ଡିଜିପିଙ୍କ ହାତରୁ କ୍ଷମତା କାଢିଲେ ରାଜ୍ୟ ସରକାର, ଏବେ ଉଚ୍ଚପଦସ୍ଥଙ୍କ ପୋଷ୍ଟିଂ ଓ ବଦଳି କମିଟି ଜରିଆରେ କରାଯିବ
ଭୁବନେଶ୍ୱର : ଡିଏସପି, ଏଏସପି, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଓ ଡେପୁଟି କମାଣ୍ଡାଣ୍ଟଙ୍କ ବଦଳି କରିପାରିବେନି ଡିଜିପି । ପୋଲିସ ମହାନିର୍ଦ୍ଦେଶକଙ୍କ ହାତରୁ ଉଚ୍ଚପଦସ୍ଥ ଅଧିକାରୀଙ୍କ କ୍ଷମତା କାଢିଲେ ରାଜ୍ୟ ସରକାର । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ବିଜ୍ଞପ୍ତି ଅନୁସାରେ ଏଣିକି ଏହି ପଦ ଗୁଡ଼ିକରେ ପୋଷ୍ଟିଂ ଓ ବଦଳି ଏକ କମିଟି ଜରିଆରେ କରାଯିବ । ଏହି କମିଟିରେ ଅଧ୍ୟକ୍ଷ ରହିବେ ଗୃହ ସଚିବ । ସଦସ୍ୟ ଭାବେ […] The post ଡିଜିପିଙ୍କ ହାତରୁ କ୍ଷମତା କାଢିଲେ ରାଜ୍ୟ ସରକାର, ଏବେ ଉଚ୍ଚପଦସ୍ଥଙ୍କ ପୋଷ୍ଟିଂ ଓ ବଦଳି କମିଟି ଜରିଆରେ କରାଯିବ appeared first on KNews Odisha.

ଭୁବନେଶ୍ୱର : ଡିଏସପି, ଏଏସପି, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଓ ଡେପୁଟି କମାଣ୍ଡାଣ୍ଟଙ୍କ ବଦଳି କରିପାରିବେନି ଡିଜିପି । ପୋଲିସ ମହାନିର୍ଦ୍ଦେଶକଙ୍କ ହାତରୁ ଉଚ୍ଚପଦସ୍ଥ ଅଧିକାରୀଙ୍କ କ୍ଷମତା କାଢିଲେ ରାଜ୍ୟ ସରକାର । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ବିଜ୍ଞପ୍ତି ଅନୁସାରେ ଏଣିକି ଏହି ପଦ ଗୁଡ଼ିକରେ ପୋଷ୍ଟିଂ ଓ ବଦଳି ଏକ କମିଟି ଜରିଆରେ କରାଯିବ । ଏହି କମିଟିରେ ଅଧ୍ୟକ୍ଷ ରହିବେ ଗୃହ ସଚିବ । ସଦସ୍ୟ ଭାବେ ଡିଜିପିଙ୍କ ସହ ଗୃହ ବିଭାଗ ସ୍ପେଶାଲ ସେକ୍ରେଟାରୀ, ଆଡିସିନାଲ ସେକ୍ରେଟାରୀ ଓ ଜଏଣ୍ଟ ସେକ୍ରେଟାରୀଙ୍କ ମଧ୍ୟରୁ ଜଣେ ରହିବେ ।
୨୦୦୨ ପରଠାରୁ ଡିଜିପିଙ୍କୁ ଏହି କ୍ଷମତା ପ୍ରଦାନ କରାଯାଇଥିଲା । ଏବେ କ୍ଷମତା କାଢିନେବା ପରେ ବିଭିନ୍ନ ପୂର୍ବତନ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ପୂର୍ବତନ ପ୍ରଶାସକ ପ୍ରସନ୍ନ ମିଶ୍ର କହିଛନ୍ତି, ଏକ ବୃହତ୍ତର କାରଣରୁ ଡିଜିପିଙ୍କ ହାତକୁ ଏହି ବଦଳି ଅଧିକାର ପ୍ରଦାନ କରାଯାଇଥିଲା । ଉତ୍ତର ପ୍ରଦେଶ ଭଳି ବଡ଼ ରାଜ୍ୟରେ ମଧ୍ୟ ଡିଜିପିଙ୍କ ପାଖରେ ଏହି କ୍ଷମତା ରହିଛି । ପୋଲିସ କର୍ମଚାରୀଙ୍କ କର୍ତ୍ତବ୍ୟ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟ ସରକାର ଡିଜିପିଙ୍କୁ କ୍ଷମତା ପ୍ରଦାନ କରିବା ଜରୁରୀ ବୋଲି ପ୍ରସନ୍ନ ମିଶ୍ର ମତ ରଖିଛନ୍ତି।
ଗୃହ ବିଭାଗ ବିଜ୍ଞପ୍ତି ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଡିଜିପି ବିପିନ ବିହାରୀ ମିଶ୍ର । ବଦଳି କ୍ଷମତା କାଢି ନେବାକୁ ସେ ସେ ନାପସନ୍ଦ କରିଛନ୍ତି । ପୋଲିସ ମହା ନିର୍ଦ୍ଦେଶକଙ୍କ ପଦ ଗୃହ ସଚିବଙ୍କ ଠାରୁ ଉପରେ । ପୋଲିସ ବ୍ୟବସ୍ଥାରେ ଡିଜି ଡିଏସ ରାଙ୍କର ପୋଲିସ ଅଫିସରଙ୍କୁ ଭଲ ଭାବେ ଜାଣିଥାନ୍ତି । ଏହି କ୍ଷମତା କାଢିନେବା ପରେ ଉତ୍ତମ ସମନ୍ଵୟ ରହିବ ନାହିଁ । ରାଜ୍ୟ ସରକାର ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ ବୋଲି ମତ ରଖିଛନନ୍ତି ବିପିନ ବିହାରୀ ମିଶ୍ର। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ପୋଲିସ ମହଲରେ ବିଜ୍ଞପ୍ତି ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
The post ଡିଜିପିଙ୍କ ହାତରୁ କ୍ଷମତା କାଢିଲେ ରାଜ୍ୟ ସରକାର, ଏବେ ଉଚ୍ଚପଦସ୍ଥଙ୍କ ପୋଷ୍ଟିଂ ଓ ବଦଳି କମିଟି ଜରିଆରେ କରାଯିବ appeared first on KNews Odisha.