ବିଶାଲଖିଣ୍ଡାରେ ରାମଲୀଳା ଉତ୍ସବ ଉଦଘାଟିତ

ସମ୍ବଲପୁର: ସହରର ଉପକଣ୍ଠସ୍ଥ ବିଶାଲଖିଣ୍ଡା ଗ୍ରାମରେ ରାମଲୀଳା ମହୋତ୍ସବ ଶୁକ୍ରବାର ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମଞ୍ଚ ପରିଚାଳନା ସବ୍ୟସାଚୀ ମିଶ୍ର କରିଥିଲେ। ରାମଲୀଳା କମିଟୀର ଉପଦେଷ୍ଟା ସଚ୍ଚିଦାନନ୍ଦ ପଧାନ, ସଭାପତି ଦୁର୍ଗା ପ୍ରସାର ପୂଝାରୀଙ୍କ ସମେତ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ଏହି ମହୋତ୍ସବ ଆୟୋଜିତ ହେଉଛି। ଏହି ମହୋତ୍ସବ ଆଗାମୀ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆୟୋଜକ ମାନେ ସୂଚନା […]

ବିଶାଲଖିଣ୍ଡାରେ ରାମଲୀଳା ଉତ୍ସବ ଉଦଘାଟିତ

ସମ୍ବଲପୁର: ସହରର ଉପକଣ୍ଠସ୍ଥ ବିଶାଲଖିଣ୍ଡା ଗ୍ରାମରେ ରାମଲୀଳା ମହୋତ୍ସବ ଶୁକ୍ରବାର ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମଞ୍ଚ ପରିଚାଳନା ସବ୍ୟସାଚୀ ମିଶ୍ର କରିଥିଲେ। ରାମଲୀଳା କମିଟୀର ଉପଦେଷ୍ଟା ସଚ୍ଚିଦାନନ୍ଦ ପଧାନ, ସଭାପତି ଦୁର୍ଗା ପ୍ରସାର ପୂଝାରୀଙ୍କ ସମେତ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ଏହି ମହୋତ୍ସବ ଆୟୋଜିତ ହେଉଛି। ଏହି ମହୋତ୍ସବ ଆଗାମୀ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆୟୋଜକ ମାନେ ସୂଚନା ଦେଇଛନ୍ତି।