‘ଆମର ଟିଆରପି ଭଲ, ଏଥିପାଇଁ ମିଳିଲା ଅଧିକ ଚାନ୍ଦା’: ଇଲେକ୍ଟୋରାଲ ବଣ୍ଡ୍କୁ ନେଇ ନିତିନ ଗଡକରୀଙ୍କ ପ୍ରତିକ୍ରିୟା
ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନକୁ ନେଇ ରାଜନୀତିକ ଉଷ୍ମତା ବଢ଼ିବାରେ ଲାଗିଛି। ଅନ୍ୟପଟେ ଇଲେକ୍ଟୋରାଲ ବଣ୍ଡ୍କୁ ନେଇ ଏବେବି ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଏହାରି ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ଇଲେକ୍ଟୋରାଲ ବଣ୍ଡ୍ ଉପରେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି।ଏହାକୁ ନେଇ ନିତିନ ଗଡକରୀ କହିଛନ୍ତି ‘‘ଟିଭି ମିଡିଆରେ ମଧ୍ୟ ଯାହା ପାଖରେ ଅଧିକ ଟିଆରପି ଥାଏ ସେମାନଙ୍କୁ ଭଲ ଏବଂ ଉଚ୍ଚ ଦରରେ ବିଜ୍ଞାପନ ମିଳିଥାଏ। ଯାହାର ଟିଆରପି କମ୍ ହୋଇଥାଏ ସେମାନଙ୍କୁ କମ୍ ଦରରେ ବିଜ୍ଞାପନ ମିଳିଥାଏ। ଆଜି ଆମେ ସତ୍ତାଧାରୀ ଦଳ, ଏଥିପାଇଁ ଆମକୁ ଅଧିକ ଚାନ୍ଦା ମିଳିଲା। କାଲି ଆଉ କୋଉ ଦଳ କ୍ଷମତାକୁ ଆସିଲେ ତାକୁ ଅଧିକ ଚାନ୍ଦା ମିଳିବ।’’ଏହା ସହ ସେ ଏହି ଅଭିଯୋଗକୁ ଖାରଜ ମଧ୍ୟ କରିଛନ୍ତି ଯେ, ମୋଦୀ ସରକାର ବିରୋଧୀଙ୍କୁ ଦୁର୍ବଳ କରିବା ପାଇଁ ଇଡି ଏବଂ କେନ୍ଦ୍ରୀୟ ଏଜେନ୍ସୀଙ୍କୁ ହତିଆର ଭାବରେ ବ୍ୟବହାର କରୁଛନ୍ତି। ସେ କହିଛନ୍ତି ବିଜେପିର ପ୍ରତିଦ୍ବନ୍ଦ୍ବୀଙ୍କୁ ଲୋକଙ୍କ ବିଶ୍ବାସ ଭାଜନ କରି ପରିସ୍ଥିତିରୁ ବାହାରିବାରୁ ପ୍ରୟାସ କରିବା ଦରକାର। ନିଜ ବାସଭବନରେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେବା ଅବସରରେ ଗଡକରୀ ଆହୁରି କହିଛନ୍ତି, ପିଏମ ନରେନ୍ଦ୍ର ମୋଦୀ ବିଜେପିର ୩୭୦ ସିଟ୍ ଜିତିବାର ଲକ୍ଷ୍ୟ ଉପରେ ତାଙ୍କର ପୂରା ଭରଷା ରହିଛି। ଆଗାମୀ ନିର୍ବାଚନରେ ପାର୍ଟୀର ଲକ୍ଷ୍ୟ ଦକ୍ଷିଣ ଭାରତରୁ ପୂର
ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନକୁ ନେଇ ରାଜନୀତିକ ଉଷ୍ମତା ବଢ଼ିବାରେ ଲାଗିଛି। ଅନ୍ୟପଟେ ଇଲେକ୍ଟୋରାଲ ବଣ୍ଡ୍କୁ ନେଇ ଏବେବି ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଏହାରି ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ଇଲେକ୍ଟୋରାଲ ବଣ୍ଡ୍ ଉପରେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି।
ଏହାକୁ ନେଇ ନିତିନ ଗଡକରୀ କହିଛନ୍ତି ‘‘ଟିଭି ମିଡିଆରେ ମଧ୍ୟ ଯାହା ପାଖରେ ଅଧିକ ଟିଆରପି ଥାଏ ସେମାନଙ୍କୁ ଭଲ ଏବଂ ଉଚ୍ଚ ଦରରେ ବିଜ୍ଞାପନ ମିଳିଥାଏ। ଯାହାର ଟିଆରପି କମ୍ ହୋଇଥାଏ ସେମାନଙ୍କୁ କମ୍ ଦରରେ ବିଜ୍ଞାପନ ମିଳିଥାଏ। ଆଜି ଆମେ ସତ୍ତାଧାରୀ ଦଳ, ଏଥିପାଇଁ ଆମକୁ ଅଧିକ ଚାନ୍ଦା ମିଳିଲା। କାଲି ଆଉ କୋଉ ଦଳ କ୍ଷମତାକୁ ଆସିଲେ ତାକୁ ଅଧିକ ଚାନ୍ଦା ମିଳିବ।’’
ଏହା ସହ ସେ ଏହି ଅଭିଯୋଗକୁ ଖାରଜ ମଧ୍ୟ କରିଛନ୍ତି ଯେ, ମୋଦୀ ସରକାର ବିରୋଧୀଙ୍କୁ ଦୁର୍ବଳ କରିବା ପାଇଁ ଇଡି ଏବଂ କେନ୍ଦ୍ରୀୟ ଏଜେନ୍ସୀଙ୍କୁ ହତିଆର ଭାବରେ ବ୍ୟବହାର କରୁଛନ୍ତି। ସେ କହିଛନ୍ତି ବିଜେପିର ପ୍ରତିଦ୍ବନ୍ଦ୍ବୀଙ୍କୁ ଲୋକଙ୍କ ବିଶ୍ବାସ ଭାଜନ କରି ପରିସ୍ଥିତିରୁ ବାହାରିବାରୁ ପ୍ରୟାସ କରିବା ଦରକାର।
ନିଜ ବାସଭବନରେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେବା ଅବସରରେ ଗଡକରୀ ଆହୁରି କହିଛନ୍ତି, ପିଏମ ନରେନ୍ଦ୍ର ମୋଦୀ ବିଜେପିର ୩୭୦ ସିଟ୍ ଜିତିବାର ଲକ୍ଷ୍ୟ ଉପରେ ତାଙ୍କର ପୂରା ଭରଷା ରହିଛି। ଆଗାମୀ ନିର୍ବାଚନରେ ପାର୍ଟୀର ଲକ୍ଷ୍ୟ ଦକ୍ଷିଣ ଭାରତରୁ ପୂରା ହେବ। ତାମିଲନାଡୁ, କର୍ଣ୍ଣାଟକ ଏବଂ ଆନ୍ଧ୍ର ପ୍ରଦେଶରେ ବେଶ୍ ପରିଶ୍ରମ କରାଯାଇଛି।ଯାହାର ଫଳାଫଳ ନିର୍ବାଚନରେ ଦେଖାଯିବ। ଗଡକରୀ କହିଛନ୍ତି ଯେ, ଗତ ୧୦ ବର୍ଷରେ ସରକାରଙ୍କ ଦ୍ବାରା କରାଯାଇଥିବା କାମ କାରଣରୁ ତୃତୀୟ ଥର ପ୍ରଧାନମନ୍ତ୍ରୀର କାର୍ଯ୍ୟଭାର ସମ୍ଭାଳିବେ।