ବଦଳିଲା ପାଣିପାଗ ମିଜାଜ୍, ତାତିରୁ ମିଳିଲା ଆଶ୍ୱସ୍ତି : ଆଗାମୀ ୩ଦିନ ଯାଏଁ ବର୍ଷା ସମ୍ଭାବନା
ଭୁବନେଶ୍ୱର (କେନ୍ୟୁଜ): ବଦଳିଲା ପାଣିପାଗ ମିଜାଜ୍। ପୂର୍ବାହ୍ନରେ ତାତି, ଅପରାହ୍ନରେ କାଳବୈଶାଖୀ । ରାଜ୍ୟରେ ବର୍ତ୍ତମାନ ତାତି ଓ କାଳବୈଶାଖୀର ମିଶ୍ରିତ ପ୍ରଭାବ ଜାରି ରହିଛି। ପୂର୍ବାହ୍ନରେ ଟାଣଖରା ସାଙ୍ଗକୁ ଗରମ ଗୁଳୁଗୁଳି ଅନୁଭୂତ ହେଉଥିବାବେଳେ ଅପରାହ୍ନରେ ଅଧିକାଂଶ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଗତ ଦୁଇ ଦିନ ହେବା ରଜ୍ୟରେ ଏଭଳି ପାଗ ଦେଖିବାକୁ ମିଳିଛି। ଏହି ସ୍ଥିତି ଆହୁରି ୪ରୁ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ । ଅନ୍ୟପଟେ […] The post ବଦଳିଲା ପାଣିପାଗ ମିଜାଜ୍, ତାତିରୁ ମିଳିଲା ଆଶ୍ୱସ୍ତି : ଆଗାମୀ ୩ଦିନ ଯାଏଁ ବର୍ଷା ସମ୍ଭାବନା appeared first on KNews Odisha.

ଭୁବନେଶ୍ୱର (କେନ୍ୟୁଜ): ବଦଳିଲା ପାଣିପାଗ ମିଜାଜ୍। ପୂର୍ବାହ୍ନରେ ତାତି, ଅପରାହ୍ନରେ କାଳବୈଶାଖୀ । ରାଜ୍ୟରେ ବର୍ତ୍ତମାନ ତାତି ଓ କାଳବୈଶାଖୀର ମିଶ୍ରିତ ପ୍ରଭାବ ଜାରି ରହିଛି। ପୂର୍ବାହ୍ନରେ ଟାଣଖରା ସାଙ୍ଗକୁ ଗରମ ଗୁଳୁଗୁଳି ଅନୁଭୂତ ହେଉଥିବାବେଳେ ଅପରାହ୍ନରେ ଅଧିକାଂଶ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଗତ ଦୁଇ ଦିନ ହେବା ରଜ୍ୟରେ ଏଭଳି ପାଗ ଦେଖିବାକୁ ମିଳିଛି। ଏହି ସ୍ଥିତି ଆହୁରି ୪ରୁ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ।
ଅନ୍ୟପଟେ ୧୬ରୁ ୧୮ ତାରିଖ ମଧ୍ୟରେ ୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ପାଇଁ ୧୬ ତାରିଖରେ ୮ ଜିଲ୍ଲା ଓ ୧୭ ତାରିଖରେ ୭ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅନ୍ୟପଟେ ଆଜି ଟ୍ବିନସିଟିରେ ଦେଖିବାକୁ ମିଳିଥିଲା ଘନ କୁହୁଡ଼ି।
The post ବଦଳିଲା ପାଣିପାଗ ମିଜାଜ୍, ତାତିରୁ ମିଳିଲା ଆଶ୍ୱସ୍ତି : ଆଗାମୀ ୩ଦିନ ଯାଏଁ ବର୍ଷା ସମ୍ଭାବନା appeared first on KNews Odisha.