ଟ୍ରକ ପଛରେ ପିଟିହୋଇ ଆମ୍ବୁଲାନ୍ସ ଚୁରମାର; ରୋଗୀ ମୃତ, ୩ ଗୁରୁତର

ଟାଙ୍ଗୀ : ରାସ୍ତା ପାର୍ଶ୍ୱରେ ପାର୍କିଂ କରିଥିବା ଟ୍ରକ ପଛରେ ପିଟିହୋଇ ଶନିବାର ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ଥାନା ବଇଁଚୁଆ ନିକଟରେ ଏକ ଆମ୍ବୁଲାନ୍ସ ଚୁରମାର ହୋଇଯାଇଛି। ସେଥିରେ ଥିବା ଜଣେ ବୄଦ୍ଧା ରୋଗୀଙ୍କ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ଚାଳକ ସମେତ ୩ ଜଣ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ଚାଳକଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ଜାଣିବାକୁ ମିଳିଛି। ମୃତା ବୃଦ୍ଧା ଜଣକ ମୟୂରଭଞ୍ଜ ଜିଲ୍ଲା […]

ଟ୍ରକ ପଛରେ ପିଟିହୋଇ ଆମ୍ବୁଲାନ୍ସ ଚୁରମାର; ରୋଗୀ ମୃତ, ୩ ଗୁରୁତର
Ambulance smashed into the back of a truck Patients dead 3 critical

ଟାଙ୍ଗୀ : ରାସ୍ତା ପାର୍ଶ୍ୱରେ ପାର୍କିଂ କରିଥିବା ଟ୍ରକ ପଛରେ ପିଟିହୋଇ ଶନିବାର ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ଥାନା ବଇଁଚୁଆ ନିକଟରେ ଏକ ଆମ୍ବୁଲାନ୍ସ ଚୁରମାର ହୋଇଯାଇଛି। ସେଥିରେ ଥିବା ଜଣେ ବୄଦ୍ଧା ରୋଗୀଙ୍କ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ଚାଳକ ସମେତ ୩ ଜଣ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ଚାଳକଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ଜାଣିବାକୁ ମିଳିଛି। ମୃତା ବୃଦ୍ଧା ଜଣକ ମୟୂରଭଞ୍ଜ ଜିଲ୍ଲା ମହୁଲବୋରେଇ ଅଞ୍ଚଳର ଫୁଲ ସୋରେନ।

ସୂଚନା ଅନୁଯାୟୀ ମୃତା ଫୁଲ ମୟୂରଭଞ୍ଜର ଏକ ସରକାରୀ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତି ହୋଇଥିଲେ। ଉଚ୍ଚତ୍ତର ଚିକିତ୍ସା ଆବଶ୍ୟକ ପଡ଼ିବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡାକ୍ତରଖାନା ଆସୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ରାଜପଥ ପେଟ୍ରୋଲିଂ ପୋଲିସ ଓ ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସ ଜବତ ସହ ଆବଶ୍ୟକ ତଦନ୍ତ ଆରମ୍ଭ କରିଥିବା ଆଇଆଇସି ସମରେନ୍ଦ୍ର ପାଇକରାୟ ସୂଚନା ଦେଇଛନ୍ତି।