ସପ୍ତଶଯ୍ୟା ପାହାଡ଼ରେ ୫ ଛାତ୍ର ନିଖୋଜ
ସମାଜ ଡିଜିଟାଲ ଡେସ୍କ: ସପ୍ତଶଯ୍ୟା ପାହାଡ଼କୁ ବୁଲିବାକୁ ଯାଇଥିବା ୫ ଛାତ୍ର ନିଖୋଜ ହୋଇଯାଇଛନ୍ତି। ରବିବାର ଦିନ ସମୟରେ ଛାତ୍ରମାନେ ପାହାଡ଼କୁ ବୁଲିବାକୁ ଯାଇଥିଲେ। ହେଲେ ଫେରିବା ବାଟ ପାଇ ନ ଥିଲେ। ବାଟ ଭୁଲି ଏଣେତେଣେ ବୁଲି ଶେଷରେ ନିରାଶ ହୋଇଥିଲେ। ପାହାଡ଼ିଆ ଅଞ୍ଚଳରେ ନେଟଓ୍ବର୍କ ଆସୁ ନ ଥିବାରୁ ଛାତ୍ରମାନେ ପ୍ରଥମେ ଏ ନେଇ କାହା ସହିତ ଯୋଗାଯୋଗ କରିପାରି ନ ଥିଲେ। ପରବର୍ତ୍ତୀ ସମୟରେ ମୋବାଇଲ ନେଟଓ୍ବର୍କ ଆସିବାରୁ ଛାତ୍ରମାନେ ଏ ସମ୍ପର୍କରେ […]

ସମାଜ ଡିଜିଟାଲ ଡେସ୍କ: ସପ୍ତଶଯ୍ୟା ପାହାଡ଼କୁ ବୁଲିବାକୁ ଯାଇଥିବା ୫ ଛାତ୍ର ନିଖୋଜ ହୋଇଯାଇଛନ୍ତି। ରବିବାର ଦିନ ସମୟରେ ଛାତ୍ରମାନେ ପାହାଡ଼କୁ ବୁଲିବାକୁ ଯାଇଥିଲେ। ହେଲେ ଫେରିବା ବାଟ ପାଇ ନ ଥିଲେ। ବାଟ ଭୁଲି ଏଣେତେଣେ ବୁଲି ଶେଷରେ ନିରାଶ ହୋଇଥିଲେ। ପାହାଡ଼ିଆ ଅଞ୍ଚଳରେ ନେଟଓ୍ବର୍କ ଆସୁ ନ ଥିବାରୁ ଛାତ୍ରମାନେ ପ୍ରଥମେ ଏ ନେଇ କାହା ସହିତ ଯୋଗାଯୋଗ କରିପାରି ନ ଥିଲେ। ପରବର୍ତ୍ତୀ ସମୟରେ ମୋବାଇଲ ନେଟଓ୍ବର୍କ ଆସିବାରୁ ଛାତ୍ରମାନେ ଏ ସମ୍ପର୍କରେ ପ୍ରଥମେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଖବରପାଇ ପୁଲିସ ଏବଂ ବନ ବିଭାଗ କର୍ମଚାରୀମାନେ ରାତିରେ ଜଙ୍ଗଲରେ ଛାତ୍ରମାନଙ୍କୁ ଖୋଜିବାକୁ ପ୍ରୟାସ ଚଳାଇଛନ୍ତି। ଛାତ୍ରମାନେ ଲାଇଭ ଲୋକେଶନ ଶେୟାର କରିଥିବା କୁହାଯାଉଛି। ରାତି ହୋଇଥିବାରୁ ଛାତ୍ରମାନଙ୍କୁ ଠାବ କରିବାରେ ସମସ୍ୟା ହେଉଥିବା ସୂଚନା ମିଳିଛି।