନାକୁ ଆସିଲା ଡରାଇଦେବା ଭଳି Video

ନୂଆଦିଲ୍ଲୀ ୮।୨: ଭାରତର ସ୍ୱର୍ଗ କୁହାଯାଉଥିବା ଜମ୍ମୁ-କାଶ୍ମୀର ଉପତ୍ୟାକାରେ ଗତ ୧ ସପ୍ତାହ ହେଲା ଲଗାତାର ବରଫପାତ ହେଉଛି। ଏଥି ମଧ୍ୟରେ ଗୁରୁବାର ଜମ୍ମୁ-କାଶ୍ମୀର ଗାନ୍ଦରବଲ ଜିଲ୍ଲା ସରବଲ ଇଲାକାରେ ଏକ ବିଶାଳ ହୀମ ସ୍ଖଳନ ହୋଇଛି। ଏହି ହୀମ ସ୍ଖଳନର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ହୀମସ୍ଖଳନ ଏତେ ବିଶାଳ ଯେ ଏହାର ଭିଡିଓ ଦେଖିବାକୁ ମଧ୍ୟ ଭୟ ଲାଗୁଛି। ତେବେ ଏହି ହୀମ ସ୍ଖଳନ ଯୋଗୁ ସେପରି ଧନଜୀବନ ହାନୀର ସୂଚନା ନାହିଁ ବୋଲି ଜନୈକ ଅଧିକାରୀ ଗ୍ରେଟର କାଶ୍ମୀର ମିଡିଆ ହାଉସ୍‌କୁ କହିଛନ୍ତି।

ରିପୋର୍ଟ ଅନୁସାରେ ଏହି ଆଭଲାଞ୍ଚେ ଜୋଜିଲା ଟନେଲର ୱାର୍କସପ ନିକଟରୁ ବାହାରିଥିଲା। ଏହାକୁ ଦେଖି ଅଧିକାରୀମାନେ ତୁରନ୍ତ ସେମାନଙ୍କ କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥା କରିଥିଲେ। ଜମ୍ମୁ-କାଶ୍ମୀର ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣ ପକ୍ଷରୁ ଏପରି ହୀମସ୍ଖଳନ ନେଇ ପୂର୍ବରୁ ସତର୍କତା ଜାରି ହୋଇଥିଲା। ଏଣୁ ସମୟ ପୂର୍ବରୁ ସତର୍କତା ଅବଲମ୍ବନ କରାଯାଇଥିଲା। ଫଳରେ ହୀମ ସ୍ଖଳନ ଯୋଗୁ ହେବାକୁ ଥିବା କ୍ଷୟକ୍ଷତି ହ୍ରାସ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ଚଳିତବର୍ଷ ଦୀର୍ଘ ସମୟ ହେଲା ଜମ୍ମୁ-କାଶ୍ମୀରରେ ହୀମପାତ ହୋଇ ନଥିଲା। ଗତ ଡିସେମ୍ବର ଓ ଜାନୁୟାରୀରେ ଏଠାରେ ଆଦୌ ବରଫ ଜମି ନଥିଲା। ସ୍ନୋ ଫଲ ନ ହେବାରୁ ରାଜ୍ୟକୁ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ହ୍ରାସ ହୋଇଥିଲା। ଜାନୁୟାରୀର ଶେଷ କେଇ ଦିନ ଉପତ୍ୟାକାରେ ହୀମପାତ ଆରମ୍ଭ ହୋଇଥିଲା। ଫଳରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହୋଇଥିଲା। ହେଲେ ଏବେ କେତେ ଦିନ ହେଲା ଲଗାତାର ହୀମ ପାତ ଯୋଗୁ ହୀମ ସ୍ଖଳନର ଆଶଙ୍କା କରାଯାଉଥିଲା।

The post ଜମ୍ମୁ-କାଶ୍ମୀର ଗାନ୍ଦରବଲରେ ହୀମସ୍ଖଳନ, ସାମ୍ନାକୁ ଆସିଲା ଡରାଇଦେବା ଭଳି Video appeared first on Prameya News7.