ମୁମ୍ବାଇରେ ମଦ୍ୟପଙ୍କ ଉନ୍ମତକାଣ୍ଡ; ଡ୍ରାଇଭରଙ୍କଠୁ ଛଡ଼ାଇ ନେଲେ ବସ୍, ୯ଜଣ ଆହତ

ମୁମ୍ବାଇ: ମୁମ୍ବାଇର କାଲାଚୌକ୍ ଥାନା ଅଞ୍ଚଳରେ ମଦ୍ୟପ ବ୍ୟକ୍ତିଙ୍କ ଉନ୍ମତକାଣ୍ଡ । ନିଶାସକ୍ତ ଅବସ୍ଥାରେ ‘BEST’ ବା ବ୍ରିହାନମୁମ୍ବାଇ ଇଲେକ୍ଟ୍ରିକ୍ ସପ୍ଲାଏ ଆଣ୍ଡ୍ ଟ୍ରାନ୍ସପୋର୍ଟ ଡ୍ରାଇଭରଙ୍କ ସହ ଝଗଡ଼ା । ଛଡ଼ାଇ ନେଲେ ବସ୍ ଷ୍ଟିୟରଂ, ନିୟନ୍ତ୍ରଣ ହରାଇ ବସ୍ ୯ଜଣଙ୍କ ଉପର ଚଢ଼ିଯାଇଥିବା ସୂଚନା ରହିଛି । ଆହତଙ୍କ ମଧ୍ୟରେ ୩ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ‘BEST’ ହେଉଛି ବମ୍ବେ ମହାନଗର ନିଗମର ଏକ ପରିବହନ ଶାଖା । କାଲାଚୌକ୍ ଥାନା ଅଧିକାରୀଙ୍କ ସୂଚନା ମୁତବାକ, ରୁଟ୍-୬୬ରେ ଏକ ବିଦ୍ୟୁତ୍ ଚାଳିତ ବସ୍ ସାୟାନରୁ ରାନୀ ଲକ୍ଷ୍ମୀବାଇ ଚୌକ୍ ଯାଉଥିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି । ଜଣେ ଯାତ୍ରୀ ନିଶାସକ୍ତ ଅବସ୍ଥାରେ ବସ୍‌ରେ ଚଢ଼ିଥିଲେ । ବସ୍ ଲାଲବାଗ୍ ସ୍ଥିତ ଗଣେଶ ଟକିଜ୍ ପହଞ୍ଚିବା ପରେ ଅଚାନକ ଯାତ୍ରୀ ଜଣଙ୍କ ଡ୍ରାଇଭରଙ୍କ ସହ ଝଗଡ଼ା କରି ଷ୍ଟିୟରିଂ ଛଡ଼ାନେଇଥିଲେ । ଫଳରେ ବସ୍ ନିୟନ୍ତ୍ରଣ ହରାଇ ଫୁଟ୍-ଓ୍ବେ ଉପରେ ଚଢ଼ିଯାଉଥିଲା । ଏହି ସମୟରେ ବସ୍ ଦୁଇ ଜଣ ବାଇକ୍ ଚାଳକ, ଏକ କାର୍ ଏବଂ ରାସ୍ତାରେ ଚାଲୁଥିବା ଲୋକଙ୍କ ଉପରେ ଚଢ଼ିଯାଇଥିଲା । ଫଳରେ ବସ୍ ତଳକୁ ୯ଜଣ ଆସିଯାଇଥିଲେ । ଏମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ହସ୍ପିଟାଲ କରି ସେମାନଙ୍କୁ ଚିକିତ୍ସା କରାଯାଉଛି । ପୋଲିସ ମଦ୍ୟପ ବ୍ୟକ୍ତିକୁ ଅଟକ ରଖି ପଚରାଉଚରା କରୁଛି ।

ମୁମ୍ବାଇରେ ମଦ୍ୟପଙ୍କ ଉନ୍ମତକାଣ୍ଡ; ଡ୍ରାଇଭରଙ୍କଠୁ ଛଡ଼ାଇ ନେଲେ ବସ୍, ୯ଜଣ ଆହତ

ମୁମ୍ବାଇ: ମୁମ୍ବାଇର କାଲାଚୌକ୍ ଥାନା ଅଞ୍ଚଳରେ ମଦ୍ୟପ ବ୍ୟକ୍ତିଙ୍କ ଉନ୍ମତକାଣ୍ଡ । ନିଶାସକ୍ତ ଅବସ୍ଥାରେ ‘BEST’ ବା ବ୍ରିହାନମୁମ୍ବାଇ ଇଲେକ୍ଟ୍ରିକ୍ ସପ୍ଲାଏ ଆଣ୍ଡ୍ ଟ୍ରାନ୍ସପୋର୍ଟ ଡ୍ରାଇଭରଙ୍କ ସହ ଝଗଡ଼ା । ଛଡ଼ାଇ ନେଲେ ବସ୍ ଷ୍ଟିୟରଂ, ନିୟନ୍ତ୍ରଣ ହରାଇ ବସ୍ ୯ଜଣଙ୍କ ଉପର ଚଢ଼ିଯାଇଥିବା ସୂଚନା ରହିଛି । ଆହତଙ୍କ ମଧ୍ୟରେ ୩ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

‘BEST’ ହେଉଛି ବମ୍ବେ ମହାନଗର ନିଗମର ଏକ ପରିବହନ ଶାଖା । କାଲାଚୌକ୍ ଥାନା ଅଧିକାରୀଙ୍କ ସୂଚନା ମୁତବାକ, ରୁଟ୍-୬୬ରେ ଏକ ବିଦ୍ୟୁତ୍ ଚାଳିତ ବସ୍ ସାୟାନରୁ ରାନୀ ଲକ୍ଷ୍ମୀବାଇ ଚୌକ୍ ଯାଉଥିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି । ଜଣେ ଯାତ୍ରୀ ନିଶାସକ୍ତ ଅବସ୍ଥାରେ ବସ୍‌ରେ ଚଢ଼ିଥିଲେ । ବସ୍ ଲାଲବାଗ୍ ସ୍ଥିତ ଗଣେଶ ଟକିଜ୍ ପହଞ୍ଚିବା ପରେ ଅଚାନକ ଯାତ୍ରୀ ଜଣଙ୍କ ଡ୍ରାଇଭରଙ୍କ ସହ ଝଗଡ଼ା କରି ଷ୍ଟିୟରିଂ ଛଡ଼ାନେଇଥିଲେ । ଫଳରେ ବସ୍ ନିୟନ୍ତ୍ରଣ ହରାଇ ଫୁଟ୍-ଓ୍ବେ ଉପରେ ଚଢ଼ିଯାଉଥିଲା । ଏହି ସମୟରେ ବସ୍ ଦୁଇ ଜଣ ବାଇକ୍ ଚାଳକ, ଏକ କାର୍ ଏବଂ ରାସ୍ତାରେ ଚାଲୁଥିବା ଲୋକଙ୍କ ଉପରେ ଚଢ଼ିଯାଇଥିଲା । ଫଳରେ ବସ୍ ତଳକୁ ୯ଜଣ ଆସିଯାଇଥିଲେ । ଏମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ହସ୍ପିଟାଲ କରି ସେମାନଙ୍କୁ ଚିକିତ୍ସା କରାଯାଉଛି । ପୋଲିସ ମଦ୍ୟପ ବ୍ୟକ୍ତିକୁ ଅଟକ ରଖି ପଚରାଉଚରା କରୁଛି ।