ସେନ୍‌ସେକ୍ସ ୮୬,୦୦୦ ଅଙ୍କର ନିକଟବର୍ତ୍ତୀ

ମୁମ୍ବାଇ,୨୭।୯: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ଓ ଦରବୃଦ୍ଧି ସମସ୍ୟା ମଧ୍ୟରେ ଭାରତୀୟ ଷ୍ଟକ୍‌ ମାର୍କେଟ ବେଞ୍ଚମାର୍କ (ଇକ୍ୟୁଟି ବଜାର)ର କାରବାର ବେଶ୍‌ ଉତ୍ସାହଜନକ ରହିଛି। ଏପରିକି ପୁଞ୍ଜିବଜାରର ନିବେଶକମାନେ ଦିନକରେ ପ୍ରାୟ ୨ଲକ୍ଷ କୋଟି ଟଙ୍କାର ନିବେଶ ଯୋଗକରିଛନ୍ତି। ପୂର୍ବ ଦିନର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୪୭୫ ଲକ୍ଷ କୋଟି ଟଙ୍କା ଥିଲାବେଳେ ଗୁରୁବାରର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜିିର ପରିମାଣ ପ୍ରାୟ ୪୭୭ ଲକ୍ଷ କୋଟିରେ ପହଞ୍ଚତ୍ଛି। ସେହିଭଳି ଚଳିତ ସପ୍ତାହର ୪ର୍ଥ […] The post ସେନ୍‌ସେକ୍ସ ୮୬,୦୦୦ ଅଙ୍କର ନିକଟବର୍ତ୍ତୀ appeared first on Dharitri Odia News.

ସେନ୍‌ସେକ୍ସ ୮୬,୦୦୦ ଅଙ୍କର ନିକଟବର୍ତ୍ତୀ

ମୁମ୍ବାଇ,୨୭।୯: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ଓ ଦରବୃଦ୍ଧି ସମସ୍ୟା ମଧ୍ୟରେ ଭାରତୀୟ ଷ୍ଟକ୍‌ ମାର୍କେଟ ବେଞ୍ଚମାର୍କ (ଇକ୍ୟୁଟି ବଜାର)ର କାରବାର ବେଶ୍‌ ଉତ୍ସାହଜନକ ରହିଛି। ଏପରିକି ପୁଞ୍ଜିବଜାରର ନିବେଶକମାନେ ଦିନକରେ ପ୍ରାୟ ୨ଲକ୍ଷ କୋଟି ଟଙ୍କାର ନିବେଶ ଯୋଗକରିଛନ୍ତି। ପୂର୍ବ ଦିନର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୪୭୫ ଲକ୍ଷ କୋଟି ଟଙ୍କା ଥିଲାବେଳେ ଗୁରୁବାରର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜିିର ପରିମାଣ ପ୍ରାୟ ୪୭୭ ଲକ୍ଷ କୋଟିରେ ପହଞ୍ଚତ୍ଛି।
ସେହିଭଳି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସରେ ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର କାରବାର ନିବେଶକଙ୍କ ଉତ୍ସାହ ବୃଦ୍ଧି କରିଛି। ଏପରିକି ୩୦ ଶେୟାର ବିଶିଷ୍ଠ ବିଏସ୍‌ଇ ସେନ୍‌ସେକ୍ସର କାରବାର ଗୁରୁବାର ସର୍ବକାଳୀନ ଉଚ୍ଚ ୮୬,୦୦୦ ଅଙ୍କ (୮୫,୯୩୦.୪୩ ଅଙ୍କ) ର ନିକଟବର୍ତ୍ତୀ ହୋଇଥିଲା।
ଉଲ୍ଲେଖଯୋଗ୍ୟ, ଘରୋଇ ଶେୟାର ବଜାର କାରବାର ପ୍ରାରମ୍ଭରେ ଉଭୟ ସେନ୍‌ସେକ୍ସ ଓ ନିଫ୍ଟି ସବୁଜସ୍ତରୁ ଆରମ୍ଭ ହୋଇ ସେହି ସବୁଜ ସ୍ତରରେ ଶେଷ ହୋଇଥିଲା। ସେହିଭଳି ସେନ୍‌ସେକ୍ସ କାରବାର ପ୍ରାରମ୍ଭରେ ୮୫, ୯୩୦.୪୩ ଅଙ୍କରେ ପହଞ୍ଚତ୍ୟାଇଥିଲାବେଳେ କାରବାର ଶେଷ ବେଳକୁ ୦.୭୮% ପଏଣ୍ଟ ବୃଦ୍ଧି ସହ ୮୫,୮୩୬.୧୨ ଅଙ୍କରେ ରହିଥିଲା। ଏପରିକି ବିଏସ୍‌ଇ ମଡ୍‌କ୍ୟାପର କାରବାର ୦.୬% ଏବଂ ସ୍ମଲକ୍ୟାପର କାରବାର ୦.୪% ବୃଦ୍ଧି ଘଟିଛି। ସେହିପରି ନିଫ୍ଟିର କାରବାର ପ୍ରାରମ୍ଭରେ ବୃଦ୍ଧି ଘଟି ୨୬,୨୫୦.୯୦ ଅଙ୍କରେ ପହଞ୍ଚତ୍ୟାଇଥିଲାବେଳେ କାର୍ଯ୍ୟ ଦିବସର ଶେଷ ସୁଦ୍ଧା ୦.୮୧% ବଢ଼ି ୨୬,୨୬.୦୫ ଅଙ୍କରେ କାରବାର ବନ୍ଦ କରିଥିଲା। ଏପରିକି ନିଫ୍ଟି ମିଡକ୍ୟାପ ୦.୦୧% ବଢି ୬୦,୪୬୯.୧୫ ଅଙ୍କରେ ରହିଥିଲାବେଳେ ସ୍ମଲକ୍ୟାପର କାରବାର ୦.୪୮% ହ୍ରାସ ଘଟି ୯୨୫୧.୦୫ ଅଙ୍କରେ କାରବାର ବନ୍ଦ କରିଥିଲା। ଅପରପକ୍ଷରେ ନିଫ୍ଟି ବ୍ୟାଙ୍କ ୨୭୪ (୨୭୩.୭୦) ପଏଣ୍ଟ ବୃଦ୍ଧି ଘଟି ୫୪,୩୭୫.୩୫ ଅଙ୍କରେ ରହିଛି।
ଉଲ୍ଲେଖଯୋଗ୍ୟ, ସେକ୍ଟରାଲ କାରବାରରେ ଅଟୋ,ମେଟାଲ ଶିଳ୍ପର ନିବେଶକ ପ୍ରାୟ ୨% ନିବେଶ ବୃଦ୍ଧି କରିଥିଲାବେଳେ ଏଫ୍‌ଏମ୍‌ସିଜି ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଶେୟାର ୧%ର ନିବେଶ ବୃଦ୍ଧି କରିଛନ୍ତି।

The post ସେନ୍‌ସେକ୍ସ ୮୬,୦୦୦ ଅଙ୍କର ନିକଟବର୍ତ୍ତୀ appeared first on Dharitri Odia News.