ବୁଧବାର ରାଶିଫଳ (୦୫-୦୨-୨୦୨୫)
ମେଷ: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ଭାଳି ପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆର୍ଥିକ ସମସ୍ୟା ଦେଖାଦେଇ ପାରେ। ବୈବାହିକ ଜୀବନ ସୁଖମୟ ହେବ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ବୃଷ: ଘନିଷ୍ଠ ଲୋକଙ୍କ ସହଯୋଗ ରହିବ। କୌଣସି ବି ପରିସ୍ଥିତିରେ ହାର୍ ମାନନ୍ତୁନି। କଠିନ ପରିଶ୍ରମ କରି ସଫଳ ହୋଇପାରନ୍ତି। ଆୟ ଓ ବ୍ୟୟ ସମାନ ରହିବ। କୋର୍ଟ କଚେରୀ ମାମଲାରୁ ବିଜୟୀ ହେବେ। ମିଥୁନ: ଦୂରଯାତ୍ରାରୁ ଥକ୍କାପଣ ଅନୁଭବ କରିପାରନ୍ତି। ଅନ୍ୟର ଥଟ୍ଟା ପରିହାସକୁ ଅଣଦେଖା […]

ମେଷ: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ଭାଳି ପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆର୍ଥିକ ସମସ୍ୟା ଦେଖାଦେଇ ପାରେ। ବୈବାହିକ ଜୀବନ ସୁଖମୟ ହେବ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ।
ବୃଷ: ଘନିଷ୍ଠ ଲୋକଙ୍କ ସହଯୋଗ ରହିବ। କୌଣସି ବି ପରିସ୍ଥିତିରେ ହାର୍ ମାନନ୍ତୁନି। କଠିନ ପରିଶ୍ରମ କରି ସଫଳ ହୋଇପାରନ୍ତି। ଆୟ ଓ ବ୍ୟୟ ସମାନ ରହିବ। କୋର୍ଟ କଚେରୀ ମାମଲାରୁ ବିଜୟୀ ହେବେ।
ମିଥୁନ: ଦୂରଯାତ୍ରାରୁ ଥକ୍କାପଣ ଅନୁଭବ କରିପାରନ୍ତି। ଅନ୍ୟର ଥଟ୍ଟା ପରିହାସକୁ ଅଣଦେଖା କରନ୍ତୁ। ଦୀର୍ଘ ଦିନରୁ ପଡ଼ିରହିଥିବା କାର୍ଯ୍ୟ ପୂରଣ ହେବ। ପାରିବାରିକ ସୁଖ ଶାନ୍ତି ମିଳିବ। ଯାନବାହନ କ୍ରୟ କରିପାରନ୍ତି।
କର୍କଟ: ନିଜ ପରିଶ୍ରମକୁ ଗୁରୁତ୍ବ ଦିଅନ୍ତୁ। ଜୀବନସାଥୀଙ୍କ ସହଯୋଗ ଲୋଡ଼ିବେ। ଦିନର ଆରମ୍ଭରୁ ଥକ୍କା ଅନୁଭବ କରିପାରନ୍ତି। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ଆଶା କରିଥିବା ଦିଗରୁ ଧନ ମିଳିପାରେ।
ସିଂହ:ମହିଳାମାନେ ସନ୍ତାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି। ଅତିଥି ସତ୍କାର କରିପାରନ୍ତି। ଅଯଥା ଖର୍ଚ୍ଚ ବଢ଼ିବ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି।
କନ୍ୟା: ଦିନଟି ବ୍ୟସ୍ତରେ ବିତିବ। ଜମି କିଣାବିକା ପାଇଁ ଭଲ ସମୟ। ଆୟ ଅନୁସାରେ ବ୍ୟୟ କମ୍ ହେବ। ପ୍ରିୟଜନଙ୍କ ସହ ଦୂରଯାତ୍ରା କରିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।
ତୁଳା: ପୁରୁଣା ରୋଗରୁ ଆରାମ ମିଳିବ। ଅକସ୍ମାତ୍ ଖୁସି ଖବର ପାଇବେ। ଜୀବନସାଥୀଙ୍କ ସହ ଖୁସିର ମୁହୂର୍ତ୍ତ ବିତାଇବେ। ବ୍ୟବସାୟରୁ ଲାଭ ପାଇବେ। ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ।
ବିଛା: କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। ସାମାଜିକ ଏବଂ ଧାର୍ମିକ ସମାରୋହ ପାଇଁ ଦିନଟି ଭଲ। ଦୂରସ୍ଥାନକୁ ଭ୍ରମଣ ଯୋଗ ରହିଛି। ବିଦ୍ୟାର୍ଥୀମାନେ କ୍ୟାରିୟର କଥା ଚିନ୍ତା କରିବେ।
ଧନୁ: ଅଧିକ ଚିନ୍ତାରୁ ସ୍ବାସ୍ଥ୍ୟ ସମସ୍ୟା ଉପୁଜିପାରେ। ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ପତି-ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ମହିଳାମାନେ ଧର୍ମପରାୟଣା ହେବେ।
ମକର: ଉଧାର ଦେଉଥିଲେ ସାବଧାନ ହୋଇଯାଆନ୍ତୁ। ପରିବାର ସହିତ କିଛି ସମୟ ବିତାନ୍ତୁ। କର୍ମକ୍ଷେତ୍ରରେ ପଦୋନ୍ନତି ଯୋଗ ରହିଛି। ମହିଳାମାନେ ଅଳଙ୍କାର କିଣାକିଣିରେ ସମୟ ଦେବେ ।
କୁମ୍ଭ: ସମସ୍ୟାରେ ପଡ଼ିପାରନ୍ତି। ଅତିଥିଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାପ୍ରକଟ କରିବେ। ପିଲାମାନଙ୍କ ଗହଣରେ ଦିନଟି ଭଲରେ ବିତିବ। ଜୀବନସାଥୀଙ୍କ ପାଇଁ କୌଣସି କାର୍ଯ୍ୟ ଗଡ଼ବଡ଼ ହୋଇପାରେ।
ମୀନ: ଅନ୍ୟମାନଙ୍କ ଉପରେ ଭରସା କରନ୍ତୁନି। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବୈବାହିକ ଜୀବନ ମଧୁମୟ ହେବ । ପିଲାମାନେ ପଢ଼ାପଢ଼ିରେ ଅଧିକ ଧ୍ୟାନ ଦେବେ । ମହିଳାଙ୍କ ଦାୟିତ୍ବ ବଢ଼ିବ।