କୈଶୋର ଜ୍ଞାନ ପାଠ୍ୟ ପୁସ୍ତକର ବିଷୟ ବସ୍ତୁ ହେଉ

ସମ୍ବଲପୁର:ସମ୍ବଲପୁର ମହାନଗର ନିଗମ ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଝାଡୁଆପଡା ଠାରେ କିଶୋରୀ ବାଳିକା ମାନଙ୍କ ସଶକ୍ତୀକରଣ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି l ଶିଶୁ ପ୍ରକଳ୍ପ ଅଧୀକାରିଣୀ ମୀନତି ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଶିଶୁ କଲ୍ଯାଣ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ପାଢୀ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି କିଶୋର ନ୍ୟାୟ ଆଇନର କାର୍ଯ୍ୟକାରିତା ଓ ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଶିଶୁ କନ୍ୟା ମୁଖ୍ୟତଃ ବାହ୍ୟ ପରିବେଶରୁ ନିଜକୁ ପ୍ରଭାବମୁକ୍ତ […] The post କୈଶୋର ଜ୍ଞାନ ପାଠ୍ୟ ପୁସ୍ତକର ବିଷୟ ବସ୍ତୁ ହେଉ appeared first on Odisha.News.

କୈଶୋର ଜ୍ଞାନ ପାଠ୍ୟ ପୁସ୍ତକର ବିଷୟ ବସ୍ତୁ ହେଉ

ସମ୍ବଲପୁର:ସମ୍ବଲପୁର ମହାନଗର ନିଗମ ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଝାଡୁଆପଡା ଠାରେ କିଶୋରୀ ବାଳିକା ମାନଙ୍କ ସଶକ୍ତୀକରଣ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି l ଶିଶୁ ପ୍ରକଳ୍ପ ଅଧୀକାରିଣୀ ମୀନତି ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଶିଶୁ କଲ୍ଯାଣ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ପାଢୀ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି କିଶୋର ନ୍ୟାୟ ଆଇନର କାର୍ଯ୍ୟକାରିତା ଓ ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଶିଶୁ କନ୍ୟା ମୁଖ୍ୟତଃ ବାହ୍ୟ ପରିବେଶରୁ ନିଜକୁ ପ୍ରଭାବମୁକ୍ତ ରଖିବା ସହିତ ଅଧିକ ସଚେତନ ହେବାକୁ ଆହ୍ଵାନ କରିଥିଲେ l ବ୍ଲକ ଶିକ୍ଷା ଅଧିକାରୀ ସଂଯୁକ୍ତା ସାହୁ ଡ୍ରପ୍ ଆଉଟ ଝିଅ ମାନଙ୍କ ପାଇଁ ସ୍କୁଲ ଭର୍ତ୍ତି ଉପରେ ଗୁରୁତ୍ଵ ଦେଇ ଥିଲେ l ସଖୀ ର ପ୍ରଶାସିକା ମୌସୁମି ଦୋରା ବାଲ୍ଯ ବିବାହ ରୋକିବାକୁ ବିଭିନ୍ନ ସଂସ୍ଥା ଓ ସ୍କୁଲ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ବାଲ୍ଯ ବିବାହ କାହିଁକି ରହିଥାଏ ତାର ବିଭିନ୍ନ ସମସ୍ୟା ନେଇ ନିଜର ମତ ରଖିଥିଲେ । ଏଡ୍ ଏକ୍ସନରର ଜିଲ୍ଲା ସଂଯୋଜିକା ସୁନୀତି ତ୍ରିପାଠୀ ଯୌନ ନିର୍ଯାତନା ଏବଂ ପୋସ୍କୋ ଆଇନ୍ ଉପରେ ଆଲୋଚନା କରିଥିଲେ l ସିଡିପିଓ ମୀନତି ପାଣିଗ୍ରାହୀ କିଶୋରୀ ବାଳିକାମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଯୋଜନାକୁ କିପରି ପ୍ରୋତ୍ସାହନ ଦିଆ ଯାଇଛି ସେ ସଂପର୍କରେ କହିଥିଲେ l ଅଙ୍ଗନବାଡି ସୁପରଭାଇଜର ସୈରିନ୍ଦ୍ରୀ ନାୟକ ଓ ସୁଲୋଚନା ଅର୍କ ଅନ୍ୟତମ ଅତିଥି ରୂପେ ଉପସ୍ଥିତ ଥିଲେ lଅଙ୍ଗନବାଡି କର୍ମୀ ସୁଜାତା ତ୍ରିପାଠୀ, ବନ୍ଦିତା ସ୍ଵାଇଁ, ସଂଯୁକ୍ତା ଦୋରା, ପ୍ରଣତି ବେହେରା, ହେମାଦ୍ରି ତନୟା ପଣ୍ଡା, ପ୍ରଭାତୀ ବଢେଇ, ଅମ୍ବିକା ସିଂହ, ମଞ୍ଜୁଲତା ଷଡଙ୍ଗୀ, ନିରୂପମା ମିଶ୍ର, ରିତୁ ସୁନା, ଦୀପାଳୀ ପଣ୍ଡା, ସବିତା ଦାସ, ରେଖା ଜେନା ସମେତ ବହୁ ସଂଖ୍ଯାରେ ଅଙ୍ଗନବାଡି କର୍ମୀ ପରିଚାଳନାରେ ସହଯୋଗ କରିଥିଲେ l ବହୁ ସଂଖ୍ୟାରେ କିଶୋରୀ ବାଳିକା ଉପସ୍ଥିତ ରହି ନିଜର ଅଭିଜ୍ଞତା ବର୍ଣ୍ଣନା କରିବା ସହିତ କୈଶୋର ଜ୍ଞାନ ଆହରଣକୁ ଗୁରୁତ୍ୱର ସହିତ ପାଠ୍ୟ ପୁସ୍ତକରେ ସ୍ଥାନିତ କରି ନୂଆଁ ଜୀବନ ଦେବାରେ ବିଶେଷଜ୍ଞ ପରିଷଦ ଆଗାମୀ ଦିନରେ ଦିଗଦର୍ଶନ ଦେବାକୁ ପରାମର୍ଶ ଲୋଡିଥିଲେ।

The post କୈଶୋର ଜ୍ଞାନ ପାଠ୍ୟ ପୁସ୍ତକର ବିଷୟ ବସ୍ତୁ ହେଉ appeared first on Odisha.News.