ନବୀନ ନିବାସରେ ଟିକେଟ କସରତ, ବୁଧବାର ସଂସଦୀୟ କ୍ଷେତ୍ର ସମୀକ୍ଷାର ଶେଷ ଦିନ
ଭୁବନେଶ୍ୱର ୨୭।୦୩ : ନିର୍ବାଚନ କସରତ । ବୁଧବାର ବିଜେଡିର ଲୋକସଭା ସଂସଦୀୟ କ୍ଷେତ୍ର ସମୀକ୍ଷାର ଶେଷ ଦିନ । ସକାଳେ ନବୀନ ନିବାସରେ କେନ୍ଦୁଝର ଓ ମୟୁରଭଞ୍ଜ ଲୋକସଭା ସମୀକ୍ଷା ହେବାକୁ ଥିବା ବେଳେ ଅପରାହ୍ନରେ ବାଲେଶ୍ୱର ଓ ଭଦ୍ରକ ଲୋକସଭା କ୍ଷେତ୍ରର ସମୀକ୍ଷା ହେବ । ତେବେ ପୂର୍ବରୁ ୧୭ ଲୋକସଭା ସଂସଦୀୟ କ୍ଷେତ୍ରର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ଲୋକସଭା କ୍ଷେତ୍ର ସହ ବିଧାନସଭା ଗୁଡ଼ିକର ସମୀକ୍ଷା କରାଯିବ I ଏହି ସମୀକ୍ଷା ବୈଠକରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦଳର କଣ ସ୍ଥିତି ରହିଛି ଏବଂ ସାଂଗଠନିକ କାର୍ଯ୍ୟକ୍ରମ କିଭଳି ତ୍ବରାନିତ କରାଯିବ ସେଥିପାଇଁ ନିର୍ଦ୍ଦେଶ ଦିଆଯାଉଛି I ଏପରିକି ଲୋକସଭା କ୍ଷେତ୍ର ଓ ବିଧାନସଭାରେ କିଏ ପ୍ରାର୍ଥୀ ହେବେ ଏଥି ପାଇଁ ମଧ୍ୟ ଗ୍ରିନ ସିଗନାଲ ଦିଆଯାଉଛି । ସୂଚନାଯୋଗ୍ୟ ଯେ, ଦେଶରେ ଆଗାମୀ ସାଧାରଣ ନିର୍ବାଚନ ଲାଗି ଘୋଷଣା ହୋଇଛି ତାରିଖ । ଚଳିତ ଥର ମୋଟ ସାତୋଟି ପର୍ଯ୍ୟାୟରେ ହେବ ମତଦାନ । ପ୍ରଥମ ପର୍ଯ୍ୟାୟ ଭୋଟିଂ ଏପ୍ରିଲ ୧୯ , ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬, ତୃତୀୟ ପର୍ଯ୍ୟାୟ ନିର୍ବାଚନ ମେ ୭ରେ, ମେ ୧୪ରେ ଚତୁର୍ଥ ପର୍ଯ୍ୟାୟ, ମେ ୨୦ରେ ପଞ୍ଚମ ପର୍ଯ୍ୟାୟ, ମେ ୨୫ରେ ଷଷ୍ଠ ପର୍ଯ୍ୟାୟ ଏବଂ ଜୁନ ୧ରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ହେବ । ଏହାପରେ ଜୁନ ୪ରେ ଘୋଷଣା ହେବ ନିର୍ବାଚନ ରେଜଲ୍ଟ।
ଭୁବନେଶ୍ୱର ୨୭।୦୩ : ନିର୍ବାଚନ କସରତ । ବୁଧବାର ବିଜେଡିର ଲୋକସଭା ସଂସଦୀୟ କ୍ଷେତ୍ର ସମୀକ୍ଷାର ଶେଷ ଦିନ । ସକାଳେ ନବୀନ ନିବାସରେ କେନ୍ଦୁଝର ଓ ମୟୁରଭଞ୍ଜ ଲୋକସଭା ସମୀକ୍ଷା ହେବାକୁ ଥିବା ବେଳେ ଅପରାହ୍ନରେ ବାଲେଶ୍ୱର ଓ ଭଦ୍ରକ ଲୋକସଭା କ୍ଷେତ୍ରର ସମୀକ୍ଷା ହେବ ।
ତେବେ ପୂର୍ବରୁ ୧୭ ଲୋକସଭା ସଂସଦୀୟ କ୍ଷେତ୍ରର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ଲୋକସଭା କ୍ଷେତ୍ର ସହ ବିଧାନସଭା ଗୁଡ଼ିକର ସମୀକ୍ଷା କରାଯିବ I ଏହି ସମୀକ୍ଷା ବୈଠକରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦଳର କଣ ସ୍ଥିତି ରହିଛି ଏବଂ ସାଂଗଠନିକ କାର୍ଯ୍ୟକ୍ରମ କିଭଳି ତ୍ବରାନିତ କରାଯିବ ସେଥିପାଇଁ ନିର୍ଦ୍ଦେଶ ଦିଆଯାଉଛି I ଏପରିକି ଲୋକସଭା କ୍ଷେତ୍ର ଓ ବିଧାନସଭାରେ କିଏ ପ୍ରାର୍ଥୀ ହେବେ ଏଥି ପାଇଁ ମଧ୍ୟ ଗ୍ରିନ ସିଗନାଲ ଦିଆଯାଉଛି ।
ସୂଚନାଯୋଗ୍ୟ ଯେ, ଦେଶରେ ଆଗାମୀ ସାଧାରଣ ନିର୍ବାଚନ ଲାଗି ଘୋଷଣା ହୋଇଛି ତାରିଖ । ଚଳିତ ଥର ମୋଟ ସାତୋଟି ପର୍ଯ୍ୟାୟରେ ହେବ ମତଦାନ । ପ୍ରଥମ ପର୍ଯ୍ୟାୟ ଭୋଟିଂ ଏପ୍ରିଲ ୧୯ , ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬, ତୃତୀୟ ପର୍ଯ୍ୟାୟ ନିର୍ବାଚନ ମେ ୭ରେ, ମେ ୧୪ରେ ଚତୁର୍ଥ ପର୍ଯ୍ୟାୟ, ମେ ୨୦ରେ ପଞ୍ଚମ ପର୍ଯ୍ୟାୟ, ମେ ୨୫ରେ ଷଷ୍ଠ ପର୍ଯ୍ୟାୟ ଏବଂ ଜୁନ ୧ରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ହେବ । ଏହାପରେ ଜୁନ ୪ରେ ଘୋଷଣା ହେବ ନିର୍ବାଚନ ରେଜଲ୍ଟ।