ବୟସ୍କଙ୍କ ଦେଶ ପାଲଟୁଛି ଜାପାନ, ଲଗାତାର ୧୪ ବର୍ଷ ଧରି ହ୍ରାସ ପାଇଲା ଜନସଂଖ୍ୟା

ନୂଆଦିଲ୍ଲୀ: ଜାପାନର ଜନସଂଖ୍ୟାରେ ଲଗାତାର ୧୪ ବର୍ଷରେ ହ୍ରାସ ରେକର୍ଡ କରାଯାଇଛି । ଜନ୍ମହାର ହ୍ରାସ ସଂକଟର ସାମନା କରୁଥିବା ଜାପାନ ପାଇଁ ଏହା ଏକ ଚିନ୍ତାଜନକ ବିଷୟ । ଜାପାନ ସରକାର ଜନ୍ମହାର ବୃଦ୍ଧି କରିବା ପାଇଁ ଏକ ମନ୍ତ୍ରଣାଳୟ ମଧ୍ୟ ଗଠନ କରିଛନ୍ତି । ସେପଟେ ଯୁବପିଢିଙ୍କ ସମ୍ପର୍କ ସ୍ଥାପନ କରିବା ଓ ବିବାହ କରିବା ପାଇଁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି । ଏହାସତ୍ତ୍ୱେ ଯୁଗବର୍ଗ ପରିବାର ବଢାଇବା ପାଇଁ ଆଗ୍ରହୀ ନୁହନ୍ତି । ୨୦୨୪ର ଯେଉଁ ଡାଟା ସାମନାକୁ ଆସିଛି, ତାହା ଅନୁସାରେ ଦେଶରେ ୬୫ ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ୨୯.୩ ପ୍ରତିଶତ ରହିଛି । ଜାପାନର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଏହି ଡାଟା ଜାରି କରାଯାଇଛି । ଅକ୍ଟୋବରର ଡାଟା ଅନୁସାରେ ଜାପାନର ମୋଟ ଜନସଂଖ୍ୟା ଜାପାନୀ ଓ ବିଦେଶୀଙ୍କୁ ମିଶାଇ ୧୨.୩ କୋଟି ରହିଛି । ଏହି ସଂଖ୍ୟା ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ୫ ଲକ୍ଷ ୫୦ ହଜାର କମ ରହିଛି ।ଜାପାନ ଜନସଂଖ୍ୟା ୨୦୧୧ ପରଠୁ ଲଗାତାର ହ୍ରାସ ଘଟିଚାଲିଛି । ପ୍ରତିବର୍ଷ ଜାପାନ ଜନସଂଖ୍ୟାରେ ଲକ୍ଷାଧିକ ହ୍ରାସ ଘଟୁଛି । ଜାପାନ ଜନସଂଖ୍ୟା ୨୦୦୮ରେ ନିଜର ଶୀର୍ଷରେ ରହିଥିଲା । ଜାପାନ ପାଇଁ ସବୁଠୁ ବଡ଼ ସମସ୍ୟା ହେଉଛି ବୟସ୍କଙ୍କ ବଢୁଥିବା ସଂଖ୍ୟା ଓ ଯୁବବର୍ଗଙ୍କ ହ୍ରାସ ପାଉଥିବା ସଂଖ୍ୟା । ଦେଶରେ ୧୫ ବର୍ଷରୁ କମ ବୟସର ପିଲାଙ୍କ ସଂଖ୍ୟା ଦେଶ ଜନସଂଖ୍ୟାର ମାତ୍ର ୧୧ ପ୍ରତିଶତ । ଏହି ସଂଖ୍ୟା ଗତ ବର୍ଷ ତୁଳନ

ବୟସ୍କଙ୍କ ଦେଶ ପାଲଟୁଛି ଜାପାନ, ଲଗାତାର ୧୪ ବର୍ଷ ଧରି ହ୍ରାସ ପାଇଲା ଜନସଂଖ୍ୟା

ନୂଆଦିଲ୍ଲୀ: ଜାପାନର ଜନସଂଖ୍ୟାରେ ଲଗାତାର ୧୪ ବର୍ଷରେ ହ୍ରାସ ରେକର୍ଡ କରାଯାଇଛି । ଜନ୍ମହାର ହ୍ରାସ ସଂକଟର ସାମନା କରୁଥିବା ଜାପାନ ପାଇଁ ଏହା ଏକ ଚିନ୍ତାଜନକ ବିଷୟ । ଜାପାନ ସରକାର ଜନ୍ମହାର ବୃଦ୍ଧି କରିବା ପାଇଁ ଏକ ମନ୍ତ୍ରଣାଳୟ ମଧ୍ୟ ଗଠନ କରିଛନ୍ତି । ସେପଟେ ଯୁବପିଢିଙ୍କ ସମ୍ପର୍କ ସ୍ଥାପନ କରିବା ଓ ବିବାହ କରିବା ପାଇଁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି । ଏହାସତ୍ତ୍ୱେ ଯୁଗବର୍ଗ ପରିବାର ବଢାଇବା ପାଇଁ ଆଗ୍ରହୀ ନୁହନ୍ତି । ୨୦୨୪ର ଯେଉଁ ଡାଟା ସାମନାକୁ ଆସିଛି, ତାହା ଅନୁସାରେ ଦେଶରେ ୬୫ ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ୨୯.୩ ପ୍ରତିଶତ ରହିଛି । ଜାପାନର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଏହି ଡାଟା ଜାରି କରାଯାଇଛି । ଅକ୍ଟୋବରର ଡାଟା ଅନୁସାରେ ଜାପାନର ମୋଟ ଜନସଂଖ୍ୟା ଜାପାନୀ ଓ ବିଦେଶୀଙ୍କୁ ମିଶାଇ ୧୨.୩ କୋଟି ରହିଛି । ଏହି ସଂଖ୍ୟା ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ୫ ଲକ୍ଷ ୫୦ ହଜାର କମ ରହିଛି ।

ଜାପାନ ଜନସଂଖ୍ୟା ୨୦୧୧ ପରଠୁ ଲଗାତାର ହ୍ରାସ ଘଟିଚାଲିଛି । ପ୍ରତିବର୍ଷ ଜାପାନ ଜନସଂଖ୍ୟାରେ ଲକ୍ଷାଧିକ ହ୍ରାସ ଘଟୁଛି । ଜାପାନ ଜନସଂଖ୍ୟା ୨୦୦୮ରେ ନିଜର ଶୀର୍ଷରେ ରହିଥିଲା । ଜାପାନ ପାଇଁ ସବୁଠୁ ବଡ଼ ସମସ୍ୟା ହେଉଛି ବୟସ୍କଙ୍କ ବଢୁଥିବା ସଂଖ୍ୟା ଓ ଯୁବବର୍ଗଙ୍କ ହ୍ରାସ ପାଉଥିବା ସଂଖ୍ୟା । ଦେଶରେ ୧୫ ବର୍ଷରୁ କମ ବୟସର ପିଲାଙ୍କ ସଂଖ୍ୟା ଦେଶ ଜନସଂଖ୍ୟାର ମାତ୍ର ୧୧ ପ୍ରତିଶତ । ଏହି ସଂଖ୍ୟା ଗତ ବର୍ଷ ତୁଳନାରେ ୩ ଲକ୍ଷ ୪୩ ହଜାର କମ ରହିଛି । ଜାପାନରେ ଯୁବବର୍ଗଙ୍କ ଜନସଂଖ୍ୟା ୧୯୭୫ରୁ ଲଗାତାର ହ୍ରାସ ପାଇ ଚାଲିଛି । ତେବେ କୌତୁହଳର ବିଷୟ ଏହା ଯେ ଜାପାନରେ ବୟସ୍କଙ୍କ ସଂଖ୍ୟା ୩୬.୨୩ ମିଲିୟନ ହୋଇଛି । ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ୧୭ ହଜାର ବୃଦ୍ଧି ପାଇଛି ।

ତଥ୍ୟ ଅନୁସାରେ ଜାପାନର ରାଜଧାନୀ ଟୋକିଓ ଓ ସେଟାମାରେ ହିଁ ଜନସଂଖ୍ୟା ବୃଦ୍ଧି ପାଇଛି । ତେବେ ଏହା ପଛର କାରଣ ଜନ୍ମହାର ବୃଦ୍ଧି ନୁହେଁ । ଲୋକଙ୍କ ସହରରେ ଆସି ବାସ କରିବା ଏହା ପଛର କାରଣ । ଉଲ୍ଲେଖଯୋଗ୍ୟ ଯେ ଜାପାନ, ରୁଷ, ଇଟାଲୀ, ଦକ୍ଷିଣ କୋରିଆ ପରି ଦେଶରେ ବି ଜନସଂଖ୍ୟା ହ୍ରାସ ସଂକଟ ସ୍ଥିତି ସୃଷ୍ଟି କରିଛି । ଏହି ଦେଶଗୁଡ଼ିକରେ ଯୁବ ପିଢି ପରିବାର ବ୍ୟବସ୍ଥା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି ।