୯/୧୧କୁ ୨୩ ବର୍ଷ: ହାତ ମିଳାଇଲେ ଟ୍ରମ୍ପ୍, ହାରିସ୍
ଓ୍ବାଶିଂଟନ୍,୧୨ା୯: ୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକାସ୍ଥିତ ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ)କୁ ଅଲ୍-କାଏଦା ଆତଙ୍କବାଦୀମାନେ ଟାର୍ଗେଟ କରିଥିଲେ। ପୂର୍ବ ଉପକୂଳରୁ କାଲିଫର୍ନିଆ ଅଭିମୁଖେ ଯାତ୍ରା କରୁଥିବା ୪ କମର୍ସିଆଲ ଫ୍ଲାଇଟ୍କୁ ହାଇଜାକ୍ କରି ଆମତ୍ଘାତୀ ଆକ୍ରମଣ କରିଥିଲେ। ଏଥିରେ ପ୍ରାୟ ୩,୦୦୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୫,୦୦୦ ଆହତ ହୋଇଥିଲେ। ୯/୧୧ ଆକ୍ରମଣକୁ ବୁଧବାର ୨୩ ବର୍ଷ ପୂରିବା ଅବସରରେ ଆମେରିକାର ବିଭିନ୍ନ ସ୍ଥାନରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ନ୍ୟୁୟର୍କରେ ମେମୋରିଆଲ ସେରେମନି ପାଳନ ବେଳେ ରାଷ୍ଟ୍ରପତି […] The post ୯/୧୧କୁ ୨୩ ବର୍ଷ: ହାତ ମିଳାଇଲେ ଟ୍ରମ୍ପ୍, ହାରିସ୍ appeared first on Dharitri Odia News.
ଓ୍ବାଶିଂଟନ୍,୧୨ା୯: ୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକାସ୍ଥିତ ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ)କୁ ଅଲ୍-କାଏଦା ଆତଙ୍କବାଦୀମାନେ ଟାର୍ଗେଟ କରିଥିଲେ। ପୂର୍ବ ଉପକୂଳରୁ କାଲିଫର୍ନିଆ ଅଭିମୁଖେ ଯାତ୍ରା କରୁଥିବା ୪ କମର୍ସିଆଲ ଫ୍ଲାଇଟ୍କୁ ହାଇଜାକ୍ କରି ଆମତ୍ଘାତୀ ଆକ୍ରମଣ କରିଥିଲେ। ଏଥିରେ ପ୍ରାୟ ୩,୦୦୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୫,୦୦୦ ଆହତ ହୋଇଥିଲେ। ୯/୧୧ ଆକ୍ରମଣକୁ ବୁଧବାର ୨୩ ବର୍ଷ ପୂରିବା ଅବସରରେ ଆମେରିକାର ବିଭିନ୍ନ ସ୍ଥାନରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ନ୍ୟୁୟର୍କରେ ମେମୋରିଆଲ ସେରେମନି ପାଳନ ବେଳେ ରାଷ୍ଟ୍ରପତି ଜୋ ବାଇଡେନ୍, ଉପରାଷ୍ଟ୍ରପତି କମଲା ହାରିସ୍ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଯୋଗଦେଇଥିଲେ। ଏହି ଅବସରରେ ରିପବ୍ଲିକାନ୍ ପ୍ରାର୍ଥୀ ଟ୍ରମ୍ପ୍ ଡେମୋକ୍ରାଟିକ୍ ନୋମିନି ହାରିସ୍ଙ୍କ ସହ ହାତ ମିଳାଇଛନ୍ତି। ପ୍ରଥମେ ଟ୍ରମ୍ପ୍ ହାରିସ୍ଙ୍କ ଆଡ଼କୁ ହାତ ବଢ଼ାଇଥିଲେ। ପରେ ହାରିସ୍ ସ୍ମିତହାସ୍ୟ ସହ ତାଙ୍କ ସହିତ କରମର୍ଦ୍ଦନ କରିଥିଲେ।
The post ୯/୧୧କୁ ୨୩ ବର୍ଷ: ହାତ ମିଳାଇଲେ ଟ୍ରମ୍ପ୍, ହାରିସ୍ appeared first on Dharitri Odia News.