ୟୁନୁସ ସରକାରଙ୍କୁ ବଡ଼ ଝଟ୍କା : ବାଂଲାଦେଶକୁ ଆର୍ଥିକ ସହାୟତା ବନ୍ଦ କଲା ଆମେରିକା
ଆମେରିକାର ରାଷ୍ଟ୍ରପତି ଭାବେ କ୍ଷମତା ଗ୍ରହଣ କରିବା ପରେ ଟ୍ରମ୍ପ ସରକାର ଗୋଟିଏ ପରେ ଗୋଟିଏ ଅନେକ ବଡ଼ ଏବଂ କଠୋର ନିଷ୍ପତ୍ତି ନେଉଛନ୍ତି । ଏହାରି ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପ ବାଂଲାଦେଶ ୟୁନୁସ ସରକାରଙ୍କୁ ଏକ ବଡ଼ ଝଟ୍କା ଦେଇଛନ୍ତି । ବାଂଲାଦେଶକୁ ଆମେରିକା ଯୋଗାଉଥିବା ସମସ୍ତ ପ୍ରକାର ସହାୟତାକୁ ବନ୍ଦ କରିବାକୁ ଯାଉଛି । ଟ୍ରମ୍ପ୍ ସରକାର ରବିବାର ଦିନ ଏନେଇ ନିଷ୍ପତ୍ତି ନେଇଛନ୍ତି । ଏନେଇ ୟୁନାଇଟେଡ୍ ଷ୍ଟେଟ୍ସ ଏଜେନ୍ସି ଫର ଇଣ୍ଟରନ୍ୟାସନାଲ […] The post ୟୁନୁସ ସରକାରଙ୍କୁ ବଡ଼ ଝଟ୍କା : ବାଂଲାଦେଶକୁ ଆର୍ଥିକ ସହାୟତା ବନ୍ଦ କଲା ଆମେରିକା appeared first on KNews Odisha.

ଆମେରିକାର ରାଷ୍ଟ୍ରପତି ଭାବେ କ୍ଷମତା ଗ୍ରହଣ କରିବା ପରେ ଟ୍ରମ୍ପ ସରକାର ଗୋଟିଏ ପରେ ଗୋଟିଏ ଅନେକ ବଡ଼ ଏବଂ କଠୋର ନିଷ୍ପତ୍ତି ନେଉଛନ୍ତି । ଏହାରି ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପ ବାଂଲାଦେଶ ୟୁନୁସ ସରକାରଙ୍କୁ ଏକ ବଡ଼ ଝଟ୍କା ଦେଇଛନ୍ତି । ବାଂଲାଦେଶକୁ ଆମେରିକା ଯୋଗାଉଥିବା ସମସ୍ତ ପ୍ରକାର ସହାୟତାକୁ ବନ୍ଦ କରିବାକୁ ଯାଉଛି । ଟ୍ରମ୍ପ୍ ସରକାର ରବିବାର ଦିନ ଏନେଇ ନିଷ୍ପତ୍ତି ନେଇଛନ୍ତି । ଏନେଇ ୟୁନାଇଟେଡ୍ ଷ୍ଟେଟ୍ସ ଏଜେନ୍ସି ଫର ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ (ୟୁଏସ୍ଏଆଇଡି) ଏକ ନିର୍ଦ୍ଦେଶାବଳୀ ଜାରି କରିଛି ।
ଏହି ବିଷୟରେ ୟୁଏସ୍ଏଆଇଡି ଦ୍ୱାରା ଏକ ଚିଠି ମଧ୍ୟ ଜାରି କରାଯାଇଛି । ଏହି ଚିଠିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟନିବାର୍ହୀ ଆଦେଶକୁ ଦର୍ଶାଇ କୁହାଯାଇଛି ଯେ, ୟୁଏସ୍ଏଆଇଡି ଏବଂ ବାଂଲାଦେଶ ଚୁକ୍ତିନାମା ଅନୁଯାୟୀ ପ୍ରଦାନ କରାଯାଇଥିବା କୌଣସି ସବ୍ସିଡି, ସହଯୋଗୀ ଚୁକ୍ତିନାମା କିମ୍ବା ଅନ୍ୟାନ୍ୟ ସହାୟତାକୁ ତୁରନ୍ତ ସ୍ଥଗିତ ରଖିବାକୁ ସମସ୍ତ ୟୁଏସ୍ଏଆଇଡି ସହଭାଗୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆମେରିକାର ଏହି ପଦକ୍ଷେପ ବାଂଲାଦେଶ ପାଇଁ ବଡ଼ ଝଟ୍କା ହେବ ବୋଲି କୁହାଯାଇଛି ।
ସୂଚନାଯୋଗ୍ୟ, ବାଂଲାଦେଶ ଅର୍ଥବ୍ୟବସ୍ଥାରେ ଆମେରିକାର ନିବେଶ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆମେରିକୀୟ କମ୍ପାନୀଗୁଡ଼ିକ ବାଂଲାଦେଶର ବୟନ ଶିଳ୍ପ, ଶକ୍ତି, କୃଷି ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପ୍ରମୁଖ ନିବେଶକ ରହିବା ସହ କପଡ଼ା ଉଦ୍ୟୋଗରେ ମଧ୍ୟ ବଡ଼ ପରିମାଣରେ ନିବେଶ କରିଛନ୍ତି । ଯାହାଦ୍ୱାରା ବାଂଲାଦେଶର ଲକ୍ଷାଧିକ ଲୋକଙ୍କୁ ନିଯୁକ୍ତି ମିଳିଛି । ହେଲେ ବାଂଲାଦେଶରେ ଶେଖ ହସିନାଙ୍କ ସରକାର ପରିବର୍ତ୍ତନ ହେବା ପରେ ଦେଶର ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡ଼ିବା ସହିତ ବେକାରୀ ସମସ୍ୟା ମଧ୍ୟ ବୃଦ୍ଧି ପାଇଛି । ତେବେ ଏପରି ପରିସ୍ଥିତିରେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ବାଂଲାଦେଶକୁ ପାକିସ୍ତାନ ଭଳି ଦୁର୍ବଳ ଆର୍ଥିକ ଅବସ୍ଥାରେ ଛନ୍ଦି ଦେବ ବୋଲି ଅନୁମାନ କରାଯାଉଛି ।
ଏହାପୂର୍ବରୁ ଟ୍ରମ୍ପ ପ୍ରଶାସନ ଗତ ଶୁକ୍ରବାର ଠାରୁ ଇସ୍ରାଏଲ, ଇଜିପ୍ଟ ଏବଂ ଖାଦ୍ୟ କାର୍ଯ୍ୟକ୍ରମ ବ୍ୟତୀତ ବିଦେଶୀ ଦେଶକୁ ସମସ୍ତ ସହାୟତା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସେହିପରି ଋଷ ସହିତ ଚାଲିଥିବା ଯୁଦ୍ଧରେ ବାଇଡେନ୍ ସରକାର ୟୁକେ୍ରନକୁ ଅନେକ ସାହାଯ୍ୟ ଜାରି ରଖିଥିଲାବେଳେ ଟ୍ରମ୍ପ କ୍ଷମତାକୁ ଆସିବା ମାତ୍ରେ ଏହା ବନ୍ଦ କରିଦେଇଛନ୍ତି ।
The post ୟୁନୁସ ସରକାରଙ୍କୁ ବଡ଼ ଝଟ୍କା : ବାଂଲାଦେଶକୁ ଆର୍ଥିକ ସହାୟତା ବନ୍ଦ କଲା ଆମେରିକା appeared first on KNews Odisha.