ଇନ୍ଫୋଭାଲି ଥାନା ଅଂଚଳରେ ପୁଣି ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯୁବକ

ଭୁବନେଶ୍ୱର : ଭୁବନେଶ୍ୱର ଇନ୍ଫୋଭାଲି ଥାନା ଅଂଚଳରେ ପୁଣି ଗୁଳିକାଣ୍ଡ । କିଛି ଯୁବକ ଭୋଜି କରୁଥିବା ସମୟରେ କଥା କଟାକଟି ନେଇ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି । ନୟାପଲ୍ଲୀ ଅଞ୍ଚଳର ରାଜେଶ ଦାସ ନାମକ ଯୁବକ ଗୁଳି କରିଥିବା ଜଣାଯାଇଛି । ଭୋଜି ସମୟରେ ଚିନ୍ମୟ ନାମକ ଯୁବକ ସହ କଥା କଟା କଟିରୁ ଗୁଳିକାଣ୍ଡ ହୋଇଛି । ଚିନ୍ମୟ ନିଶା ନିବାରଣ କେନ୍ଦ୍ର ଚଳାଉଛନ୍ତି । ପିତପଲ୍ଲି ଛକରେ ଗୁଳିକାଣ୍ଡ ହୋଇଛି । […] The post ଇନ୍ଫୋଭାଲି ଥାନା ଅଂଚଳରେ ପୁଣି ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯୁବକ appeared first on KNews Odisha.

ଇନ୍ଫୋଭାଲି ଥାନା ଅଂଚଳରେ ପୁଣି ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯୁବକ
firing-

ଭୁବନେଶ୍ୱର : ଭୁବନେଶ୍ୱର ଇନ୍ଫୋଭାଲି ଥାନା ଅଂଚଳରେ ପୁଣି ଗୁଳିକାଣ୍ଡ । କିଛି ଯୁବକ ଭୋଜି କରୁଥିବା ସମୟରେ କଥା କଟାକଟି ନେଇ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି । ନୟାପଲ୍ଲୀ ଅଞ୍ଚଳର ରାଜେଶ ଦାସ ନାମକ ଯୁବକ ଗୁଳି କରିଥିବା ଜଣାଯାଇଛି । ଭୋଜି ସମୟରେ ଚିନ୍ମୟ ନାମକ ଯୁବକ ସହ କଥା କଟା କଟିରୁ ଗୁଳିକାଣ୍ଡ ହୋଇଛି ।

ଚିନ୍ମୟ ନିଶା ନିବାରଣ କେନ୍ଦ୍ର ଚଳାଉଛନ୍ତି । ପିତପଲ୍ଲି ଛକରେ ଗୁଳିକାଣ୍ଡ ହୋଇଛି । ଚାରି ରାଉଣ୍ଡ ଗୁଳି ହୋଇଥିବା ସୂଚନା ମିଳିଛି । ଗୁଳିର ଖୋକା ମଧ୍ୟ ମିଳିଛି । ଗୁଳି ମାଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚିନ୍ମୟ । ଇନ୍ଫୋ ଭ୍ୟାଲି ଥାନା ଅଧିକାରୀ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି । ରାଜେଶ ଦାସ ନୟାପଲ୍ଲି ଅଞ୍ଚଳର । ପୂର୍ବରୁ ତା ନାଁ ରେ ଥାନାରେ ମାମଲା ରହିଥିବା ଜଣାଯାଇଛି ।

The post ଇନ୍ଫୋଭାଲି ଥାନା ଅଂଚଳରେ ପୁଣି ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯୁବକ appeared first on KNews Odisha.