ଆଇପିଏଲ୍ ପ୍ଲେ ଅଫ୍ ରେ ବର୍ଷା ହେଲେ କିଏ ପହଞ୍ଚିବ ଫାଇନାଲରେ, ଜାଣନ୍ତୁ କଣ କହୁଛି ସମୀକରଣ

ନୂଆଦିଲ୍ଲୀ ୧୮/୦୫: ସରି ସରି ଆସୁଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୭ ତମ ସିଜନ୍‌ । ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଟୁର୍ଣ୍ଣାମେଣ୍ଟ । ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ମେ ୧୯ରେ ଖେଳାଯିବ । ଯାହା ପରେ ପ୍ଲେ ଅଫ୍ ମ୍ୟାଚ୍ ଆସିବ । ପ୍ରଥମ ଯୋଗ୍ୟତା ମ୍ୟାଚ୍ ୨୧ ମେରେ ଖେଳାଯିବ । ୨୨ ମେରେ ଖେଳାଯିବ ଏଲମିନେଟର ଓ ୨୪ ମେରେ କ୍ୱାଲିଫାୟର-୨ ଖେଳାଯିବ । ଆଇପିଏଲ୍ ୨୦୨୪ର ଅନ୍ତିମ ମ୍ୟାଚ୍ ୨୬ ମଇରେ ଖେଳାଯିବ । ବର୍ତ୍ତମାନ ଆଇପିଏଲ୍ ୨୦୨୪ରେ ବର୍ଷାର ବାଧକ ଦେଖିବାକୁ ମିଳିଛି । ମେ ୧୩ରେ ଗୁଜୁରାଟ ଟାଇଟାନ୍ସ (ଜିଟି) ଏବଂ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ମଧ୍ୟରେ ମ୍ୟାଚ୍ ବର୍ଷା ହେତୁ ବାତିଲ ହୋଇଯାଇଥିଲା । ତେବେ ମେ ୧୬ରେ, ସନରାଇଜର୍ସ ହାଇଦ୍ରାବାଦ (SRH) ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ହୋଇଥିବା ମ୍ୟାଚ ମଧ୍ୟ ବର୍ଷା ହେତୁ ବାତିଲ ହୋଇଥିଲା । ବର୍ତ୍ତମାନ ସବୁଠୁ ବଡ ପ୍ରଶ୍ନ ହେଉଛି ଯଦି ଆଇପିଏଲ୍ ୨୦୨୪ର ପ୍ଲେ ଅଫ୍ ମ୍ୟାଚ୍ ସମୟରେ ବର୍ଷା ହୁଏ ତେବେ କମ ହେବ । ଏସବୁ ପ୍ରଶ୍ନ ଏବେ ପ୍ରତିଟି କ୍ରୀଡା ପ୍ରେମୀ ଓ ସମୀକ୍ଷକଙ୍କ ମନରେ । ଆଇପିଏଲର ଖେଳ ପରିସ୍ଥିତିରେ କୁହାଯାଇଛି ଯେ ଯଦି କ୍ୱାଲିଫାୟର-୧, ଏଲିମିନେଟର ଏବଂ କ୍ୱାଲିଫାୟର-୨ରେ ବର୍ଷା ହୁଏ ତେବେ ପାଞ୍ଚ ଓଭର ବି ଖେଳଯାଇପାରେନି । ତେବେ ସୁପର ଓଭର ସାହାଯ୍ୟରେ ବିଜେତା ନିଷ୍ପତ୍ତି ନିଆଯାଏ । ଯଦି ଏହି ତିନୋଟି ମ୍ୟାଚ୍‌ରେ ସୁପର ଓଭରର ପରିସ୍ଥିତି ସୃ

ଆଇପିଏଲ୍ ପ୍ଲେ ଅଫ୍ ରେ ବର୍ଷା ହେଲେ କିଏ ପହଞ୍ଚିବ ଫାଇନାଲରେ, ଜାଣନ୍ତୁ କଣ କହୁଛି ସମୀକରଣ

ନୂଆଦିଲ୍ଲୀ ୧୮/୦୫: ସରି ସରି ଆସୁଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୭ ତମ ସିଜନ୍‌ । ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଟୁର୍ଣ୍ଣାମେଣ୍ଟ । ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ମେ ୧୯ରେ ଖେଳାଯିବ । ଯାହା ପରେ ପ୍ଲେ ଅଫ୍ ମ୍ୟାଚ୍ ଆସିବ । ପ୍ରଥମ ଯୋଗ୍ୟତା ମ୍ୟାଚ୍ ୨୧ ମେରେ ଖେଳାଯିବ । 

୨୨ ମେରେ ଖେଳାଯିବ ଏଲମିନେଟର ଓ ୨୪ ମେରେ କ୍ୱାଲିଫାୟର-୨ ଖେଳାଯିବ । ଆଇପିଏଲ୍ ୨୦୨୪ର ଅନ୍ତିମ ମ୍ୟାଚ୍ ୨୬ ମଇରେ ଖେଳାଯିବ । ବର୍ତ୍ତମାନ ଆଇପିଏଲ୍ ୨୦୨୪ରେ ବର୍ଷାର ବାଧକ ଦେଖିବାକୁ ମିଳିଛି । ମେ ୧୩ରେ ଗୁଜୁରାଟ ଟାଇଟାନ୍ସ (ଜିଟି) ଏବଂ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ମଧ୍ୟରେ ମ୍ୟାଚ୍ ବର୍ଷା ହେତୁ ବାତିଲ ହୋଇଯାଇଥିଲା । ତେବେ ମେ ୧୬ରେ, ସନରାଇଜର୍ସ ହାଇଦ୍ରାବାଦ (SRH) ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ହୋଇଥିବା ମ୍ୟାଚ ମଧ୍ୟ ବର୍ଷା ହେତୁ ବାତିଲ ହୋଇଥିଲା । 

ବର୍ତ୍ତମାନ ସବୁଠୁ ବଡ ପ୍ରଶ୍ନ ହେଉଛି ଯଦି ଆଇପିଏଲ୍ ୨୦୨୪ର ପ୍ଲେ ଅଫ୍ ମ୍ୟାଚ୍ ସମୟରେ ବର୍ଷା ହୁଏ ତେବେ କମ ହେବ । ଏସବୁ ପ୍ରଶ୍ନ ଏବେ ପ୍ରତିଟି କ୍ରୀଡା ପ୍ରେମୀ ଓ ସମୀକ୍ଷକଙ୍କ ମନରେ । ଆଇପିଏଲର ଖେଳ ପରିସ୍ଥିତିରେ କୁହାଯାଇଛି ଯେ ଯଦି କ୍ୱାଲିଫାୟର-୧, ଏଲିମିନେଟର ଏବଂ କ୍ୱାଲିଫାୟର-୨ରେ ବର୍ଷା ହୁଏ ତେବେ ପାଞ୍ଚ ଓଭର ବି ଖେଳଯାଇପାରେନି । ତେବେ ସୁପର ଓଭର ସାହାଯ୍ୟରେ ବିଜେତା ନିଷ୍ପତ୍ତି ନିଆଯାଏ । 

ଯଦି ଏହି ତିନୋଟି ମ୍ୟାଚ୍‌ରେ ସୁପର ଓଭରର ପରିସ୍ଥିତି ସୃଷ୍ଟି ନହୁଏ, ତେବେ ପଏଣ୍ଟ ଟେବୁଲରେ ଦଳର ସ୍ଥିତି ଅନୁଯାୟୀ ଫାଇନାଲିଷ୍ଟମାନଙ୍କ ନିଷ୍ପତ୍ତି ନିଆଯିବ । ଯଦି ପ୍ରଥମ ଯୋଗ୍ୟତାରେ ବର୍ଷା ବାଦକ ହୁଏ, ତେବେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଫାଇନାଲରେ ପହଞ୍ଚିବ କାରଣ ସେମାନେ ବର୍ତ୍ତମାନ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି । ଫାଇନାଲ ମ୍ୟାଚ୍ ପାଇଁ ରିଜର୍ଭ ଡେ ଅଛି କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। 

ତେବେ ଗତ ବର୍ଷ ଫାଇନାଲ୍ ମ୍ୟାଚ୍ ରିଜର୍ଭ ଦିନରେ ପହଞ୍ଚିଥିଲା । ବୋଧହୁଏ ଏଥର ମଧ୍ୟ, ଯଦି ସମାନ ପରିସ୍ଥିତି ଉପୁଜେ, ରିଜର୍ଭ ଡେ ବ୍ୟବହାର ହେବ । ଆଇପିଏଲ୍ ୨୦୨୪ର ଅନ୍ତିମ ମ୍ୟାଚ୍ ୨୬ ମେରେ ଚେନ୍ନାଇର MA ଚିଦାମ୍ବରମ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହାର ଅର୍ଥ ଯଦି ସେହି ଦିନ ଫଳାଫଳ ଘୋଷିତ ନହୁଏ, ତେବେ ଫାଇନାଲ୍ ୨୭ମେରେ କରାଯିବ ।

ରିଜର୍ଭ ଦିନରେ ମ୍ୟାଚ୍ ଯେଉଁଠାରୁ ଅଟକି ଯାଇଥିଲା ସେଠାରୁ ଆରମ୍ଭ ହେବ । ଯଦି ରିଜର୍ଭ ଦିନରେ ବର୍ଷା ବାଧା ସୃଷ୍ଟି କରେ ଏବଂ ନିୟମିତ ସମୟରେ ସର୍ବନିମ୍ନ ପାଞ୍ଚ ଓଭର ଖେଳିବା ସମ୍ଭବ ନୁହେଁ, ତେବେ ଇଣ୍ଡିଆନ ପ୍ରିମିୟର ଲିଗର ବିଜେତା ସୁପର ଓଭର ଦ୍ୱାରା ସ୍ଥିର ହୋଇପାରିବ। 

ଯଦିଓ ଫାଇନାଲରେ ଏକ ସୁପର ଓଭର ସମ୍ଭବ ନୁହେଁ, ପଏଣ୍ଟ ଟେବୁଲ୍ ଆଧାରରେ ବିଜେତା ସ୍ଥିର କରାଯିବ । ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମଧ୍ୟରେ ଚତୁର୍ଥ ଦଳ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି ବର୍ଷା । 

ଆଇପିଏଲ୍ ୨୦୨୪ରେ, ଟପ୍-୨ ଦଳ ମଧ୍ୟରେ କ୍ୱାଲିଫାୟର୍-୧ ଖେଳାଯାଏ । ଏଥିରେ ହାରିଯାଉଥିବା ଦଳକୁ ଆଉ ଏକ ସୁଯୋଗ ମିଳିଥାଏ । ଏଥିରେ କ୍ୱାଲିଫାୟର୍-୨ ଖେଳିବାକୁ ପଡିବ, ଯେଉଁଥିରେ ଏହା ଟେବୁଲର ତୃତୀୟ ଏବଂ ଚତୁର୍ଥ ମାନ୍ୟତା ଦଳ ମଧ୍ୟରେ ଖେଳାଯାଇଥିବା ଏଲିମେଟର ମ୍ୟାଚର ବିଜେତାଙ୍କୁ ସାମ୍ନା କରିବ ।