ଭାରତରେ ଏହି ସ୍ଥାନ ଚା’ ପିଉଥିବା ଲୋକଙ୍କ ମଧ୍ୟରେ ପ୍ରଥମ ଜାଣନ୍ତୁ …

ରାତି ପାହିଲେ କପେ ଚା’ ନ ପିଇଲେ ଦିନ ଆରମ୍ଭ ହୁଏ ନାହିଁ । ମନ ଭଲ ଲାଗେ ନାହିଁ । ଚା’ର ବାସ୍ନାରେ ହିଁ ସବୁ କାମ ସହଜରେ ହୋଇଥାଏ । ଚା’କେବଳ ରାଜ୍ୟରେ ଲୋକଙ୍କର ପ୍ରିୟ ନୁହେଁ ସାରା ଭାରତରେ ଚା’କୁ ଭଲପାଆନ୍ତି ଲୋକେ । ସେ ଖରା ହେଉ କି ବର୍ଷା କିମ୍ବା ଶୀତ ପ୍ରତ୍ୟେକ ଋତୁରେ ଚା’ ପିଇଥାଆନ୍ତି ଲୋକେ । କିଛି ଲୋକ ଅଛନ୍ତି ଯେଉଁମାନେ ସକାଳୁ ଉଠିବା ମାତ୍ରେ […] The post ଭାରତରେ ଏହି ସ୍ଥାନ ଚା’ ପିଉଥିବା ଲୋକଙ୍କ ମଧ୍ୟରେ ପ୍ରଥମ ଜାଣନ୍ତୁ … appeared first on KNews Odisha.

ଭାରତରେ ଏହି ସ୍ଥାନ ଚା’ ପିଉଥିବା ଲୋକଙ୍କ ମଧ୍ୟରେ ପ୍ରଥମ ଜାଣନ୍ତୁ …

ରାତି ପାହିଲେ କପେ ଚା’ ନ ପିଇଲେ ଦିନ ଆରମ୍ଭ ହୁଏ ନାହିଁ । ମନ ଭଲ ଲାଗେ ନାହିଁ । ଚା’ର ବାସ୍ନାରେ ହିଁ ସବୁ କାମ ସହଜରେ ହୋଇଥାଏ । ଚା’କେବଳ ରାଜ୍ୟରେ ଲୋକଙ୍କର ପ୍ରିୟ ନୁହେଁ ସାରା ଭାରତରେ ଚା’କୁ ଭଲପାଆନ୍ତି ଲୋକେ । ସେ ଖରା ହେଉ କି ବର୍ଷା କିମ୍ବା ଶୀତ ପ୍ରତ୍ୟେକ ଋତୁରେ ଚା’ ପିଇଥାଆନ୍ତି ଲୋକେ । କିଛି ଲୋକ ଅଛନ୍ତି ଯେଉଁମାନେ ସକାଳୁ ଉଠିବା ମାତ୍ରେ ଚା ପିଇବା ପାଇଁ ଚାହାଁନ୍ତି କିନ୍ତୁ ଆଜିକାଲି ପରିସ୍ଥିତି ଏପରି ଯେ ଛୋଟ ପିଲାମାନେ ମଧ୍ୟ ଚା ପିଇବା ଅଭ୍ୟସ କରିଥାନ୍ତି । ତେବେ ବୟସ୍କମାନଙ୍କ ପରି ପିଲମାନେ ମଧ୍ୟ ଦିନକୁ ଦୁଇରୁ ତିନିଥର ଚା ପିଇଥାନ୍ତି ।

କିନ୍ତୁ ଆପଣ ଜାଣନ୍ତି କି ଚା’ ପିଉଥିବା ଲୋକମାନଙ୍କ ମଧ୍ୟରେ ଭାରତ ଏପର୍ଯ୍ୟନ୍ତ ଏକ ନମ୍ବର ନୁହେଁ । ପ୍ରବଳ ଗରମ ଯୋଗୁଁ ଭାରତର ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଦୁଃଖଦାୟକ । କିନ୍ତୁ ତଥାପି ଚା ପ୍ରେମୀମାନେ ଏତେ ଗରମରେ ମଧ୍ୟ ରାସ୍ତା ମଝିରେ ଚା’ ପିଉଥିବାର ଦେଖିବାକୁ ମିଳିଥାଏ  । ଅନେକ ଲୋକ ବିଶ୍ୱାସ କରନ୍ତି ଯେ, ସମଗ୍ର ବିଶ୍ୱରେ ଅଧିକାଂଶ ଚା ପ୍ରେମୀ କେବଳ ଭାରତରେ ଦେଖିବାକୁ ମିଳେ । ଯଦି ଆପଣ ମଧ୍ୟ ଏପରି ଭାବୁଛନ୍ତି, ତେବେ ଆସନ୍ତୁ ଆପଣଙ୍କୁ କହିବୁ ଯେ ଏପରି ଭାବି ଆପଣ ଭୁଲ୍ କରୁଛନ୍ତି ।

ବିଶ୍ୱରେ ସର୍ବାଧିକ ଚା ’ପିଉଥିବା ତାଲିକାରେ ପ୍ରଥମ ସ୍ଥାନ ଭାରତର ନୁହେଁ । ଏକ ରିପୋର୍ଟ ଅନୁଯାୟୀ ଚା’ ପିଉଥିବା ଲୋକଙ୍କ ମଧ୍ୟରେ ପ୍ରଥମ ସ୍ଥାନ ହେଉଛି ତୁର୍କୀ । ଏଠାରେ ୮୭ ପ୍ରତିଶତ ଲୋକ ପ୍ରତିଦିନ ଚା ’ପିଅନ୍ତି । ଏହା ପରେ ଚା ’ପ୍ରେମୀଙ୍କ ମଧ୍ୟରେ କେନିଆ ଦ୍ୱିତୀୟ ସ୍ଥାନରେ ରହିଛି । ଏଠାରେ ୮୩ ପ୍ରତିଶତ ଲୋକ ଚା ’ପସନ୍ଦ କରନ୍ତି । ସେହିପରି ଚା ପ୍ରେମୀଙ୍କ ମଧ୍ୟରେ ମେରୋକୋ ତୃତୀୟ ସ୍ଥାନରେ ଅଛି, ଏଠାରେ ୭୯ ପ୍ରତିଶତ ଲୋକ ଚା’ ପିଇବାକୁ ପସନ୍ଦ କରନ୍ତି ।

ତେବେ ଏହି ତାଲିକାରେ ଭାରତର ନାମ ଚତୁର୍ଥ ସ୍ଥାନରେ ରହିଛି । ଆମ ଦେଶରେ ଚା ’ବହୁତ ଲୋକପ୍ରିୟ ହୋଇଥିଲେ ମଧ୍ୟ ଦେଶର ୭୦ ପ୍ରତିଶତ ଲୋକ ଚା’ ପିଅନ୍ତି । ଏହି ତାଲିକାରେ ଆୟର୍ଲାଣ୍ଡର ନାମ ପଞ୍ଚମ ସ୍ଥାନରେ ରହିଛି, ଯେଉଁଠାରେ ୬୪ ପ୍ରତିଶତ ଲୋକ ଚା ପିଉଛନ୍ତି ।
ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏହି ଚା’ ବର୍ତ୍ତମାନ ରାତି ପାହିଲେ ଭାରତରେ ପ୍ରତ୍ୟେକ ଘରେ ଘରେ ପିଉଥିବାର ଦେଖିବାକୁ ମିଳୁଛି । ଆମର ମଧ୍ୟ ପସନ୍ଦ ଚା’।

The post ଭାରତରେ ଏହି ସ୍ଥାନ ଚା’ ପିଉଥିବା ଲୋକଙ୍କ ମଧ୍ୟରେ ପ୍ରଥମ ଜାଣନ୍ତୁ … appeared first on KNews Odisha.