ଚନ୍ଦ୍ରଚୂଡଙ୍କୁ ରାହୁଲଙ୍କ ବିରୋଧ! ମୋଦି ଚାହୁଁଛନ୍ତି…
ନୂଆଦିଲ୍ଲୀ,୨୦।୧୨: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଆସିଛି ବଡ଼ ଖବର। ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ସେ ଶୁକ୍ରବାର ଘୋଷଣା କରିଛନ୍ତି ଯେ, ଜାତୀୟ ମାନବଧିକାର ଆୟୋଗର ଆଗାମୀ ଅଧ୍ୟକ୍ଷକୁ ନେଇ କରାଯାଉଥିବା ଚର୍ଚ୍ଚା ସମୂର୍ଣ୍ଣ ଗୁଜବ ଅଟେ। ଚନ୍ଦ୍ରଚୂଡ କହିଛନ୍ତି, ଏସବୁ ଗୁଜବ। ବର୍ତ୍ତମାନ ସେ ସେବା ନିବୃତ ହେବା ପରେ ଜୀବନର ମଜା ନେଉଛନ୍ତି। ଗତ ଜୁନ ୧ରୁ ଏନଏଚଆରସି ପଦବୀ ଖାଲି ପଡିଛି। କାରଣ ସୁପ୍ରିମକୋର୍ଟର ପୂର୍ବ ବିଚାରପତି […] The post ଚନ୍ଦ୍ରଚୂଡଙ୍କୁ ରାହୁଲଙ୍କ ବିରୋଧ! ମୋଦି ଚାହୁଁଛନ୍ତି… appeared first on Dharitri Odia News.
ନୂଆଦିଲ୍ଲୀ,୨୦।୧୨: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଆସିଛି ବଡ଼ ଖବର। ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ସେ ଶୁକ୍ରବାର ଘୋଷଣା କରିଛନ୍ତି ଯେ, ଜାତୀୟ ମାନବଧିକାର ଆୟୋଗର ଆଗାମୀ ଅଧ୍ୟକ୍ଷକୁ ନେଇ କରାଯାଉଥିବା ଚର୍ଚ୍ଚା ସମୂର୍ଣ୍ଣ ଗୁଜବ ଅଟେ। ଚନ୍ଦ୍ରଚୂଡ କହିଛନ୍ତି, ଏସବୁ ଗୁଜବ। ବର୍ତ୍ତମାନ ସେ ସେବା ନିବୃତ ହେବା ପରେ ଜୀବନର ମଜା ନେଉଛନ୍ତି।
ଗତ ଜୁନ ୧ରୁ ଏନଏଚଆରସି ପଦବୀ ଖାଲି ପଡିଛି। କାରଣ ସୁପ୍ରିମକୋର୍ଟର ପୂର୍ବ ବିଚାରପତି ଅରୁଣ କୁମାର ମିଶ୍ର ଯିଏକି ଏହି ପଦବୀରେ ଥିଲେ ତାଙ୍କ କାର୍ଯ୍ୟକାଳ ଜୁନ ୧ରୁ ହିଁ ସରିଯାଇଛି। ଏନେଇ ଡିସେମ୍ବର ୧୮ରେ ପ୍ରଧାନମନ୍ତ୍ରୀ ମୋଦିିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଜାତୀୟ ମାନବ ଅଧିକାର ଆୟୋଗର ଆଗାମୀ ଅଧ୍ୟକ୍ଷ କରିବା ପାଇଁ ବୈଠକ କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ଲୋକ ସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଓ ରାଜ୍ୟ ସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ଉପସ୍ଥିତ ରହିଥିଲେ। ହେଲେ ଶୁଣିବାକୁ ମିଳୁଥିଲା ଯେ ଏହି ବୈଠକରେ ରାହୁଲ ଓ ଖାର୍ଗେ ଚନ୍ଦ୍ରଚୂଡ଼ଙ୍କୁ ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ କରିବା ଉପରେ ରାଜି ହୋଇନଥିଲେ। ଚନ୍ଦଚୂଢ ଏନେଇ ଆଜି ମୁହଁ ଖୋଲି ଏ ସମ୍ପୂର୍ଣ୍ଣ ଚର୍ଚ୍ଚା ମିଛି ବୋଲି କହି ସାରିଥିଲେ ମଧ୍ୟ ସବୁଠାରୁ ବଡ଼ କଥା ହେଉଛି ଯେ କାହିଁକି ଚନ୍ଦ୍ରଚୂଡ଼ଙ୍କୁ ମାନବ ଅଧିକାରର ଅଧ୍ୟକ୍ଷ କରିବାରେ ବିରୋଧୀ ରାଜି ହେଉନାହାନ୍ତି ? ଏହା ପଛରେ କ’ଣ ରହିଛି ରାଜନୈତିକ କାରଣ ?
ଡି ୱାଇ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରହିଥିବା ବେଳେ ଅନେକ ଥର ଚର୍ଚ୍ଚାକୁ ଆସିଛନ୍ତି। ସେ କେତେବେଳେ ସରକାରୀ ପକ୍ଷଙ୍କୁ ସୁହାଇଲା ଭଳି ଶୁଣାଣି କରିଛନ୍ତି ତ ଆଉ କେତେବେଳେ ବିରୋଧୀ ପକ୍ଷଙ୍କୁ ସୁହାଇଲା ଭଳି ଶୁଣାଣି କରିଛନ୍ତି । ହେଲେ ଏବେ ନିକଟରେ ଗଣେଶ ପୂଜା ସମୟରେ ମୁମ୍ବାରେ ଚନ୍ଦ୍ରଚୂଡ଼ଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ମୋଦି ନଜର ଆସିବା ପରେ ବିବାଦ ଦେଖାଯାଇଥିଲା। ଏହି ଘଟଣାକୁ ବିରୋଧୀ ତୀବ୍ର ସମାଲୋଚନା କରିଥିଲେ। ବିରୋଧୀଙ୍କ କହିବା କଥା କିପରି ଜଣେ ପ୍ରଧାନବିଚାରପତିଙ୍କ ବାସଭବନରେ ଏକ ଉତ୍ସବରେ ପ୍ରଧନାମନ୍ତ୍ରୀ ଯୋଗ ଦେଲେ। କୁହାଯାଉଛି ସେବେଠାରୁ ଚନ୍ଦ୍ରଚୂଡ଼ଙ୍କ ଉପରେ ଖୁବ୍ଧ ଅଛନ୍ତି ବିରୋଧୀ। ହୋଇପାରେ ଏହି କାରଣରୁ ଚନ୍ଦ୍ରଚୂଡ଼ଙ୍କୁ ଏପରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବାକୁ ବିରୋଧୀ ଅସନ୍ତୁଷ୍ଟ ଅଛନ୍ତି।
The post ଚନ୍ଦ୍ରଚୂଡଙ୍କୁ ରାହୁଲଙ୍କ ବିରୋଧ! ମୋଦି ଚାହୁଁଛନ୍ତି… appeared first on Dharitri Odia News.