କର୍ନାଟକରୁ ୪୫.୬୭ କୋଟି ଟଙ୍କା ଜବତ
ବେଙ୍ଗାଲୁରୁ,୧୧ା୪: ଲୋକ ସଭା ନିର୍ବାଚନ ଲାଗି ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ କର୍ନାଟକରୁ ନଗଦ ୪୫.୬୭ କୋଟି ଟଙ୍କା ଏବଂ ୧୪୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମଦ ଜବତ ହୋଇଥିବା ନିର୍ବାଚନ କମିଶନ (ଇସି) ଗୁରୁବାର ସୂଚନା ଦେଇଛନ୍ତି। ଏନେଇ ମାର୍ଚ୍ଚ ୧୬ରୁ ଇତିମଧ୍ୟରେ ୧,୫୪୪ ଏତଲା ଦାଏର ହେଲାଣି। ବର୍ତ୍ତମାନ ସୁଦ୍ଧା ନଗଦ ଅର୍ଥ ଓ ମଦକୁ ମିଶାଇ ଜବତ ପରିମାଣ ୨୯୨.୭୨ କୋଟିରେ ପହଞ୍ଚିଛି। କର୍ନାଟକରେ ଏପ୍ରିଲ ୨୬ ଏବଂ […] The post କର୍ନାଟକରୁ ୪୫.୬୭ କୋଟି ଟଙ୍କା ଜବତ appeared first on Dharitri Odia News.
ବେଙ୍ଗାଲୁରୁ,୧୧ା୪: ଲୋକ ସଭା ନିର୍ବାଚନ ଲାଗି ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ କର୍ନାଟକରୁ ନଗଦ ୪୫.୬୭ କୋଟି ଟଙ୍କା ଏବଂ ୧୪୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମଦ ଜବତ ହୋଇଥିବା ନିର୍ବାଚନ କମିଶନ (ଇସି) ଗୁରୁବାର ସୂଚନା ଦେଇଛନ୍ତି।
ଏନେଇ ମାର୍ଚ୍ଚ ୧୬ରୁ ଇତିମଧ୍ୟରେ ୧,୫୪୪ ଏତଲା ଦାଏର ହେଲାଣି। ବର୍ତ୍ତମାନ ସୁଦ୍ଧା ନଗଦ ଅର୍ଥ ଓ ମଦକୁ ମିଶାଇ ଜବତ ପରିମାଣ ୨୯୨.୭୨ କୋଟିରେ ପହଞ୍ଚିଛି। କର୍ନାଟକରେ ଏପ୍ରିଲ ୨୬ ଏବଂ ମେ’ ୭ରେ ନିର୍ବାଚନ ଅନୁଷ୍ଠିତ ହେବ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଫିସରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତି ଅନୁଯାୟୀ, ଫ୍ଲାଇଂ ସ୍କ୍ବାଡ୍, ପର୍ଯ୍ୟବେକ୍ଷକ ଟିମ୍ ଏବଂ ପୋଲିସ କର୍ତ୍ତୃପକ୍ଷ ବିଭିନ୍ନ ସ୍ଥାନରୁ ୪୫.୬୭ କୋଟି ଟଙ୍କା, ୧୪୬ କୋଟି ଟଙ୍କାର ମଦ ମୋତଲ, ୯.୭୦ କୋଟିର ନିଶାଦ୍ରବ୍ୟ, ୧୦.୮୧ କୋଟି ଟଙ୍କାର ସୁନା ଏବଂ ୭.୭୩ କୋଟି ଟଙ୍କାର ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ଏହିସବୁ ସାମଗ୍ରୀ ବଣ୍ଟାଯାଇଥାନ୍ତା।
The post କର୍ନାଟକରୁ ୪୫.୬୭ କୋଟି ଟଙ୍କା ଜବତ appeared first on Dharitri Odia News.