ଆମ୍ବଗଛକୁ ଧକ୍କା ଦେଇ ନାଳ ଭିତରକୁ ଓଲଟି ପଡ଼ିଲା କାର୍
ବାଲିଗୁଡ଼ା,୫ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ନିକଟସ୍ଥ କୁର୍ଙ୍ଗୁଲି ନାଳ ଭିତରକୁ ଏକ କାର୍ ପଶିଯାଇଛି। ସୂଚନାନୁଯାୟୀ, ଶନିବାର ବାଲିଗୁଡ଼ା ପଟରୁ ଓଆର୍ ୦୭ଭି ୩୬୧୬କାର୍ ଦ୍ରୁତଗତିରେ ଫୁଲବାଣୀ ଯାଉଥିବାବେଳେ ସାରଙ୍ଗଗଡ଼ ଅନ୍ତର୍ଗତ କୁର୍ଙ୍ଗୁଲି ନିକଟରେ ଏକ ଆମ୍ବ ଗଛକୁ ଧକ୍କା ଦେଇ ନାଳ ଭିତରକୁ ଓଲଟି ପଡ଼ିଥିଲା। କାର୍ରେ ଦୁଇଜଣ ବ୍ୟକ୍ତି ଯାଉଥିବା ବେଳେ ଚାଳକ ସାମାନ୍ୟ ଆହତ ହୋଇ ଅଳ୍ପେକ ବର୍ତ୍ତି ଯାଇଛନ୍ତି। ଏହି ଦୁର୍ଘଟଣା […] The post ଆମ୍ବଗଛକୁ ଧକ୍କା ଦେଇ ନାଳ ଭିତରକୁ ଓଲଟି ପଡ଼ିଲା କାର୍ appeared first on Dharitri Odia News.
ବାଲିଗୁଡ଼ା,୫ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ନିକଟସ୍ଥ କୁର୍ଙ୍ଗୁଲି ନାଳ ଭିତରକୁ ଏକ କାର୍ ପଶିଯାଇଛି।
ସୂଚନାନୁଯାୟୀ, ଶନିବାର ବାଲିଗୁଡ଼ା ପଟରୁ ଓଆର୍ ୦୭ଭି ୩୬୧୬କାର୍ ଦ୍ରୁତଗତିରେ ଫୁଲବାଣୀ ଯାଉଥିବାବେଳେ ସାରଙ୍ଗଗଡ଼ ଅନ୍ତର୍ଗତ କୁର୍ଙ୍ଗୁଲି ନିକଟରେ ଏକ ଆମ୍ବ ଗଛକୁ ଧକ୍କା ଦେଇ ନାଳ ଭିତରକୁ ଓଲଟି ପଡ଼ିଥିଲା। କାର୍ରେ ଦୁଇଜଣ ବ୍ୟକ୍ତି ଯାଉଥିବା ବେଳେ ଚାଳକ ସାମାନ୍ୟ ଆହତ ହୋଇ ଅଳ୍ପେକ ବର୍ତ୍ତି ଯାଇଛନ୍ତି। ଏହି ଦୁର୍ଘଟଣା ଦେଖି ସମାଜସେବୀ ଅରୁଣ ଭାଇ ଓ ଜଣେ ବସ୍ କଣ୍ଡକ୍ଟର ନାଳ ଭିତରୁ ଦୁର୍ଘଟଣା ବ୍ୟକ୍ତିମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଯୋଗାଯୋଗ କରି କ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ।
The post ଆମ୍ବଗଛକୁ ଧକ୍କା ଦେଇ ନାଳ ଭିତରକୁ ଓଲଟି ପଡ଼ିଲା କାର୍ appeared first on Dharitri Odia News.