ରାଶିଫଳ: ବୁଧବାର, ଏପ୍ରିଲ୍‍ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ମନରେ ଭୟ ସୃଷ୍ଟି ହେବା ସହ ଆଶଙ୍କା କରି ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ କାମଗୁଡ଼ିକ ସମାପନ ହେବାର ଆଶା କରାଯାଇପାରେ । ଦ୍ୱିଜା ନକ୍ଷତ୍ର ଦୂରଯାତ୍ରା କରିପାରନ୍ତି ଓ ବ୍ୟବସାୟିକ ଦିଗଟି ଆଶାନୁଯାୟୀ ସଫଳତା ମିଳିବ। ସବୁ ସୁବିଧା ଥିଲେ ମଧ୍ୟ ବିଚଳିତ ରହିବା କାରଣରୁ ଅଶାନ୍ତି ଅନୁଭବ କରିବେ। ବୃଷ ଆଜି ରୋହିଣୀ ନକ୍ଷତ୍ର ଖୁସୀ ମନରେ କାମ କରିବାରେ ଶୁକ୍ର ସହାୟକ ହେବେ। […] The post ରାଶିଫଳ: ବୁଧବାର, ଏପ୍ରିଲ୍‍ ୨୩ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ବୁଧବାର, ଏପ୍ରିଲ୍‍ ୨୩ ତାରିଖ – Daily Horoscope
ମେଷ
ଆଜି ଅଧିକାଂଶ କ୍ଷେତ୍ରରେ ମନରେ ଭୟ ସୃଷ୍ଟି ହେବା ସହ ଆଶଙ୍କା କରି ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ କାମଗୁଡ଼ିକ ସମାପନ ହେବାର ଆଶା କରାଯାଇପାରେ । ଦ୍ୱିଜା ନକ୍ଷତ୍ର ଦୂରଯାତ୍ରା କରିପାରନ୍ତି ଓ ବ୍ୟବସାୟିକ ଦିଗଟି ଆଶାନୁଯାୟୀ ସଫଳତା ମିଳିବ। ସବୁ ସୁବିଧା ଥିଲେ ମଧ୍ୟ ବିଚଳିତ ରହିବା କାରଣରୁ ଅଶାନ୍ତି ଅନୁଭବ କରିବେ।
ବୃଷ
ବୃଷ
ଆଜି ରୋହିଣୀ ନକ୍ଷତ୍ର ଖୁସୀ ମନରେ କାମ କରିବାରେ ଶୁକ୍ର ସହାୟକ ହେବେ। ସାହିତ୍ୟ, ସଙ୍ଗୀତ, ଆନୁଷ୍ଠାନିକ କାମ ଓ ପ୍ରବଚନାଦିରେ ସମ୍ମାନିତ ହେବାର ସୌଭାଗ୍ୟ ଅର୍ଜନ କରିବେ। ପାରିବାରିକ କ୍ଷେତ୍ରରେ ସେପରି କିଛି ବିଶେଷ ଅସୁବିଧା ହେବନାହିଁ। ପରିବାର ଓ ଆତ୍ମୀୟ ସ୍ବଜନଙ୍କ ସହିତ ଆଳାପ ଆଲୋଚନାର ସୁଯୋଗ ଲାଭ କରିବେ।
ମିଥୁନ
ମିଥୁନ
ପ୍ରତ୍ୟେକ କ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କାମ ହାସଲରେ ସମର୍ଥ ହେବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରି ଯିବାରୁ ଏକ ପ୍ରକାର ହାଲୁକା ଅନୁଭବ କରିପାରନ୍ତି। ଆର୍ଦ୍ରା ନକ୍ଷତ୍ର ବନ୍ଧୁଙ୍କ ସାହାଯ୍ୟ ଲାଭ କରି ଅଭିଳାଷ ପୂରଣ କରିପାରିବେ। ପାରିବାରିକ ସମସ୍ୟାର ସରଳ ସମାଧାନ ହେବାରେ ନିକଟ ସମ୍ପର୍କୀୟମାନଙ୍କ ଅବଦାନ ରହିବ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ମାନସିକ ଚାପ ବଢ଼ିବା ସଙ୍ଗକୁ ଶାରୀରିକ ଅସୁସ୍ଥତା ହେତୁ ବ୍ୟସ୍ତତା ବଢ଼ିବ। ପୁନର୍ବସୁ ନକ୍ଷତ୍ର ସକାଶେ ସହକର୍ମୀଙ୍କ ସୌହାର୍ଦ୍ଦ୍ୟ ସାହାଯ୍ୟ କରିବ। ବାଣିଜ୍ୟ ଓ ପ୍ରଶାସନ, ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ତରବରିଆ ପଦକ୍ଷେପ ନେଲେ ବେଶି ହଇରାଣ ହେବେ।
ସି˚ହ
ସି˚ହ
ସ୍ବାସ୍ଥ୍ୟ ସମସ୍ୟା ଦୂରେଇଯିବ ଏବଂ ବନ୍ଧୁବର୍ଗ ଓ ସମ୍ପର୍କୀୟଙ୍କ ସହଯୋଗ ପାଇବେ। ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାରେ ବିଳମ୍ବ ଘଟିପାରେ। ଶିଳ୍ପ, ବ୍ୟବସାୟରେ ପରୋକ୍ଷ ଶତ୍ରୁତା ଓ ପ୍ରତିବନ୍ଧକ ଯୋଗୁ ଟେନ୍ସନ ଲାଗି ରହିବ। ଆମତ୍ୀୟଙ୍କ ସହୃଦୟତାରୁ ପୂର୍ବାଫାଲଗୁନୀର ପାରିବାରିକ ଉନ୍ନତି ଖୁସି ଆଣିଦେବ।
କନ୍ୟା
ଆଜି ହସ୍ତା ନକ୍ଷତ୍ର ପାରିବାରିକ ଜୀବନରେ ମତାନ୍ତରଜନିତ ବିଶୃଙ୍ଖଳିତ ସ୍ଥିତି ଉପୁଜିପାରେ। ବନ୍ଧୁ ଗହଣରେ ଯଥାସମ୍ଭବ କମ୍‌ କଥାବାର୍ତ୍ତା କଲେ କଳହରୁ ଦୂରେଇ ରହିପାରିବେ। ସାମାଜିକ ସ୍ତରରେ ଖଳଲୋକଙ୍କ ମିଥ୍ୟାଭିଯୋଗ ମନକୁ ଭାରାକ୍ରାନ୍ତ କରିବ। ନୂତନ କର୍ମସଂସ୍ଥାନ ପାଇଁ ମନ ବଳାଇବେ।
ତୁଳା
ତୁଳା
ଆର୍ଥିକ ସ୍ଥିତି ଭଲ ରହିଲେ ମଧ୍ୟ କାମ ଗଡ୍‌ବଡ୍‌ ହେବାରୁ ଅସ୍ଥିରତା ଦେଖାଦେବ। ଚିତ୍ରା ନକ୍ଷତ୍ର ଯେମିତି କଲେ ମଧ୍ୟ ପରିବାରରେ ସମାଲୋଚନାର ପାତ୍ର ହେବେ। କୌଣସି କଥା ନ ବୁଝି ବନ୍ଧୁ କ୍ରୋଧ ପ୍ରକାଶ କରିପାରନ୍ତି। ଶୁକ୍ରଙ୍କ ଶୁଭ ସଂସ୍ଥାନ ହେତୁ କଳା, ସାହିତ୍ୟ, ସାମ୍ବାଦିକତା, ରାଜନୀତି, ପ୍ରଶାସନ ପାଇଁ ଭଲ।
ବିଛା
ବିଛା
ଅନୁରାଧା ନକ୍ଷତ୍ର କୌଣସି କ୍ଷେତ୍ରରେ ମଧ୍ୟ ଧୈର୍ଯ୍ୟ ହରାଇବାର ପରିସ୍ଥିତି ସୃଷ୍ଟି ହେବ ନାହିଁ। ସ୍ଥଗିତ ଥିବା ଅର୍ଥ ଓ ସମ୍ମାନ ପାଇବା ସହ ପ୍ରଶାସନିକ ସଫଳତା ମିଳିବ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ଆନୁଷ୍ଠାନିକ କ୍ଷେତ୍ର, ରାଜନୀତି, ପ୍ରଶାସନ ତଥା ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ।
ଧନୁ
ଧନୁ
ପୂର୍ବାଷାଢ଼ା ନକ୍ଷତ୍ରର ପାରିବାରିକ ଜୀବନ, ଲୋକ ସମ୍ପର୍କ, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଓ ବନ୍ଧୁମିଳନ ଜନିତ ଆନନ୍ଦ ପ୍ରଦାନ କରିବ। ଛୋଟ ଦୋକାନୀ, ହୋଟେଲ କ୍ଷେତ୍ରରୁ ଲାଭବାନ ହେବେ। ସଭାସମିତି, ପରିବହନ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ର ଉନ୍ନତ ରହିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ହିତୈଷୀଙ୍କ ସହ ଆଲୋଚନା କରିବା ଭଲ ହେବ।
ମକର
ମକର
ବାହାର ଦୁନିଆରେ ଲୋକପ୍ରିୟତା ଶୀର୍ଷରେ ରହିଥିବା ସମୟରେ ପାରିବାରିକ କ୍ଷେତ୍ରରେ ଓଲଟା ପ୍ରତିଛବି ଦେଖିବାକୁ ପାଇବେ। ଧନିଷ୍ଠା ନକ୍ଷତ୍ରର ଆର୍ଥିକ ଦୁଃସ୍ଥିତି ମାନସିକ ସ୍ତରକୁ ସଂକୁଚିତ କରିବ। ଅବହେଳାଜନିତ ସବୁ କାମରେ ପଛୁଆ ହେତୁ ନିଜକୁ ଅପାରଗ ମନେ କରିପାରନ୍ତି। ଯେତେ ପାଇଲେ ମଧ୍ୟ ମନରେ ସନ୍ତୋଷ ଆସିବ ନାହିଁ।
କୁମ୍ଭ
କୁମ୍ଭ
ବିଭିନ୍ନ ବିବାଦୀୟ ବିଷୟ ଅନୁଶୀଳନ କରି ମନ ଭାରାକ୍ରାନ୍ତ ରହିବ। ସବୁ ସମୟରେ ମିଶୁଥିବା ବ୍ୟକ୍ତିଙ୍କ କାର୍ଯ୍ୟକଳାପକୁ ସନ୍ଦେହଜନକ ଦୃଷ୍ଟିରେ ଦେଖି ପାରନ୍ତି। ପ୍ରଶାସନିକ କ୍ଷେତ୍ର, ଆଇନଅଦାଲତ ଓ ଆନୁଷ୍ଠାନିକ କାମରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଶତଭିଷା ନକ୍ଷତ୍ର କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ଆନୁଷଙ୍ଗିକ ସାହାଯ୍ୟ ପାଇବେ।
ମୀନମୀନ

କେତେକ ଅସମାହିତ କାମକୁ ସମ୍ପନ୍ନ କରିବାରେ କୂଟନୀତି ପ୍ରୟୋଗ କରିବାକୁ ପଡ଼ିପାରେ। ରେବତୀ ନକ୍ଷତ୍ରର ବିଳାସବ୍ୟସନ ଦିଗକୁ ମନ ଢଳିବ କିନ୍ତୁ ସମସ୍ୟା ବିଜଡିତ ରହିବେ। ଶିଳ୍ପ, ବାଣିଜ୍ୟ, ରାଜନୀତି, ଓ ଆଲୋଚନା କ୍ଷେତ୍ରରେ ସଫଳତା ହାସଲ କରିବେ। ଅନ୍ୟମାନଙ୍କ ଭଲ ସକାଶେ ନିଜକୁ ଉତ୍ତରଦାୟୀ ହେବାକୁ ପଡ଼ିପାରେ।

The post ରାଶିଫଳ: ବୁଧବାର, ଏପ୍ରିଲ୍‍ ୨୩ ତାରିଖ – Daily Horoscope appeared first on Dharitri Odia News.