ଏ.ଆର୍.ରହମାନଙ୍କୁ ଛାଡପତ୍ର ଦେଲେ ପତ୍ନୀ ସାଇରା ବାନୁ

ମୁମ୍ବାଇ : ଭାଙ୍ଗିଲା ୨୯ବର୍ଷର ସମ୍ପର୍କ। ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଏଆର୍‌ ରହମାନଙ୍କୁ ତାଙ୍କ ପତ୍ନୀ ସାଇରା ବାନୁ ଛାଡ଼ପତ୍ର ଦେଇଛନ୍ତି। ଦୀର୍ଘ ୨୯ବର୍ଷର ଦାମ୍ପତ୍ୟ ଜୀବନ ପରେ ସ୍ତ୍ରୀ ସାଇରା ବାନୁଙ୍କ ଠାରୁ ସେ ଅଲଗା ହେବାକୁ ଯାଉଛନ୍ତି। ଏନେଇ ରେହମାନ ଓ ସାଇରାଙ୍କ ଓକିଲ ସୂଚନା ଦେଇଛନ୍ତି। ୨୯ବର୍ଷର ବୈବାହିକ ସମ୍ପର୍କ ପରେ ସାଇରା ଏବଂ ଏ.ଆର୍‌ ରହମାନ ପରସ୍ପର ଠାରୁ ଅଲଗା ହେବା ଭଳି କଷ୍ଟକର ନିଷ୍ପତ୍ତି ନେଇଛନ୍ତି। ପରସ୍ପର […]

ଏ.ଆର୍.ରହମାନଙ୍କୁ ଛାଡପତ୍ର ଦେଲେ ପତ୍ନୀ ସାଇରା ବାନୁ
AR Rahman and Saira Banu divorce

ମୁମ୍ବାଇ : ଭାଙ୍ଗିଲା ୨୯ବର୍ଷର ସମ୍ପର୍କ। ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଏଆର୍‌ ରହମାନଙ୍କୁ ତାଙ୍କ ପତ୍ନୀ ସାଇରା ବାନୁ ଛାଡ଼ପତ୍ର ଦେଇଛନ୍ତି। ଦୀର୍ଘ ୨୯ବର୍ଷର ଦାମ୍ପତ୍ୟ ଜୀବନ ପରେ ସ୍ତ୍ରୀ ସାଇରା ବାନୁଙ୍କ ଠାରୁ ସେ ଅଲଗା ହେବାକୁ ଯାଉଛନ୍ତି। ଏନେଇ ରେହମାନ ଓ ସାଇରାଙ୍କ ଓକିଲ ସୂଚନା ଦେଇଛନ୍ତି।

୨୯ବର୍ଷର ବୈବାହିକ ସମ୍ପର୍କ ପରେ ସାଇରା ଏବଂ ଏ.ଆର୍‌ ରହମାନ ପରସ୍ପର ଠାରୁ ଅଲଗା ହେବା ଭଳି କଷ୍ଟକର ନିଷ୍ପତ୍ତି ନେଇଛନ୍ତି। ପରସ୍ପର ପ୍ରତି ସେମାନଙ୍କର ଗଭୀର ପ୍ରେମ, ସତ୍ୱେ ସମ୍ପର୍କରେ ତିକ୍ତତା ଏବଂ ଅସୁବିଧା ସେମାନଙ୍କ ମଧ୍ୟରେ ଏକ ଅବିସ୍ମରଣୀୟ ବ୍ୟବଧାନ ସୃଷ୍ଟି କରିଛି, ଯାହା ଉଭୟ ପକ୍ଷ ଏହି ସମୟରେ ସହ୍ୟ କରିବାକୁ ସକ୍ଷମ ନୁହଁନ୍ତି । କଷ୍ଟ ଏବଂ ଯନ୍ତ୍ରଣାରୁ ଦୁହେଁ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।


ସେପଟେ ବିବାହ ବିଚ୍ଛେଦକୁ ନେଇ ଏ.ଆର ରହେମନ ନିଜ ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ ଲେଖିଛନ୍ତି ଆମେ ଦୁହେଁ ଆମ ସମ୍ପର୍କର ଗ୍ରାଣ୍ଡ ତିରିଶ ବର୍ଷ ସେଲିବ୍ରେସନ କରିବାକୁ ଚାହୁଁଥିଲୁ। ହେଲେ ସବୁ ଜିନିଷ, ଏକ ଅଦୃଶ୍ୟ ଅନ୍ତ ଘଟିଲା ଏବଂ ଆପଣମାନେ ଆମ ଗୋପନୀୟତାକୁ ସମ୍ମାନ ଦେଇଥିବାରୁ ମୁଁ ଧନ୍ୟବାଦ ଜଣାଉଛି। ୧୯୯୫ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସାଇରା ଓ ରହମାନ। ଦୁହିଁଙ୍କର ତିନୋଟି ସନ୍ତାନ ଖତିଜା, ରହୀମା ଏବଂ ପୁଅ ଆର. ଆମିନ ମଧ୍ୟ ରହିଛନ୍ତି। ଦୁହିଁଙ୍କ ଭିତରେ ସଂସ୍କୃତିକୁ ନେଇ ଦୀର୍ଘଦିନ ଧରି ମତଭେଦ ଚାଲିଆସୁଥିବାବେଳେ ଶେଷରେ ଦୁହେଁ ଛାଡ଼ପତ୍ର ନେଉଛନ୍ତି।