ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ୩୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା, ପ୍ରଥମ ତାଲିକାରେ ଓଡିଶା ନାହିଁ

ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ୩୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା । ତେଲଙ୍ଗାନା, କର୍ଣ୍ଣାଟକ, କେରଳ, ଛତିଶଗଡ, ମେଘାଳୟ, ଲାକ୍ଷାଦ୍ୱୀପ, ତ୍ରିପୁରା, ନାଗାଲାଣ୍ଡ ଓ ସିକିମର ୩୯ଟି ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ୩୯ ପ୍ରାର୍ଥୀଙ୍କ ମଧ୍ୟରୁ ୨୪ ଜଣ ପ୍ରାର୍ଥୀ ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ହୋଇଥିବା ବେଳେ ୧୫ ଜଣ ପ୍ରାର୍ଥୀ ସାଧାରଣ ବର୍ଗର । ଘୋଷିତ ତାଲିକା ଅନୁଯାୟୀ କଂଗ୍ରେସ ନେତା […] The post ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ୩୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା, ପ୍ରଥମ ତାଲିକାରେ ଓଡିଶା ନାହିଁ appeared first on KNews Odisha.

ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ୩୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା, ପ୍ରଥମ ତାଲିକାରେ ଓଡିଶା ନାହିଁ
congress

ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ୩୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା । ତେଲଙ୍ଗାନା, କର୍ଣ୍ଣାଟକ, କେରଳ, ଛତିଶଗଡ, ମେଘାଳୟ, ଲାକ୍ଷାଦ୍ୱୀପ, ତ୍ରିପୁରା, ନାଗାଲାଣ୍ଡ ଓ ସିକିମର ୩୯ଟି ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ୩୯ ପ୍ରାର୍ଥୀଙ୍କ ମଧ୍ୟରୁ ୨୪ ଜଣ ପ୍ରାର୍ଥୀ ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ହୋଇଥିବା ବେଳେ ୧୫ ଜଣ ପ୍ରାର୍ଥୀ ସାଧାରଣ ବର୍ଗର । ଘୋଷିତ ତାଲିକା ଅନୁଯାୟୀ କଂଗ୍ରେସ ନେତା ରାହୁଲ ଗାନ୍ଧି ୱାଏନାଡା ଆସନରୁ, ଶଶି ଥରୁର ତିରୁଭନନ୍ତପୁରମ ଆସନ, କେସି ଭେନୁଗୋପାଳ ଆଲାପୁଝା ଆସନରୁ, ତ୍ରିସୁରରୁ କେ. ମୁରଲୀଧରନ, ବେଙ୍ଗଲୁରୁ ରୁରାଲରୁ ଡିକେ ସୁରେଶ ପ୍ରତିଦ୍ୱନ୍ଦିତା କରିବେ । ତେବେ ପ୍ରଥମ ତାଲିକାରେ ଓଡିଶା ନଥିବା ଜଣାପଡିଛି ।

The post ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ୩୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା, ପ୍ରଥମ ତାଲିକାରେ ଓଡିଶା ନାହିଁ appeared first on KNews Odisha.