ବନ ବିଭାଗର ଚଢ଼ାଉ: ୨ ହାତୀଦାନ୍ତ ଜବତ, ୧୧ ଗିରଫ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ବଡ଼ଗାଁରେ ବନ ବିଭାଗ ପକ୍ଷରୁ ଚଢାଉ। ଏହି ଚଢାଉରେ ତିନି କେଜି ଓଜନର ୨ଟି ହାତୀ ଦାନ୍ତ ଜବତ ହୋଇଛି। ହାତୀଦାନ୍ତର ଚୋରା କାରବାର କରୁଥିବା ଅଭିଯୋଗରେ ୧୧ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ଦୁଇଟି ହାତୀଦାନ୍ତ ସହିତ ଦୁଇଟି ବାଇକ ଓ ୧୧ ଟି ମୋବାଇଲ ଫୋନ ଜବତ ହୋଇଛି। ଏ ନେଇ ରାଉରକେଲା ଡିଏଫଓ ଯଶୋବନ୍ତ ସେଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।