ଇଡିର ନୂଆ ନିର୍ଦ୍ଦେଶକ ରାହୁଲ ନବୀନ
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ରାହୁଲ ନବୀନ। ସେ ଇଡିର କାର୍ଯ୍ୟକାରୀ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଆଜି ତାଙ୍କୁ ଭାରତ ସରକାର ପୂର୍ଣ୍ଣକାଳୀନ ଇଡି ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିଛନ୍ତି। ଏହି ପଦବୀରେ ସେ ଆସନ୍ତା ୨ ବର୍ଷ ପାଇଁ କାର୍ଯ୍ୟ କରିବେ। ଏ ନେଇ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଜାରି ହୋଇଛି। ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ କମିଟି ଇଡିର ସ୍ୱତନ୍ତ୍ର […]

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ରାହୁଲ ନବୀନ। ସେ ଇଡିର କାର୍ଯ୍ୟକାରୀ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଆଜି ତାଙ୍କୁ ଭାରତ ସରକାର ପୂର୍ଣ୍ଣକାଳୀନ ଇଡି ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିଛନ୍ତି। ଏହି ପଦବୀରେ ସେ ଆସନ୍ତା ୨ ବର୍ଷ ପାଇଁ କାର୍ଯ୍ୟ କରିବେ। ଏ ନେଇ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଜାରି ହୋଇଛି। ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ କମିଟି ଇଡିର ସ୍ୱତନ୍ତ୍ର ନିର୍ଦ୍ଦେଶକ ଆଇଆରଏସ୍ ରାହୁଲ ନବୀନଙ୍କୁ ଇଡିର ସ୍ଥାନୀୟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛି। ସେ ଏହି ପଦରେ ଦାୟିତ୍ୱ ନେବା ଠାରୁ ୨ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କାର୍ଯ୍ୟ କରିବେ।
୫୭ ବର୍ଷୀୟ ରାହୁଲ ୨୦୧୯ରେ ଇଡିରେ ଜଣେ ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ଯୋଗ ଦେଇଥିଲେ। ୧୯୯୩ ବ୍ୟାଚ୍ର ଆଇଆରଏସ୍ ଅଫିସର ନବୀନଙ୍କୁ ଗତବର୍ଷ ସେପ୍ଟେମ୍ବର ମାସରେ ଇଡିର କାର୍ଯ୍ୟକାରୀ ମୁଖ୍ୟ କରାଯାଇଥିଲା। ଏବେ ସେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ନିର୍ଦ୍ଦେଶକ ହୋଇଛନ୍ତି।