ସାକ୍ଷୀଗୋପାଳ ନିକଟ ଏକ ଢାବାରୁ ମାଂସ ଖାଇ ଏବେ ଶୁଦ୍ଧି ହେଲେ ଦୁଇ ବ୍ୟକ୍ତି
ପୁରୀ: ଗ୍ରାହକ ଖାଉଥିଲେ ମଟନ ଝୋଳ । କିନ୍ତୁ ହୋଟେଲ ବାଲା ଦେଲା ବିଶ୍ବାସରେ ବିଷ । ଛେଳି ମାଂସ ବଦଳରେ ଖାଇବାକୁ ଦେଉଥିଲା ଗୋ ମାଂସ । ମଟନ ତରକାରୀ ରେ ପଡ଼ୁଥିଲା ଗୋ ମାଂସ । ଲୋକେ ଜାଣିପାରୁ ନଥିଲେ ସ୍ବାଦ । ଆଙ୍ଗୁଳି ଚାଟି ଚାଟି ଖାଉଥିଲେ । ପୁରୀ ସତ୍ୟବାଦୀର ଜୟା ହୋଟେଲକୁ ନେଇ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ହୋଟେଲରେ ଦୁଇ ଜଣ ଯୁବକ ଅଜାଣତରେ ଗୋମାଂସ […] The post ସାକ୍ଷୀଗୋପାଳ ନିକଟ ଏକ ଢାବାରୁ ମାଂସ ଖାଇ ଏବେ ଶୁଦ୍ଧି ହେଲେ ଦୁଇ ବ୍ୟକ୍ତି appeared first on KNews Odisha.

ପୁରୀ: ଗ୍ରାହକ ଖାଉଥିଲେ ମଟନ ଝୋଳ । କିନ୍ତୁ ହୋଟେଲ ବାଲା ଦେଲା ବିଶ୍ବାସରେ ବିଷ । ଛେଳି ମାଂସ ବଦଳରେ ଖାଇବାକୁ ଦେଉଥିଲା ଗୋ ମାଂସ । ମଟନ ତରକାରୀ ରେ ପଡ଼ୁଥିଲା ଗୋ ମାଂସ । ଲୋକେ ଜାଣିପାରୁ ନଥିଲେ ସ୍ବାଦ । ଆଙ୍ଗୁଳି ଚାଟି ଚାଟି ଖାଉଥିଲେ । ପୁରୀ ସତ୍ୟବାଦୀର ଜୟା ହୋଟେଲକୁ ନେଇ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ହୋଟେଲରେ ଦୁଇ ଜଣ ଯୁବକ ଅଜାଣତରେ ଗୋମାଂସ ଖାଇ ଦେଇଥିଲେ। ଆଉ ସତ୍ୟତା ଜାଣିବା ପରେ ବର୍ତ୍ତମାନ ପ୍ରାୟଶ୍ଚିତ କରିଛନ୍ତି ।
ଶ୍ରୀମନ୍ଦିର ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କ ଠାରୁ ପ୍ରାୟଶ୍ଚିତ ହେବା ନିମନ୍ତେ ବିଧି ଗ୍ରହଣ କରି ପୁରୀ ମାଳତିପାଟପୁରର ଦୁଇ ଯୁବକ କୈଳାଶ ଚନ୍ଦ୍ର ପରିଡ଼ା ଓ ଯୋଗେନ୍ଦ୍ର ମଲ୍ଲିକ ଲଣ୍ଡା ହୋଇଛନ୍ତି। ଏହା ସହିତ ଗୋବର ପାଣି ପିଇ ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ସ୍ନାନ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀଲୋକନାଥଙ୍କ ଦର୍ଶନ କରି ମୁକ୍ତି ମଣ୍ଡପରେ କ୍ଷମା ପ୍ରାର୍ଥନା କରି ପ୍ରାୟଶ୍ଚିତ କରିଛନ୍ତି। ପୂର୍ବରୁ ଏହି ଦୁଇ ବ୍ୟକ୍ତି ସାକ୍ଷୀଗୋପାଳ ସ୍ଥିତ ଜୟା ଢ଼ାବା ରେ ମଟନ ତରକାରୀ ଖାଇଥିଲେ l ତେବେ ମଟନ ତରକାରି ରେ ଗୋ ମାଂସ ମିଶୁଥିବା ଘଟଣା ସାମ୍ନା କୁ ଆସିବା ପରେ ଆଜି ଏହି ଦୁଇ ବ୍ୟକ୍ତି ପ୍ରାୟଶ୍ଚିତ ଲାଗି ନଣ୍ଡା ହୋଇ ନରେନ୍ଦ୍ର ପୋଖରୀରେ ସ୍ନାନ କରି ଗୋବର ପାଣି ପିଇ ଶ୍ରୀ ମନ୍ଦିର ଯାଇ ମୁକ୍ତି ମଣ୍ଡପ ଠାରେ କ୍ଷମା ପାର୍ଥନା କରିଛନ୍ତି l
ତେବେ ସତ୍ୟବାଦୀ ଅଞ୍ଚଳର ଜଣେ ଗୋ-ଚାଲାଣକାରୀଙ୍କ ବୟାନ ହିଁ ସାମ୍ନାକୁ ଆଣିଥିଲା ଜୟା ହୋଟେଲର ସତ୍ୟାସତ୍ୟ । ଏହି ଖବର ଲୋକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି କରିଥିଲା । ସାକ୍ଷୀଗୋପାଳର ଜୟା ହୋଟେଲରେ ମଟନରେ ଗୋମାଂସ ମିଶାଉଥିବା କଥା ସେ କହିଥିଲେ। ତେବେ ଭିଡିଓ ଭାଇରାଲ୍ ପରେ ଜିଲ୍ଲା ପ୍ରଶାସନ ଆକ୍ସନ ନେଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଳମ୍ବିତ ରାତିରେ ଜୟା ଢ଼ାବାକୁ ସିଲ୍ କରି ଦିଆଯାଇଥିଲା। ପରେ ଘଟଣାର ସତ୍ୟତା ପରଖିବା ନେଇ ରାଜ୍ୟ ପରୀକ୍ଷାଗାରକୁ ଯାଇଛି ମାଂସ ନମୂନା। ଏନେଇ ପୁଲିସ ଅନେକ ସ୍ଥାନରେ ଚଢାଉ ଜାରି ରଖିଛି। ତେବେ ଏଭଳି ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।
Also Read:ଦିଲ୍ଲୀରୁ ୪ କୋଟିରୁ ଅଧିକ ଟଙ୍କାର ସୁନାରୁପା ଅଳଙ୍କାର ଚୋରି ମାମଲା, ସୋରରୁ ୩ ଗିରଫ
The post ସାକ୍ଷୀଗୋପାଳ ନିକଟ ଏକ ଢାବାରୁ ମାଂସ ଖାଇ ଏବେ ଶୁଦ୍ଧି ହେଲେ ଦୁଇ ବ୍ୟକ୍ତି appeared first on KNews Odisha.