ଦଳକୁ ଚାମ୍ପିୟନ୍ କରିବା ପରେ ଏହି ସୁନ୍ଦରୀ ମହିଳାଙ୍କ ସହ ନଜର ଆସିଲେ ଶେୟାସ୍ ଆୟର
ନୂଆଦିଲ୍ଲୀ,୨୯।୪: ଶ୍ରେୟାସ ଆୟର ତାଙ୍କ ଅଧିନାୟକତ୍ୱରେ କୋଲକାତା ନାଇଟ ରାଇଡର୍ସକୁ ଆଇପିଏଲ ୨୦୨୪ର ଚାମ୍ପିଅନ କରିଥିଲେ। ଗତ ରବିବାର କୋଲକାତା ଆଇପିଏଲ ୨୦୨୪ ର ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଟ୍ରଫି ଜିତିଥିଲା। କେକେଆର୍ ଚାମ୍ପିଅନ ହେବା ପରେ ଲୋକମାନେ ଶ୍ରେୟାସ ଆୟରଙ୍କ ଅଧିନାୟକତ୍ୱକୁ ପ୍ରଶଂସା କରୁଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଆୟରଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଜଣେ ସୁନ୍ଦର ମହିଳାଙ୍କ ସହ ନଜର ଆସିଛନ୍ତି। ଆଫଗାନିସ୍ତାନର ୱାଜମା ଆୟୁବି […] The post ଦଳକୁ ଚାମ୍ପିୟନ୍ କରିବା ପରେ ଏହି ସୁନ୍ଦରୀ ମହିଳାଙ୍କ ସହ ନଜର ଆସିଲେ ଶେୟାସ୍ ଆୟର appeared first on Dharitri Odia News.
ନୂଆଦିଲ୍ଲୀ,୨୯।୪: ଶ୍ରେୟାସ ଆୟର ତାଙ୍କ ଅଧିନାୟକତ୍ୱରେ କୋଲକାତା ନାଇଟ ରାଇଡର୍ସକୁ ଆଇପିଏଲ ୨୦୨୪ର ଚାମ୍ପିଅନ କରିଥିଲେ। ଗତ ରବିବାର କୋଲକାତା ଆଇପିଏଲ ୨୦୨୪ ର ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଟ୍ରଫି ଜିତିଥିଲା। କେକେଆର୍ ଚାମ୍ପିଅନ ହେବା ପରେ ଲୋକମାନେ ଶ୍ରେୟାସ ଆୟରଙ୍କ ଅଧିନାୟକତ୍ୱକୁ ପ୍ରଶଂସା କରୁଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଆୟରଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଜଣେ ସୁନ୍ଦର ମହିଳାଙ୍କ ସହ ନଜର ଆସିଛନ୍ତି।
ଆଫଗାନିସ୍ତାନର ୱାଜମା ଆୟୁବି ତାଙ୍କ ସୋସିଆଲ ମିଡିଆରେ ଶ୍ରେୟାସ ଆୟରଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ୱାଜମା ଜଣେ ବହୁତ ବଡ ଏବଂ ପ୍ରସିଦ୍ଧ କ୍ରିକେଟ ସମର୍ଥକ। ସେ ନିଜ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଜଣାଶୁଣା। ତାଙ୍କୁ ପ୍ରାୟତଃ ଷ୍ଟାଣ୍ଡରେ ଦେଖାଯାଏ। ଆଫଗାନିସ୍ତାନ ସହିତ ୱାଜମା ମଧ୍ୟ ଭାରତୀୟ କ୍ରିକେଟ ଦଳକୁ ସମର୍ଥନ କରୁଥିବା ଦେଖାଯାଏ। ସୋସିଆଲ ମିଡିଆରେ ଆୟରଙ୍କ ସହ ଏକ ଫଟୋ ଶେୟାର କରୁଥିବାବେଳେ ଆଫଗାନିସ୍ତାନ ୱାଜମା ଲେଖିଛନ୍ତି,ବିଜେତା ଅଧିନାୟକ ଶ୍ରେୟାସ ଆୟରଙ୍କ ସହ।
The post ଦଳକୁ ଚାମ୍ପିୟନ୍ କରିବା ପରେ ଏହି ସୁନ୍ଦରୀ ମହିଳାଙ୍କ ସହ ନଜର ଆସିଲେ ଶେୟାସ୍ ଆୟର appeared first on Dharitri Odia News.