ତାରରେ ଲୁଗା ଶୁଖାଉଥିବାବେଳେ ମହିଳାଙ୍କୁ ମାରିଲା କରେଣ୍ଟ, ଆଉ ତା’ ପରେ…
ବାଲିଗୁଡ଼ା,୯ା୧୦: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୁଳିମରା ସାହିରେ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ଆଘାତ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ କୁନି ତ୍ରିପାଠୀ। ସୂଚନା ଅନୁସାରେ, ଗୁଳିମରା ସାହିର ମହିଳା ଜଣକ ବୁଧବାର ବାଡ଼ିପଟେ ଲୁଗା ଶୁଖାଉଥିବାବେଳେ ତାରଟି ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯିବାରୁ ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି। […] The post ତାରରେ ଲୁଗା ଶୁଖାଉଥିବାବେଳେ ମହିଳାଙ୍କୁ ମାରିଲା କରେଣ୍ଟ, ଆଉ ତା’ ପରେ… appeared first on Dharitri Odia News.
ବାଲିଗୁଡ଼ା,୯ା୧୦: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୁଳିମରା ସାହିରେ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ଆଘାତ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ କୁନି ତ୍ରିପାଠୀ।
ସୂଚନା ଅନୁସାରେ, ଗୁଳିମରା ସାହିର ମହିଳା ଜଣକ ବୁଧବାର ବାଡ଼ିପଟେ ଲୁଗା ଶୁଖାଉଥିବାବେଳେ ତାରଟି ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯିବାରୁ ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ବାଲିଗୁଡ଼ା ଥାନା ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା କେସ୍ ନଂ. ୨୦/୨୪ରେ ରୁଜୁ କରି ଅଧିକ ତଦନ୍ତ ଅବ୍ୟାହତ ରହିଥିବା ବିଷୟ ଥାନା ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି।
The post ତାରରେ ଲୁଗା ଶୁଖାଉଥିବାବେଳେ ମହିଳାଙ୍କୁ ମାରିଲା କରେଣ୍ଟ, ଆଉ ତା’ ପରେ… appeared first on Dharitri Odia News.