ବାଂଲାଦେଶ ହିନ୍ଦୁଙ୍କ ଲାଗି ଶ୍ୱର ଉତ୍ତୋଳନ କଲେ ଓବେସୀ, ଜାଣନ୍ତୁ କ’ଣ ଜବାବ ରଖିଲେ ବିଦେଶ ମନ୍ତ୍ରୀ

ନୂଆଦିଲ୍ଲୀ ୧୫।୧୨: ବାଂଲାଦେଶରେ ଶାସନ ପରିବର୍ତ୍ତନ ପରେ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଛି। ସେଠାରେ ଲଗାତାର ହିନ୍ଦୁ ଓ ସେମାନଙ୍କ ମନ୍ଦିର ଉପରେ ଆକ୍ରମଣ ହେଉଛି। ସେଠାରେ ଜାରି ପରିସ୍ଥିତିର ପ୍ରସଙ୍ଗ ଭାରତର ଲୋକସଭାରେ ଚର୍ଚ୍ଚା ହୋଇଛି। ସଂସଦର ଶୀତକାଳୀନ ଅଧିବେଶନରେ ହାଇଦ୍ରାବାଦ ଲୋକସଭା ସାଂସଦ ଅସଦୁଦ୍ଦିନ ଓବେସୀ ବାଂଲାଦେଶୀ ହିନ୍ଦୁଙ୍କ ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏଆଇଏମଆଇଏମ ନେତା ସଂସଦରେ ସରକାରଙ୍କୁ ବାଂଲାଦେଶର ସଂଖ୍ୟାଲଘୁ ହିନ୍ଦୁ ସମୂଦାୟର ସୁରକ୍ଷା ଲାଗି ସରକାର କଣ ପଦକ୍ଷେପ ନେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଏହା ଉପରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଜବାବ ରଖି ବାଂଲାଦେଶର ପରିସ୍ଥିତିକୁ ଚିନ୍ତାଜନକ ବୋଲି କହିଛନ୍ତି। ସେଠାରେ ସଂଖ୍ୟାଲଘୁଙ୍କ ଉପରେ ଲଗାତାର ଆକ୍ରମଣ ହେଉଛି। ଆମେ ଆଶା କରୁଛୁ ବାଂଲାଦେଶ ଏପରି କୌଣସି ପଦକ୍ଷେପ ନେବ ଯାହା ଦ୍ୱାରା ସେଠାକାର ସଂଖ୍ୟାଲଘୁ ସୁରକ୍ଷିତ ରହିପାରିବେ। ବିଦେଶମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ବାଂଲାଦେଶ ସହିତ ବିକାଶ ପ୍ରକଳ୍ପର ଭଲ ଇତିହାସ ରହିଛି ଏଣୁ ଆମେ ଆଶା କରୁଛୁ ସେଠାରେ ନୂଆ ପ୍ରଶାସନ ଆସିବା ପରେ ପାରସ୍ପରିକ ସମ୍ମାନ ଓ ଲାଭାକାରୀ ସମ୍ପର୍କ ଜାରି ରହିବ। ଓବେସୀ ତାଙ୍କ ପ୍ରଶ୍ନରେ ନେପାଳରେ ଭାରତୀୟ କ୍ଷେତ୍ରକୁ ଦର୍ଶାଉଥିବା କରେନ୍ସୀ ନୋଟର ମୁଦ୍ରଣ, ମ୍ୟାଁମାରରୁ ଭାରତ ଆସୁଥିବା ଔଷଧ, ବାଂଲାଦେଶରେ ହିନ୍ଦୁ ଓ ମନ୍ଦିରଙ୍କ ସୁରକ୍

ବାଂଲାଦେଶ ହିନ୍ଦୁଙ୍କ ଲାଗି ଶ୍ୱର ଉତ୍ତୋଳନ କଲେ ଓବେସୀ, ଜାଣନ୍ତୁ କ’ଣ ଜବାବ ରଖିଲେ ବିଦେଶ ମନ୍ତ୍ରୀ

ନୂଆଦିଲ୍ଲୀ ୧୫।୧୨: ବାଂଲାଦେଶରେ ଶାସନ ପରିବର୍ତ୍ତନ ପରେ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଛି। ସେଠାରେ ଲଗାତାର ହିନ୍ଦୁ ଓ ସେମାନଙ୍କ ମନ୍ଦିର ଉପରେ ଆକ୍ରମଣ ହେଉଛି। ସେଠାରେ ଜାରି ପରିସ୍ଥିତିର ପ୍ରସଙ୍ଗ ଭାରତର ଲୋକସଭାରେ ଚର୍ଚ୍ଚା ହୋଇଛି। ସଂସଦର ଶୀତକାଳୀନ ଅଧିବେଶନରେ ହାଇଦ୍ରାବାଦ ଲୋକସଭା ସାଂସଦ ଅସଦୁଦ୍ଦିନ ଓବେସୀ ବାଂଲାଦେଶୀ ହିନ୍ଦୁଙ୍କ ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। 

ଏଆଇଏମଆଇଏମ ନେତା ସଂସଦରେ ସରକାରଙ୍କୁ ବାଂଲାଦେଶର ସଂଖ୍ୟାଲଘୁ ହିନ୍ଦୁ ସମୂଦାୟର ସୁରକ୍ଷା ଲାଗି ସରକାର କଣ ପଦକ୍ଷେପ ନେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଏହା ଉପରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଜବାବ ରଖି ବାଂଲାଦେଶର ପରିସ୍ଥିତିକୁ ଚିନ୍ତାଜନକ ବୋଲି କହିଛନ୍ତି। ସେଠାରେ ସଂଖ୍ୟାଲଘୁଙ୍କ ଉପରେ ଲଗାତାର ଆକ୍ରମଣ ହେଉଛି। ଆମେ ଆଶା କରୁଛୁ ବାଂଲାଦେଶ ଏପରି କୌଣସି ପଦକ୍ଷେପ ନେବ ଯାହା ଦ୍ୱାରା ସେଠାକାର ସଂଖ୍ୟାଲଘୁ ସୁରକ୍ଷିତ ରହିପାରିବେ। 

ବିଦେଶମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ବାଂଲାଦେଶ ସହିତ ବିକାଶ ପ୍ରକଳ୍ପର ଭଲ ଇତିହାସ ରହିଛି ଏଣୁ ଆମେ ଆଶା କରୁଛୁ ସେଠାରେ ନୂଆ ପ୍ରଶାସନ ଆସିବା ପରେ ପାରସ୍ପରିକ ସମ୍ମାନ ଓ ଲାଭାକାରୀ ସମ୍ପର୍କ ଜାରି ରହିବ। ଓବେସୀ ତାଙ୍କ ପ୍ରଶ୍ନରେ ନେପାଳରେ ଭାରତୀୟ କ୍ଷେତ୍ରକୁ ଦର୍ଶାଉଥିବା କରେନ୍ସୀ ନୋଟର ମୁଦ୍ରଣ, ମ୍ୟାଁମାରରୁ ଭାରତ ଆସୁଥିବା ଔଷଧ, ବାଂଲାଦେଶରେ ହିନ୍ଦୁ ଓ ମନ୍ଦିରଙ୍କ ସୁରକ୍ଷା ଓ ପାୱାରଲୁମରେ ବାଂଲାଦେଶ ଦ୍ୱାରା କପଡା ଡମ୍ପ କରାଯିବାର ପ୍ରଭାବ ସମ୍ପର୍କରେ ସରକାରଙ୍କୁ ଜବାବ ମାଗିଥିଲେ। 

ତେବେ ନେପାଳ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ବିଦେଶ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ ନିଜର ସୀମାକୁ ନେଇ ଭାରତର ସ୍ଥିତି ପୁରାସ୍ପଷ୍ଟ। ହେଲେ ଆମ ପଡୋଶୀମାନେ ଆଶା କରୁଛନ୍ତି ଭାରତ କିଛି କରି ନିଜର ନୀତି ବଦଳେଇ ଦେବ ତେବେ ସେମାନେ ବୁଝିନେବା ଉଚିତଯେ ଏପରି ହେବ ନାହିଁ। ସେହିପରି ମ୍ୟାଁମାର ସମ୍ପର୍କରେ ବିଦେଶମନ୍ତ୍ରୀ କହିଛନ୍ତି ଯେ ସେଠାରେ ଅଶାନ୍ତ ସ୍ଥିତି ଯୋଗୁ ସେମାନଙ୍କ ସହ ଖୋଲା ବ୍ୟବସ୍ଥା ନୀତି କୁ ସମୀକ୍ଷା କରିବାକୁ ପଡୁଛି। 

ସେହିପରି ପାକିସ୍ତାନ ସମ୍ପର୍କିତ ପ୍ରଶ୍ନର ଜବାବରେ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ପାକିସ୍ତାନ ସହିତ ଭାରତ ଆତଙ୍କବାଦ ମୁକ୍ତ ସମ୍ପର୍କ ଚହୁଁଛି। ଏଣୁ ବଲ ଏବେ ଇସ୍ଲାମାବାଦ ପଟେ ରହିଛି। ସେ କହିଛନ୍ତି ଯେ ଆମେ ଶାନ୍ତି ଚାହୁଁଛେ, ଆମେ ପାକିସ୍ତାନ ସହିତ ମଧ୍ୟ ଭଲ ସମ୍ପର୍କ ଚହୁଁଛେ, କିନ୍ତୁ ଆମେ ଆତଙ୍କବାଦ ମୁକ୍ତ ସମ୍ପର୍କ ଚହୁଁଛେ। ଏବେ ପାକିସ୍ତାନୀ ପକ୍ଷଙ୍କୁ ଏହା ଦେଖିବା ଦରକାର ସେମାନେ ଅତୀତର ବ୍ୟବହାରକୁ ବଦଳେଇଛନ୍ତି କି ନାହିଁ। ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଦୁଇ ଦେଶଙ୍କ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ୨୦୧୯ରେ ପାକିସ୍ତାନ ସରକାରଙ୍କ ଯୋଗୁ ଭାଙ୍ଗିଥିଲା ।