ରାଜ୍ୟସ୍ତରୀୟ ସନାତନ ଧର୍ମ ସମ୍ମିଳନୀ ଓ ଭକ୍ତ ମିଳନ ଉତ୍ସବ, ମାର୍ଚ୍ଚ ୫ରୁ ୮ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ

ଜଗତ ଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ୫୫ ତମ ବାର୍ଷିକ ରାଜ୍ୟସ୍ତରୀୟ ସନାତନ ଧର୍ମ ସମ୍ମିଳନୀ ଓ ଭକ୍ତ ମିଳନ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗହ୍ମାଶିଖର ଗ୍ରାମରେ ମାର୍ଚ୍ଚ ୫ରୁ ୮ ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଚାଲିବ । ତେବେ ଆସନ୍ତା ୫ ତାରିଖ ଦିନ ସକାଳ ୯ଟାରେ ରାଜନଗର ସେବାଶ୍ରମ ଠାରୁ ସଂକୀର୍ତ୍ତନ ଶୋଭାଯାତ୍ରାରେ ଶ୍ରୀ ଶ୍ରୀ ଠାକୁରଙ୍କୁ ନଗର ପରିକ୍ରମା କରାଯିବ […] The post ରାଜ୍ୟସ୍ତରୀୟ ସନାତନ ଧର୍ମ ସମ୍ମିଳନୀ ଓ ଭକ୍ତ ମିଳନ ଉତ୍ସବ, ମାର୍ଚ୍ଚ ୫ରୁ ୮ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ appeared first on KNews Odisha.

ରାଜ୍ୟସ୍ତରୀୟ ସନାତନ ଧର୍ମ ସମ୍ମିଳନୀ ଓ ଭକ୍ତ ମିଳନ ଉତ୍ସବ, ମାର୍ଚ୍ଚ ୫ରୁ ୮ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ
abhiram 3

ଜଗତ ଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ୫୫ ତମ ବାର୍ଷିକ ରାଜ୍ୟସ୍ତରୀୟ ସନାତନ ଧର୍ମ ସମ୍ମିଳନୀ ଓ ଭକ୍ତ ମିଳନ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗହ୍ମାଶିଖର ଗ୍ରାମରେ ମାର୍ଚ୍ଚ ୫ରୁ ୮ ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଚାଲିବ ।

ତେବେ ଆସନ୍ତା ୫ ତାରିଖ ଦିନ ସକାଳ ୯ଟାରେ ରାଜନଗର ସେବାଶ୍ରମ ଠାରୁ ସଂକୀର୍ତ୍ତନ ଶୋଭାଯାତ୍ରାରେ ଶ୍ରୀ ଶ୍ରୀ ଠାକୁରଙ୍କୁ ନଗର ପରିକ୍ରମା କରାଯିବ । ଏହା ପରେ ଅପରାହ୍ନ ୫ଟାରେ ସମ୍ମିଳନୀ ମଞ୍ଚକୁ ବିଜେ କରିବେ । ସେହିପରି ସନ୍ଧ୍ୟା ୭ରେ ଶ୍ରୀ ଶ୍ରୀ ଠାକୁରଙ୍କର ପୂଜାର୍ଚ୍ଚନା ପରେ ପୂଜ୍ୟ ସାଧୁସନ୍ଥ ମାନଙ୍କ ଦ୍ୱାରା ୫୫ ପ୍ରଦୀପ ପ୍ରଜ୍ବଳନ କରି ୫୫ ତମ ଧର୍ମ ସମ୍ମିଳନୀର ଉଦଘାଟନ କରାଯିବ । ଭଜନ କୀର୍ତ୍ତନ ପରେ ପୂଜ୍ୟ ସାଧୁସନ୍ଥଙ୍କ ଦ୍ୱାରା ଭାଗବତ କଥା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହା ପରେ ରାତି ୧୦ଟା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଓଡିଶୀ ଓ ପାଲା ଅନୁଷ୍ଠିତ ହେବ ।

ସେହିପରି ଚାରି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରତିଦିନ ଶାସନ, ପ୍ରଶାସନ , ଶିକ୍ଷା, ସ୍ୱାସ୍ଥ୍ୟ , ସାହିତ୍ୟ, ସେବା ଓ ସଂସ୍କୃତି ବିଭାଗର ବହୁ ପ୍ରତିଷ୍ଠିତ ବ୍ୟକ୍ତି ଯୋଗ ଦେବେ । ମାର୍ଚ୍ଚ ୮ ତାରିଖ ଦିନ ଧର୍ମ ସମ୍ମିଳନୀର ଉଦଯାପନୀ କାର୍ଯ୍ୟକ୍ରମ ରହିଛି । ଏଥିରେ ସନ୍ଧ୍ୟା ୬ଟାରେ ପ୍ରବଚନ କାର୍ଯ୍ୟକ୍ରମ , ବିଶିଷ୍ଟ ଅତିଥି ମାନଙ୍କୁ ସମ୍ମାନ, ସମ୍ବର୍ଦ୍ଧନା, ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ପ୍ରଦାନ କରାଯିବ ।

ରାଜନଗର ଆଞ୍ଚଳିକ ଭକ୍ତଗୋଷ୍ଠୀର ସଭାପତି ଦିବାକର ପରିଡା ସମସ୍ତ ମହାନ ସାଧୁସନ୍ଥ , ପଣ୍ଡିତ, ଦାର୍ଶନିକ . ଜ୍ଞାନୀ ଗୁଣି ଭକ୍ତ ଓ ନେତୃତ୍ୱ ମଣ୍ଡଳୀ ଓ ପ୍ରଚାରକ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିବେଦନ କରିଛନ୍ତି ।

 

ଆହୁରି ପଢ଼ନ୍ତୁ : ବାପା ମାଆ ଛେଉଣ୍ଡ ଓ ଆର୍ଥିକ ଦୁର୍ବଳ ଥିବା ପୁଅ ଓ ଝିଅଙ୍କ ଗଣ ବିବାହ

The post ରାଜ୍ୟସ୍ତରୀୟ ସନାତନ ଧର୍ମ ସମ୍ମିଳନୀ ଓ ଭକ୍ତ ମିଳନ ଉତ୍ସବ, ମାର୍ଚ୍ଚ ୫ରୁ ୮ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ appeared first on KNews Odisha.