ଜାଣନ୍ତୁ ପରୀକ୍ଷା ପରମ୍ପରା କେଉଁଠି, କିପରି…
ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା ପାଇଁ ବିଦ୍ୟାର୍ଥୀମାନେ ଖୁବ୍ ପରିଶ୍ରମ କରନ୍ତି। ତେବେ ପରିଶ୍ରମ ବ୍ୟତୀତ ପରୀକ୍ଷାକୁ ଯିବା ପୂର୍ବରୁ କିଛି ପରମ୍ପରା ଏଭଳି ଅଛି, ଯାହାକୁ ଅନେକ ଆପଣାଇଥାନ୍ତି। କେବଳ ଆମ ଦେଶ ନୁହେଁ, ବିଦେଶରେ ମଧ୍ୟ ଏହି ବିଶ୍ବାସ ବଳବତ୍ତର ରହିଛି। ଭାରତ: ଏଠାରେ ପରୀକ୍ଷା କୌଣସି ମହତ୍ତ୍ବପୂର୍ଣ୍ଣ କାମଠାରୁ କମ୍ ନୁହେଁ। ଭାରତରେ ପରୀକ୍ଷାକୁ ଯିବା ପୂର୍ବରୁ ଦହି ନଚେତ୍ ମିଠା ଖାଇ ଯିବା ପରମ୍ପରା ଅଛି। କୁହାଯାଏ, ଏଭଳି କରିବା ଶୁଭ […]

ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା ପାଇଁ ବିଦ୍ୟାର୍ଥୀମାନେ ଖୁବ୍ ପରିଶ୍ରମ କରନ୍ତି। ତେବେ ପରିଶ୍ରମ ବ୍ୟତୀତ ପରୀକ୍ଷାକୁ ଯିବା ପୂର୍ବରୁ କିଛି ପରମ୍ପରା ଏଭଳି ଅଛି, ଯାହାକୁ ଅନେକ ଆପଣାଇଥାନ୍ତି। କେବଳ ଆମ ଦେଶ ନୁହେଁ, ବିଦେଶରେ ମଧ୍ୟ ଏହି ବିଶ୍ବାସ ବଳବତ୍ତର ରହିଛି।
ଭାରତ: ଏଠାରେ ପରୀକ୍ଷା କୌଣସି ମହତ୍ତ୍ବପୂର୍ଣ୍ଣ କାମଠାରୁ କମ୍ ନୁହେଁ। ଭାରତରେ ପରୀକ୍ଷାକୁ ଯିବା ପୂର୍ବରୁ ଦହି ନଚେତ୍ ମିଠା ଖାଇ ଯିବା ପରମ୍ପରା ଅଛି। କୁହାଯାଏ, ଏଭଳି କରିବା ଶୁଭ ଏବଂ ଏହାଦ୍ବାରା ବିଦ୍ୟାର୍ଥୀଙ୍କଠାରେ ସକାରାତ୍ମକ ଶକ୍ତି ସଂଚାର ହୋଇଥାଏ।
ଜାପାନ: ପରୀକ୍ଷା ପୂର୍ବରୁ ପିଲାମାନେ ‘କାଟସୁଦୋ’ ନାମକ ଏକ ପାରମ୍ପରିକ ବ୍ୟଞ୍ଜନ ଖାଇବାକୁ ପସନ୍ଦ କରନ୍ତି। ଏହାକୁ ଖାଇବା ଦ୍ବାରା ବିଦ୍ୟାର୍ଥୀଙ୍କ ଭାଗ୍ୟ ଚମକି ଉଠେ ବୋଲି ବିଶ୍ବାସ ଅଛି।
ହଂକଂ: ସେଓ ଖାଇବାକୁ ହଂକଂରେ ଶୁଭ ବୋଲି କୁହାଯାଏ। ପରୀକ୍ଷା ପୂର୍ବରୁ କଲେଜ କ୍ୟାଣ୍ଟିନରେ ସେଓରୁ ପ୍ରସ୍ତୁତ ବ୍ୟଞ୍ଜନ ବିଦ୍ୟାର୍ଥୀଙ୍କୁ ପରଷା ଯାଏ।
ଦକ୍ଷିଣ କୋରିଆ: ଦକ୍ଷିଣ କୋରିଆରେ ବିଶ୍ବାସ ରହିଛି ଯେ, ପରୀକ୍ଷା ପୂର୍ବରୁ ମୁଣ୍ଡ ସଫା କରିବା ଦ୍ବାରା ସମସ୍ତ ଜ୍ଞାନ ପାଣିରେ ଧୋଇ ହୋଇଯାଏ। ସେଥିପାଇଁ ପରୀକ୍ଷା ପୂର୍ବରୁ କେଶ ଧୋଇବା ମନା।
ଚୀନ୍: ଚୀନ୍ରେ ନାଲି ରଙ୍ଗ ଶୁଭ। ତେଣୁ ପରୀକ୍ଷା ଦିନ ପିଲାମାନେ ନାଲି ଡ୍ରେସ୍ ନଚେତ୍ ନାଲି ରଙ୍ଗ ଜିନିଷ ନିଜ ସହ ନେଇ ଯାଆନ୍ତି।
ବାଂଲାଦେଶ: ପରୀକ୍ଷା ଦିନ ଏଠାରେ ଅଣ୍ଡା ଖାଇବାକୁ ଅଶୁଭ ବୋଲି କୁହାଯାଏ। ଅଣ୍ଡା ଖାଇ ପରୀକ୍ଷା ଦେବା ଦ୍ବାରା ପରୀକ୍ଷା ଫଳ ଭଲ ହୋଇ ନ ଥାଏ ବୋଲି ଏଠାରେ ଲୋକ ବିଶ୍ବାସ ରହିଛି।
ମାଲେସିଆ: ଚିକେନ୍ ସୁପ୍ ଦ୍ବାରା ମସ୍ତିଷ୍କ ପ୍ରଖର ହୋଇଥାଏ। ତେଣୁ ଏଠାରେ ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀ ଚିକେନ୍ ସୁପ୍ ଖାଇବାକୁ ଭୁଲନ୍ତି ନାହିଁ।